Exclusive ଭିଡ଼ିଓ -ମୃତ୍ୟୁ ପୂର୍ବରୁ ଶେଷ ଚିଠି ! ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହନ୍ତି ..ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ, ତମେ ମୋତେ ଆଉ ଚିହ୍ନି ପାରିବନି,ଏମିତି କହିଲେ ମୁ ମରିଯିବି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ ….

ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କର ପ୍ରେମ କାହାଣୀ ସାମ୍ନାକୁ ଆସିଛି । ରାଇ- ରଞ୍ଜିତା ଏକ ସୁନ୍ଦର ପ୍ରେମ କାହାଣୀ। ଆଜ୍ଞା ହଁ ପରଦା ଉପରେ ଲାଲି ଆଖି ଦେଖାଇ ସମସ୍ତଙ୍କୁ ଡରାଉ ଥିବା ରାଇମୋହନ ବାସ୍ତବ ଜୀବନରେ ଥିଲେ ଖୁବ୍ ରୋମାଣ୍ଟିକ। ।

ରାଇମୋହନ ଯୌବନରେ ରଞ୍ଜିତାଙ୍କ ପ୍ରେମରେ ପଡ଼ିଥିଲେ। ଆଉ ଏ ପ୍ରେମ ବର୍ଷେ କି ଦୁଇ ବର୍ଷର ନଥିଲା ପ୍ରେମିକା ରଞ୍ଜିତାଙ୍କ ସହ ୯ବର୍ଷର ପ୍ରେମ କାହାଣୀ ରଚିଥିଲେ ରାଇମୋହନ।ଆଉ ରୋମାଣ୍ଟିକ ଚିଠି ଲେଖୁ ଥିଲେ। ଚିଠିରେ ନିଜର ମନର କଥା ଲେଖୁଥିଲେ ରାଇମୋହନ। ଭାବର ଆଦାନ ପ୍ରଦାନ କରୁଥିଲେ ଏଇ ଚିଠି ମାଧ୍ୟମରେ। ଆଉ ସେ ପ୍ରେମ କାହାଣୀରେ ରାଇ- ରଞ୍ଜିତା ପ୍ରେମ ପକ୍ଷୀ ହୋଇ ଉଡି ବୁଲୁଥିଲେ।

 ଚିଠି ଦିଆ ନିଆରୁ ପ୍ରେମ ବଢ଼ି ଚାଲିଲା ଆଉ ରାଇମୋହନଙ୍କ ଜୀବନକୁ ସରସ ସୁନ୍ଦର କରିଥିଲେ ପତ୍ନୀ ରଞ୍ଜିତା। ତାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ତା’ପରେ ବିବାହ କରିଥିଲେ।ଏକାଠି ବାଟ ଚାଲିବାର ନିଷ୍ପତି ନେଇଥିଲେ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଅଧାରେ ପତ୍ନୀଙ୍କ ହାତ ଛାଡି ଚାଲି ଗଲେ ରାଇମୋହନ। ଆଉ ଏବର ବାହୁନି ବାହୁନି କାନ୍ଦୁଛନ୍ତି ପରିବାର। ଆଉ ରଞ୍ଜିତା ହରାଇ ଛନ୍ତି ନିଜର ସବୁ କିଛି।

୧୯୯୨ ମସିହାରେ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ ରାଇମୋହନ ପରିଡ଼ା। ଆଉ ସେତେବେଳେ ଉଠା ଯାଇଥିବା ଏକ ଫୋଟଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ବିବାହ ପୂର୍ବରୁ ଅଭିନେତା ରାଇମୋହନ ତାଙ୍କ ପ୍ରେମିକା ଅର୍ଥାତ୍ ତାଙ୍କ ଧର୍ମପତ୍ନୀ ରଞ୍ଜିତାଙ୍କ ପାଖକୁ ଲେଖି ଥିବା ଏକ ପ୍ରେମ ପତ୍ର ଭାଇରାଲ ହେଉଛି।

 ଯେଉଁଥିରେ ରାଇମୋହନ ଲେଖିଥିଲେ, ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି । ସମସ୍ତେ କହୁଛନ୍ତି ତୁମକୁ ଗୁଣି କରିଦେଲେ ତମେ କୁଆଡେ ମୋତେ ଆଉ ଚିହ୍ନି ପାରିବନି । ସତରେ ରଞ୍ଜୁ ସେମିତି କରିବନି ସେମିତି ହେଲେ ମୁଁ ମରିଯିବି। ଏମିତି ଅନେକ କିଛି ଲେଖିଛନ୍ତି ରାଇ। ଏମିତିକି ଏକ କାଗଜରେ ପାନ ପତ୍ର ଆଙ୍କି ସେଥିରେ ଲେଖିଥିଲେ ଆର୍ ପ୍ଲସ୍ ଆର୍…। ତେବେ ଏହି ଚିଠି ଏବେ ସେହି ନବେ ଦଶକର ସ୍ମୃତିକୁ ଜୀବନ୍ତ କରି ଦେଉଛି।

କିନ୍ତୁ ସୁସ୍ଥ ଓ ଶକ୍ତ ମଣିଷଟିଏ ପରିବାର ସମସ୍ୟାରେ ଭାଙ୍ଗି ପଡ଼ି ଜୀବନ ହାରି ଦେଇଛନ୍ତି।ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଉଦ୍ଧାର କରା ଯାଇଥିଲା।

ଆଉ ଏହାପରେ ଭାଙ୍ଗି ପଡିଛନ୍ତି ରାଇଙ୍କ ପରିବାର। ଓଡିଶାର ଅଗଣିତ ସିନେ ପ୍ରେମୀ ଓ ସମଗ୍ର ସିନେ ଜଗତ ସ୍ତବ୍ଧ ହୋଇ ଯାଇଛି। ସମସ୍ତଂକ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କାହିଁକି ଆତ୍ମହତ୍ୟା କଲେ ରାଇମୋହନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।