viral girl ବର୍ଷା ଭୋଳ studio ରେ ଗାଇଲେ ଭଜନ,ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡିଆ ସେନସେସନ୍ ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଏବେ ସବୁଠି ଛାଇ ଯାଇଛନ୍ତି। ଏମାନଙ୍କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ବହୁ ଚର୍ଚ୍ଚିତ ପ୍ରେମ କାହାଣୀ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ କେତେ ବେଳେ କେଉଁ ମୋଡ଼ ନେଉଛି ତାହା କାହାକୁ ବି ଜଣା ନାହିଁ। ଏମାନଙ୍କୁ ନେଇ ସବୁବେଳେ ଭିନ୍ନ ଭିନ୍ନ କଥା ମିଳୁଛି।ଉଭୟଙ୍କ ଏ ବିଚିତ୍ର ସମ୍ପର୍କକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି। ଅଳ୍ପ କିଛି ଦିନ ଭିତରେ ହିଁ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟି ଥିଲା।
ବର୍ଷା ଟୁଙ୍ଗୁରୁଙ୍କୁ ଭଲ ପାଇ ସ୍ବାମୀ ପିଲାଙ୍କୁ ଛାଡି ଦେଇଛନ୍ତି ବୋଲି ତଣ୍ଟି ଫଟେଇ କହୁଥିବା ବେଳେ ଏହାକୁ ଗ୍ରହଣ କରି ନଥିଲେ ଟୁଙ୍ଗୁରୁ। ଏମିତିକି କହିଥିଲେ ଭାଉଜ ପ୍ରେମ ମିଠା। ତେବେ ସୂଚନା ମୁତାବକ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍କୁ କହିଥିଲେ !
ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ। କିନ୍ତୁ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ଅଭିଯୋଗକୁ ମିଛ ବୋଲି କହିଥିଲେ ଗଣ ମାଧ୍ୟମ ସାମ୍ନାରେ। ଆଉ ଏହାପରେ ଗଣ ମାଧ୍ୟମରେ ଏମାନଙ୍କର ଏଭଳି ଖବର ପ୍ରସାରଣ କରାଗଲା ଯେ ଏମାନେ ରାତାରାତି ଷ୍ଟାର ପାଲଟି ଗଲେ।
ନିଜ ପ୍ରେମ ସମ୍ପର୍କରୁ ନେଇ ଚର୍ଚ୍ଚାରେ ଥିବା ବର୍ଷା ଭୋଳ ଓ ଟୁଙ୍ଗୁରୁ ଭୋଳ ଏବେ ଷ୍ଟାର ପାଲଟି ଯିବା ପରେ ଏବେ ନିତି ପ୍ରତିଦିନ ସେମାନଙ୍କ ସମ୍ପର୍କରେ ଖବର ପ୍ରସାରଣ ହେବାରେ ଲାଗିଛି। ଏମାନେ ବାହାରକୁ ଗଲେ କି ଲୋକେ ଉଭୟଙ୍କୁ ଦେଖିଲେ ସେଲିବ୍ରିଟି ପରି ସେଲଫି ନେଉଥିଲେ । ଏପରିକି ତାଙ୍କ ପାଖକୁ ସିନେମା ଓ ଗୀତ ଗାଇବାର ଅଫର ମଧ୍ୟ ଆସୁଛି। ଉଭୟଙ୍କୁ ଆଲବମରେ ମଧ୍ୟ ଦେଖିବାକୁ ମିଳୁଛି।
ତେବେ ବର୍ଷା ଭୋଳ ମ୍ୟୁଜିକ୍ ଭିଡ଼ିଓରେ କାମ କରି ସାରିଥିବା ବେଳେ ବର୍ତ୍ତମାନ ସମୟରେ ବର୍ଷା ଭୋଳ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଭଜନ ଗାଉ ଥିବାର ନଜର ଆସୁଛନ୍ତି। ବର୍ଷା ଖୁବ୍ ଚେଷ୍ଟା କରି ଗୀତଟିକୁ ସୁନ୍ଦର୍ ଭାବେ ଗାଇବା ପାଇଁ ଚେଷ୍ଟା କରିଛନ୍ତି।
ତେବେ ବର୍ଷାଙ୍କ ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ପସନ୍ଦ କରୁଛନ୍ତି ସେୟାର କରୁଛନ୍ତି ଆଉ ଏହାକୁ ଦେଖି ଲୋକେ ଏହା ଉପରେ ଖୁବ୍ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଆପଣ ବି ଏହି ସୁନ୍ଦର୍ ଭଜନକୁ ଦେଖି ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।