shocking video -ମା’କୁ ହାଣିଲା ପୁଅ,ଡ୍ରେସ କିଣିବାକୁ ମାଆକୁ ପଇସା ମାଗିଲି ମାଆ ଦେଲାନି, ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା ||ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..
ମା’ ଲକ୍ଷେ ଦେବତା ପୂଜି ପୁଅଟିଏ ପାଇଥାଏ। ପୁଅଟିଏ ହେଲା ପରେ ମାର ଖୁସି କହିଲେ ନସରେ। ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖୁଥାଏ ମା।ଭାବିଥାଏ ସେ ଶେଷ ଅବସ୍ଥାରେ ପୁଅ ତାର ସାହାରା ହେବ। ମଲାପରେ ସେ ପୁଅତାକୁ ମୁଖାଗ୍ନି ଦେଇ ତାର କର୍ମ କରିବ।
କିନ୍ତୁ ସେହି ପୁଅ ଯଦି ମା ମୃତ୍ୟୁର କାରଣ ସାଜେ ତେବେ ସେ ଭଳି ପୁଅର ଜୀବନ ଧିକ୍। ଏଭଳି ଅନେକ ଘଟଣା ଆମେ ଅନେକ ଶୁଣୁଛେ ଓ ଅନେକ ଦେଖୁଛେ। କିଏ ସମ୍ପତ୍ତି ପାଇଁ ମାକୁ ହତ୍ୟା କରୁଛି ତ ଆଉ କିଏ ମାକୁ ବୋଝ ଭାବି ମାରି ପକାଉଛି।
ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁଣିଥରେ। କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ମାକୁ ଅତି ନିର୍ମମ ଭାବରେ ହତ୍ୟା କରିଛି ନାବାଳକ ପୁଅ।ନାବାଳକ ପୁଅର ବର୍ବର କାଣ୍ଡ।ମାକୁ ଜୀବନରୁ ମାରିଦେଲା ପୁଅ।ସାମାନ୍ୟ ଡ୍ରେସ୍ ପାଇଁ ମାକୁ ହାଣିଲା ପୁଅ।
ରଜରେ ଡ୍ରେସ୍ କିଣିବାକୁ ପାଇସା ନ ଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମୁଗ ସାଆନ୍ତ।
ଶେଷ ରଜ ଦିନ ପୁଅ ଘଟାଇଛି ଏଭଳି ଅଘଟଣ। ନାବାଳକ ପୁଅ ଗୁରୁବନ ସାଆନ୍ତ ମା ମୁଗ ସାଆନ୍ତଙ୍କୁ ହତ୍ୟା କରିଛି। ପୁଅ ଗୁରୁବନ ମା ମୁଗ ସାଆନ୍ତ ଡ୍ରେସ୍ କିଣିବାକୁ ଟଙ୍କା ମାଗିଥିଲା। ରଜରେ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଛନ୍ତି, ସେ ମଧ୍ୟ ପିନ୍ଧିବ ବୋଲି ଜିଦ୍ କରିଥିଲା।
କିନ୍ତୁ ମୁଗ ସାଆନ୍ତ ଅତ୍ୟନ୍ତ ଗରିବ ହୋଇଥିବାରୁ ପୁଅର ଡ୍ରେସ୍ କିଣିବା ପାଇଁ ଅସମର୍ଥ ଥିଲା। ଆଉ ଡ୍ରେସ କିଣିବା ପାଇଁ ପୁଅକୁ ମନାକରି ଟଙ୍କା ନାହିଁ ବୋଲି କହିଥିଲା ମା ଏତିକିରେ ପୁଅ ରାଗିଯାଇ ମାକୁ ଧାରୁଆ ଅସ୍ତ୍ରରେ ମାରି ହତ୍ୟା କଲା। ଘଟଣାସ୍ଥଳରେ ହିଁ ମାଙ୍କ ମୃତ୍ୟୁ ଘଟିଥିଲା।
କିଛି ବର୍ଷ ତଳେ ମୁଗଙ୍କ ସ୍ୱାମୀ ସାହେବ ସାଆନ୍ତଙ୍କ ଦେହାନ୍ତ ହୋଇଯାଇଥିଲା। ସେବେଠାରୁ ମୁଗ ୨ ପୁଅଙ୍କୁ ଧରି ଅତି ଦୁଃଖକଷ୍ଟରେ ଜୀବନ ଯାପନ କରୁଥିଲେ। ଅର୍ଥ ଅଭାବରୁ ସାନ ପୁଅ ଓଡିଶା ବାହାରକୁ ଦାଦନ ଖଟିବାକୁ ବାହାରି ଯାଇଛି।
ଆଉ ଘରେ ବଡ ପୁଅ ଓ ମା ଚାଷବାସ କରି କିଛି ଅର୍ଥ ଉପାର୍ଜନ କରନ୍ତି ଆଉ ସାନ ପୁଅ ଟଙ୍କା ପଠାଇଲେ ଦୁଃଖକଷ୍ଟରେ ଚଳି ଯାଆନ୍ତି। କିନ୍ତୁ ବଡ ପୁଅ ରଜରେ ନୂଆ ଡ୍ରେସ ପିନ୍ଧିବାକୁ ଜିଦି କରିଥିଲା। ଡ୍ରେସ କିଣିବାକୁ ମା’କୁ ଟଙ୍କା ମାଗିଥିଲା। ନୂଆ ଡ୍ରେସ କିଣିବାକୁ ଆବଶ୍ୟକ ଟଙ୍କା ନ ଥିବା ପୁଅକୁ ମୁଗ ବୁଝାଇଥିଲେ। ହେଲେ ଅଝଟ ପୁଅ ଏହି ଘଟଣାରେ ରାଗି ଯାଇଥିଲା। ପ୍ରତିଶୋଧ ପରାୟଣ ହୋଇ ଘରେ ଥିବା ଟାଙ୍ଗୀଆରେ ମା’କୁ ପଛରୁ ହାଣି ହତ୍ୟା କରିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।