Pregancy tips – ପିରିୟଡ଼ର କେତେଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ!ଜାଣନ୍ତୁ କେତେ ଦିନ ପରେ…..

ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ। ବିବାହରେ ବାନ୍ଧି ହୋଇଥିବା ଦୁଇ ନବ ଦମ୍ପତି ପରସ୍ପର ସୁଖ ଓ ଦୁଃଖର ସାଥୀ ହୋଇ ରହିବେ ବୋଲି କଥା ହୋଇଥାନ୍ତି। ଏଥି ସହିତ ବିବାହ ପରେ ପ୍ରତ୍ୟେକ ଦମ୍ପତି ସନ୍ତାନ ଜନ୍ମ ଦେବା ପାଇଁ ଚାହିଁଥାନ୍ତି। ନିଜ ସନ୍ତାନକୁ ନେଇ ବହୁତ୍ ସ୍ଵପ୍ନ ଦେଖିଥାନ୍ତି।କିନ୍ତୁ କେତକ ଦମ୍ପତି ସନ୍ତାନ ସୁଖର ସୌଭାଗ୍ୟ ପାଇ ପରିନଥାନ୍ତି। ଏମାନେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମହିଳାଟିଏ ଗର୍ଭ ଧାରଣ କରିବା ସମର୍ଥ ହୋଇପାରେ ନାହିଁ।

ବିଶେଷ କରି କେତେକ ପରିସ୍ଥିତିରେ ଦେଖିବାକୁ ମିଳିଥାଏ ଯେ କିଛି ମହିଳା ମାନେ ଜାଣି ପାରି ନଥାନ୍ତି କି ସେମାନେ କେଉଁ ସମୟରେ ସମ୍ପର୍କ ରଖିଲେ ଗର୍ଭ ଧାରଣ କରିବାରେ ସକ୍ଷମ ହୋଇ ପାରିବେ। କେତେବେଳେ କୋଉ ମୁହୂର୍ତ୍ତରେ ସହବାସ କରିଲେ ଗର୍ଭଧାରଣର ସହଜ ହୋଇଥାଏ ଏହା ପ୍ରାୟତଃ କେତେକ ଲୋକମାନଙ୍କୁ ଜଣା ନ ଥାଏ ।

କିଛି ମହିଳା ଏହାକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି। ବାରମ୍ବାର ସମ୍ପର୍କ ରଖିବା ପରେ ବି ଗର୍ଭ ଧାରଣ କରି ପାରନ୍ତି ନାହିଁ। ସେଥିପାଇଁ ବେଳେ ବେଳେ କିଛି ମହିଳା ଡିପ୍ରେସନ କୁ ଚାଲି ଯାଇଥାନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ପିରିୟଡ଼ ସରିବାର କେତେ ଦିନ ପରେ ସମ୍ପର୍କ ରଖିଲେ ଗର୍ଭଧାରଣ କରିବାର ଚାନ୍ସ ଅଧିକ ରହିଥାଏ ଏବଂ ଗର୍ଭବତୀ ହେବା ପାଇଁ କଣ ସବୁ କରିବା ଆବଶ୍ୟକ ରହିଛି।

୧. ଶାରିରୀକ ସମ୍ପର୍କ ରଖିବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ରହିଛି। ଆପଣ ଶାରିରୀକ ସମ୍ପର୍କ ରଖିବା ପରେ କିଛି ସମୟ ବିଶ୍ରାମ କରିବା ଆବଶ୍ୟକ। ଅର୍ଥାତ୍ ୧୫ ମିନିଟ୍ ପର୍ଯ୍ୟନ୍ତ ଆପଣ ବେଡରେ ଶୋଇ ରୁହନ୍ତୁ। ଏହା ଦ୍ବାରା ମହିଳା ପାଖରେ ଗର୍ଭ ଧାରଣ କରିବାର ଚାନ୍ସ ଅଧିକ ରହିଥାଏ।

୨. ଶାରିରୀକ ସମ୍ପର୍କ ରଖିବା ସମୟରେ ସଚେତନ ରୁହନ୍ତୁ ଯେମିତି ଏହି ସମୟରେ ଆପଣ କୌଣସି ପ୍ରକାରର ମାନସିକ ଚାପରେ ନରୁହନ୍ତି। ଆପଣ ଏହି ସମୟରେ ଯେତେ ଅଧିକ ଖୁସି ରହିବେ ଆପଣଙ୍କ ପାଇଁ ସେତେ ଭଲ।

୩. ସହବାସର ସଠିକ ସମୟ ଜାଣି ସମ୍ପର୍କ ସ୍ଥାପନା କରନ୍ତୁ। ଆପଣ ସଠିକ୍ ସମୟରେ ସହବାସ ନକଲେ ଏହା ଗର୍ଭ ଧାରଣର କରିବାରେ ଅସୁବିଧା ସୃଷ୍ଟି କରିଥାଏ।

୪. ଆପଣ ଆପଣଙ୍କ ପିରିୟଡ଼ର ତାରିଖକୁ ମନେ ରଖନ୍ତୁ। ଏବଂ ପିରିୟଡ଼ ହେବାର ୧୧ ଦିନ ପରେ ୫ ଦିନ ଧରି ଲଗାତାର ସହବାସରେ ରହିଲେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ରହିଥାଏ।

୫. ମହିଳା ମାନେ ନିଜର ଓଭୁଲେଶନ ଡେ ବାବଦରେ ଅବଗତ ହେବା ଦରକାର। କାରଣ ଏହି ସମୟ ମଧ୍ୟରେ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଗର୍ଭ ଧାରଣର ସମ୍ଭାବନା ଅଧିକ ରହିଥାଏ। ତେଣୁ ଆପଣ ଆପଣଙ୍କ ଓଭୁଲେଶନ ଡେ ମନେ ରଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।