Pregnancy Tips – Ovulation ର ଲକ୍ଷଣ | ମହିଳାଙ୍କ ଠାରେ ଏସବୁ ଲକ୍ଷଣ ଥିଲେ କରନ୍ତୁ ସହବାସ…ନିଶ୍ଚୟ ଛୁଆ ରହିବ…..୧୦୦% ଗ୍ୟାରେଣ୍ଟି
ପ୍ରତ୍ୟେକ ମହିଳାଙ୍କ କ୍ଷେତ୍ରରେ ପିରିୟଡ୍ ସରିଗଲା ପରେ , ତାଙ୍କ ଡିମ୍ୱାଶୟ ଅର୍ଥାତ୍ ତାଙ୍କ ଓଭାରୀରୁ ଗୋଟିଏ ଡିମ୍ୱ ବାହାରିଥାଏ । ଏହି ଡିମ୍ୱ କିଛିଦିନ ଯାଏ ଗର୍ଭାଶୟରେ ଅପେକ୍ଷା କରିଥାଏ । ଯଦି ଏହି ସମୟରେ ଆପଣ ଆପଣଙ୍କ ପାର୍ଟନର ସହିତ ଅସୁରକ୍ଷିତ ସହବାସ କରନ୍ତି , ତେବେ ତାଙ୍କ ପାଖରୁ ଆସୁଥିବା ସ୍ପନ ସହିତ ଡିମ୍ୱର ମିଳନ ହେଲେ ଗୋଟିଏ ଭ୍ରୁଣର ସୃଷ୍ଟି ହୋଇଥାଏ । ବର୍ତ୍ତମାନ ସମୟରେ ଅନେକ ମହିଳାଙ୍କ ଠାରେ ଗର୍ଭନରହିବା ସମସ୍ୟା ଅଧିକ ଦେଖାଯାଉଛି , ଏହାର ଅନେକ ଗୁଡିଏ କାରଣ ହୋଇପାରେ ।
ତେଣୁ ପ୍ରତ୍ୟେକ ମହିଳାଙ୍କୁ ନିଜର ଅଭୁଲେସନ ସମୟ ବିଷୟରେ ଜାଣିବା ନିହାତି ଜରୁରୀ ହୋଇଥାଏ । କିନ୍ତୁ ଏମିତି କିଛି ସହଜ ଉପାୟ ରହିଛି , ଯାହା ସାହାର୍ଯ୍ୟରେ ଆପଣ ମାନେ ଆପଣଙ୍କ ଅଭୁଲେସନ ଡେଟ୍ ର ଅନୁମାନ ଲଗାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ଗୁଡିକ ବିଷୟରେ ।
1.ବ୍ରେଷ୍ଟ ସଫ୍ଟ ହେବା ବା ସାମାନ୍ୟ ଯନ୍ତ୍ରଣା ହେବା :-
ଯଦି ଆପଣଙ୍କ ଦୁଇଟି ପରିୟଡ୍ସ ମଝି ସମୟରେ କୌଣସି ଦିନ ବ୍ରେଷ୍ଟ ସଫ୍ଟ ଲାଗିବା ଆରମ୍ଭ କରେ ବା ଏଥିରୁ ହାଲୁକା ଯନ୍ତ୍ରଣା ଅନୁଭବ ହୁଏ । ତେବେ ଜାଣିନେବେ ଏହା ଅଭୁଲେସନ ଡେ ଅଛି ବୋଲି । କିନ୍ତୁ ସମସ୍ତ ମହିଳା ମାନଙ୍କ କ୍ଷେତ୍ରରେ ଏହି ପ୍ରକାର ଲକ୍ଷଣ ଦେଖାଯାଇ ନଥାଏ , ଯଦି ଆପଣଙ୍କ କ୍ଷେତ୍ରରେ ଏପରି ଲକ୍ଷଣ ଦେଖାଯାଏ ତେବେ ଏହା ଅଭୁଲେସନ ଡେର ସୂଚନା ଦେଇଥାଏ ।
2. ଶରୀରର ତାପମାତ୍ରା ବଢିବା :-
ନରମାଲ ଦିନ ମାନଙ୍କରେ ମହିଳା ଙ୍କ ଶରୀରର ତାପମାତ୍ରା ନରମାଲ ରହିଥାଏ । କିନ୍ତୁ ଅଭୁଲେସନ ଦିନ ମାନଙ୍କରେ ଶରୀରର ତାପମାତ୍ରା ଟିକେ ଅଧିକ ରହିଥାଏ । ତେଣୁ ଯଦି ଦୁଇଟି ପିରିୟଡ୍ସ ମଧ୍ୟରେ କୌଣସି ଦିନ ଶରୀରର ତାପମାତ୍ର ଅଧିକ ଅନୁଭବ ହୁଏ , ତେବେ ଜାଣିବେ ଯେ ଏହା ଅଭୁଲେସନ ଡେ ଅଛି ବୋଲି ।
3. ସ୍ପଟିଙ୍ଗ :-
ଅଭୁଲେସନ ଦିନ ମାନଙ୍କରେ ଆମ ଶରୀରରେ ଇଷ୍ଟ୍ରୋଜେନ ନାମକ ହରୋମନର ପରିମାଣ ବଢିବାକୁ ଲାଗେ । ତେଣୁ ବେଳେ ବେଳେ ଏହା ସ୍ପଟିଙ୍ଗ ଅର୍ଥାତ୍ ସାମାନ୍ୟ ରକ୍ତ ପଡିଥାଏ । ତେଣୁ ସ୍ପଟିଙ୍ଗ ହେବା ମଧ୍ୟ ଅଭୁଲେସନ ର ଲକ୍ଷଣ ହୋଇଥାଏ ।
4. ମ୍ୟୁକସ୍ ଡିସଚାର୍ଜା :-
ଅଭୁଲେସନ ଡେଟ୍ ଆପଣ ମ୍ୟୁକସ୍ ଡିସଚାର୍ଜ ରୁ ମଧ୍ୟ ଜାଣିପାରିବେ , ଅଭୁଲେସନ ଡେଟ୍ ରେ ଯେଉଁ ମ୍ୟୁକସ୍ ବାହାରିଥାଏ ତାହା ଦେଖିବାକୁ ଅଣ୍ଡାର ସର ଭଳି ହୋଇଥାଏ । ଏମିତି ଡିସଚାର୍ଜ ହେଲେ ଆପଣ ଜାଣି ପାରିବେ ଯେ ଆପଣଙ୍କର ଅଭୁଲେସନ ଡେଟ୍ ଆରମ୍ଭ ହୋଇଯାଇଛି ।
5. ପେଟ ଚିମୁଡି ଧରିବା :-
ପ୍ରତ୍ୟେକ ମାସରେ ମହିଳାଙ୍କ କୌଣସି ସାଇଡ୍ ର ଓଭାରୀରୁ ଗୋଟିଏ ଏଗ୍ ରିଲିଜ୍ ହୋଇଥାଏ । ଏହି ଏଗ୍ ରିଲିଜ୍ ହେବା ସମୟରେ ସେହି ପାଖର ପେଟ ଚିମୁଡି ଧରିଥାଏ। , ତେଣୁ 2 ଟା ପିରିୟଡ୍ସ ସମୟରେ କୌଣସି ଗୋଟେ ସାଇଡ୍ ରୁ ପେଟରେ କ୍ରାମ୍ପିଙ୍ଗ ହୁଏ । ତେବେ ଆପଣ ଜାଣିଯିବେ ଯେ ଏହା ଅଭୁଲେସନର ଲକ୍ଷଣ ବୋଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।