viral ଭିଡ଼ିଓ – ରାତି 2 ଟାରେ ବିପି ମାପିବାକୁ ଆସି ଡାକ୍ତରଙ୍କୁ ସେକିଲେ ମହିଳା,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ। ରାତି ଅଧିଆ ଚିକିତ୍ସ ପାଇଁ ଆସି ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ। ହଁ ଆଜ୍ଞା ରାତି ଅଧରେ ଆସିଥିଲେ ଚିକିତ୍ସ ପାଇଁ।ବିପି ଚେକ୍ କରିବା ପାଇଁ ରାତି ଅଢେଇଟା ବେଳେ ଆସିଥିଲେ ଜଣେ ମହିଳା ତାଙ୍କ ସମ୍ପର୍କୀୟଙ୍କ ସହିତ।

ଆଉ ବିଳମ୍ବିତ ରାତିରେ ରୋଗୀ ଆସିଥିବାର ଦେଖି ଡ଼ାକ୍ତର ତାଙ୍କୁ ପଚାରିଥିଲେ ଏତେ ରାତିରେ ବିପି ମାପିବାକୁ ଆସିଲେ କେମିତି। ଆଉ ଏହା ଶୁଣି ରୋଗୀଙ୍କ ସହ ଆସିଥିବା ସମ୍ପର୍କୀୟଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଆଉ ରାଗ ତମ ତମ ହୋଇ ଡାକ୍ତରଙ୍କୁ ଏକ ଚାପୁଡ଼ା ପକାଇଲେ। ଏମିତି ଏକ ଅଭିଯୋଗ କରିଛନ୍ତି ଚାପୁଡ଼ା ଖାଇଥିବା ଡାକ୍ତର ଜଣକ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଗତ କାଲି ବିଳମ୍ବିତ ରାତିରେ ବାସୁଦେବପୁର ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଥିବା ଡ଼ାକ୍ତର ଅମରେନ୍ଦ୍ର ଜେନାନକୁ ରୋଗୀଙ୍କ ସଂପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି।

ତେବେ ଏଡତାଳ ଗ୍ରାମର ଜାନକୀ ଲତା ଦାସଙ୍କ ହଠାତ୍ ଜ୍ଵର ଏବଂ ମୁଣ୍ଡ ବୁଲାଇ ଦେବାରୁ ସେ ତାଙ୍କ ଭାଇଙ୍କ ସହ ଚିକିତ୍ସା ପାଇଁ ବିଳମ୍ବିତ ରାତିରେ ବାସୁଦେବପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲେ କିନ୍ତୁ ସେଠାରେ ଡ଼ିଉଟିରେ ଥିବା ଡ଼ାକ୍ତର ଶୋଇ ପଡ଼ିଥିଲେ।

ଏବଂ ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଖରାପ ଭାଷା ପ୍ରୟୋଗ କରି ଗାଳି ଗୁଲଜ କରିଥିବା କହିଛନ୍ତି ମହିଳା ଜାନକୀ ଲତା ଦାସ। ଯେଉଁଥି ପାଇଁ ତାଙ୍କ ଭାଇ ରାଗିଯାଇ ଡାକ୍ତରଙ୍କୁ ମାଡ଼ ମାରିଥିବା କଥା ସେମାନେ କହିଛନ୍ତି। ଆଉ ଭାଇ ନିଜେ ଏକଥା ସ୍ବୀକାର କରିଛନ୍ତି।

ତେବେ ଡ଼ାକ୍ତର ଅମରେନ୍ଦ୍ର ଏହାକୁ ନେଇ ବର୍ତ୍ତମାନ ବାସୁଦେବପୁର ଥାନାର ଦ୍ୱାରସ୍ଥ ହୋଇ ଏତେଲା ଦେଇଛନ୍ତି। ଡ଼ାକ୍ତର ଅମରେନ୍ଦ୍ରଙ୍କ କହିବା ଅନୁଯାୟୀ ସେ ରୋଗୀଙ୍କୁ କେବଳ ରାତି ଅଢେଇଟାରେ ବିପି ମାପିବା ପାଇଁ କେମିତି ଆସିଲ ବୋଲି ପଚାରି ଥିଲେ ଆଉ ସେ କିଛି ବି କହି ନଥିଲେ।

ଆଉ ଏତିକିରେ ରୋଗୀଙ୍କ ସମ୍ପର୍କୀୟ ରାଗିଯାଇ ତାଙ୍କ ଉପରକୁ ହାତ ଉଠାଇ ଥିଲେ। କିନ୍ତୁ ଏପଟେ ରୋଗୀଙ୍କ କହିବା ଅନୁଯାୟୀ ଡ଼ାକ୍ତର ସେମାନଙ୍କ ସହ ଖୁବ୍ ଖରପ ବ୍ୟବହାର କରିଥିଲେ ଯେଉଁଥି ପାଇଁ ତାଙ୍କ ଉପରକୁ ହାତ ଉଠାଇବା ପାଇଁ ବାଧ୍ୟ ହୋଇଥିଲ।

ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସତ କହୁଛି ଆଉ କିଏ ମିଛ।ତେବେ ଯେଉଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ ତାଙ୍କ ସହ ଏଭଳି ବ୍ୟବହାର କରିବାକୁ ନିନ୍ଦା କରାଯାଉଥିବା ବେଳେ ତାଙ୍କ ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏ ନେଇ ବସୁବେଦପୁର ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।