ଖୁସି ଖବର – ରାଜ୍ୟ ସରକାରଙ୍କ ବଡ ଘୋଷଣା,ଏଣିକି ରେସନ୍ କାର୍ଡ ହିତାଧିକାରୀ ମାନଙ୍କୁ ମିଳିବ ୧୦୦୦ ଟଙ୍କା ସହାୟତା…ଜଣାନ୍ତୁ କେମିତି ପାଇବେ ଏବଂ ଅନ୍ୟମାନଙ୍କୁ ସେୟାର ସମସ୍ତଙ୍କୁ ଜଣାନ୍ତୁ…
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଷ୍ପତିରେ ରାଜ୍ୟବାସୀ ସର୍ବଦା ଖୁସି ରହିଥାନ୍ତି। ରାଜ୍ୟ ସରକାରଙ୍କ ତରଫରୁ ସର୍ବଦା ନୂଆ ନୂଆ ଯୋଜନା ଆସିଥାଏ ଯାହାକୁ ନେଇ ରାଜ୍ୟବାସୀ ଖୁବ୍ ଖୁସି ରହିଥାନ୍ତି। ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁ ମାନଙ୍କ ପାଖରେ ରେସନ କାର୍ଡ ରହିଛି ସେମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ବହୁତ ଖୁସି ଖବର।
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରେସନ୍ କାର୍ଡ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ୧ ହଜାର ଟଙ୍କାର ଅର୍ଥ ସହାୟତା ରାଶି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଯେଉଁ ମାନଙ୍କ ପାଖରେ ରେସନ୍ କାର୍ଡ ରହିଛି ଏବଂ ଯେଉଁ ମାନଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ରହିଛି ସେମାନଙ୍କୁ ମିଳିବାକୁ ଯାଉଛି ଏକ ହଜାର ଟଙ୍କାର ଅର୍ଥ ସହାୟତା।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ବହୁତ ଦିନ ଧରି ସାରା ଦେଶ କୋଭିଡ୍-୧୯ର ସାମ୍ନା କରିବାକୁ ପଡ଼ିଥିଲା। ଏଥି ମଧ୍ୟରେ ଅଧିକାଂଶ ବ୍ୟକ୍ତିବିଶେଷ ନିଜର ରୋଜଗାରକୁ ହରାଇଛନ୍ତି। କିଛି ଚାକିରୀ ମଧ୍ୟ ଛାଡି ଦେଇଛନ୍ତି। ଯାହା ଫଳରେ ସାଧାରଣ ଲୋକମାନେ ନିଜର ଜୀବିକା ହରାଇ ନାନାଦି ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଅଭିନବ ଚିନ୍ତା କରିଛନ୍ତି। ଯେଉଁମାନଙ୍କର ରେସନ୍ କାର୍ଡ ରହିଛି ସେମାନଙ୍କୁ ମିଳିବାକୁ ଯାଉଛି ଏକ ହଜାର ଟଙ୍କାର ଅର୍ଥ ସହାୟତା।
ତେବେ ଏହି ଏକ ହଜାର ଟଙ୍କାର ଅର୍ଥ ସହାୟତା ରେସନ କାର୍ଡ ହିତାଧିକାରୀଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ପୈଠ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି। ଏହି ଯୋଜନାରେ ଓଡ଼ିଶାର ସମସ୍ତ ରେସନ୍ କାର୍ଡ ହିତାଧିକାରୀ ମାନେ ଉପକୃତ ହେବେ।
ଏହି ଗୋଟିଏ ସପ୍ତାହ ମଧ୍ୟରେ ଯେଉଁ ମାନଙ୍କ ପାଖରେ ରେସନ୍ କାର୍ଡ ରହିଛି ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଏକ ହଜାର ଲେଖାଏଁ ଜମା କରାଯିବ। ଏଥିରେ ଓଡ଼ିଶାର ୯୩ ପ୍ରତିଶତ ଅଧିଲୋକେ ଉପକୃତ ହୋଇପାରିବେ।ମହାମାରୀରେ ଜୀବିକା ହରାଇ ବସିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଏହା କିଛି ମାତ୍ରାରେ ସାହାଯ୍ୟ କରି ପାରିବ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନାକୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି।
ଅନ୍ୟ ଏକ ବଡ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି କି ଏବେ ଆଉ ହାତାହାତିି ରେସନ୍ ଦିଆଯିବ ନାହିଁ। କିନ୍ତୁ ଏହା ବଦଳରେ ସମସ୍ତ ରେସନ ବାବଦକୁ ଆବଶ୍ୟକ ଅର୍ଥ ସହାୟତା ମିଳିବ। ଏହି ଅର୍ଥ ସହାୟତା ସିଧାସଳଖ ଆପଣଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ଜାଇ ଜମା ହେବ।
ଏହାପରେ ଆପଣ ଏହି ଟଙ୍କାକୁ ଉଠାଇ ମାର୍କେଟରୁ ଖୁଚୁରା ବ୍ୟବସାୟୀଙ୍କ ନିକଟରୁ ରେସନ୍ କିଣି ପାରିବେ। ତେବେ କୋଭିଡ୍-୧୯ ର ମହାମାରୀକୁ ଆଖି ଆଗରେ ରଖି ସରକାର ଏମିତି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।