ଖୁସି ଖବର – ପ୍ରଧାନ ମନ୍ତ୍ରୀଙ୍କ ବଡ ଘୋଷଣା ଆସନ୍ତା ୬ ମାସ ଯାଏ ମିଳିବ ମାଗଣା ରାସନ ସାମଗ୍ରୀ ଏହି ଲୋକମାନେ ପାଇପାରିବେ ରାସନକାର୍ଡ ଥିଲେ ଥରୁଟିଏ ଦେଖନ୍ତୁ ଏବଂ ଅନ୍ୟମାନଙ୍କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…
ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର। କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଛି ଏକ ବଡ ନିଷ୍ପତି। ଯାହାର ଲାଭ ଉଠାଇ ପାରିବେ ରାସନ କାର୍ଡ ହିତାଧିକାରୀ ମାନେ। କେନ୍ଦ୍ର ସରକାରଙ୍କ ତରଫରୁ ନିଆ ଯାଇଥିବା ନିଷ୍ପତି ଅନୁଯାୟୀ ଗରିବ ଲୋକଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ୍।
ଶନିବାର କ୍ୟାବିନେଟ୍ ମିଟିଂ ପରେ ଏନେଇ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ତେବେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ରାସନ୍ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।
ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶର ପ୍ରତିଟି ଗରିବ ଲୋକଙ୍କୁ ମାଗଣାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରା ଯାଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଯୋଜନାକୁ ଆହୁରି ୩ ମାସ ବଢାଇ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଆଜି ପ୍ରଥମେ ଟୁଇଟ୍ କରି ସୂଚନା ଦେଇଥିଲେ । ମୋଦୀ ଟୁଇଟ୍ କରି ଲେଖିଥିଲେ, ଭାରତବର୍ଷର ସାମର୍ଥ୍ୟ ତାର ଦେଶର ପ୍ରତିଟି ନାଗରିକଙ୍କ ଶକ୍ତିରେ ସମାହିତ ଅଛି । ଏହି ଶକ୍ତିକୁ ଆହୁରି ମଜଭୁତ୍ କରିବାକୁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆହୁରି ୬ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଦେଶର ୮୦ କୋଟି ଲୋକ ଉପକୃତ ହେବେ ।
ତେବେ କରୋନା ମହାମାରୀ ସମୟରେ ଲକଡାଉନ୍ କାରଣରୁ ଦେଶର ଅନେକ ଲୋକ ରାସନ ଅଭାବରୁ କଷ୍ଟରେ ଜୀବନ କାଟୁଥିଲେ । ଅନେକ ଲୋକେ ନିଜର ଜୀବିକା ହରାଇ ବସି ଥିଲେ। ଭୋକ ବିକଳରେ ଛଟ ପଟ ହେଉଥିଲେ।
କରୋନା ମହାମାରୀ ପାଇଁ ଦେଶର ପରିସ୍ଥିତି ଅତି ଖରାପ ସ୍ଥିତି ହୋଇ ଯାଇଥିଲା।ଏହି ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରତି ବ୍ୟକ୍ତି ପିଛା ୫ କିଲୋ ମାଗଣା ଖାଦ୍ୟାନ୍ନ ଦେବାକୁ ଘୋଷଣା କରିଥିଲେ। ଯାହା ଫଳରେ ଗରିବ ଲୋକମାନେ ବହୁତ ଉପକୃତ ହୋଇ ପାରିଥିଲେ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି ଥରେ ଛଅ ମାସ ପାଇଁ ବୃଦ୍ଧି କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡର ପ୍ରତିକୂଳ ପରିସ୍ଥିତି ସମୟରୁ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ସମେତ ଦେଶର ୮୦ କୋଟି ଲୋକଙ୍କୁ ଘରେ ଘରେ ଚାଉଳ ପହଞ୍ଚାଉଛନ୍ତି । ‘ଦେଶରେ କେହି ଭୋକରେ ରହିବେ ନାହିଁ’, ଏହା ସୁନିଶ୍ଚିତ କରାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।