ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ୟୁଟ୍ୟୁବର ମିଷ୍ଟର ଗୁଲୁଆ, ଦେଖନ୍ତୁ ମିଷ୍ଟର୍ ଗୁଲୁଆଙ୍କ ନିର୍ବନ୍ଧ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି
ଜଣେ ସଫଳ ୟୁଟ୍ୟୁବର ଭାବରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ମିଷ୍ଟର୍ ଗୁଲୁଆ। ଓଡ଼ିଆ ୟୁଟ୍ୟୁରେ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ଏହି ହାସ୍ୟ ଅଭିନେତା ଜଣକ। ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମିଷ୍ଟର ଗୁଲୁଆ।ତାଙ୍କର ପ୍ରକୃତ ନାମ ହେଉଛି ଆଶିଷ କୁମାର ଦାସ। କିନ୍ତୁ ସେ ମିଷ୍ଟର ଗୁଲୁଆ ନାମରେ ବେଶ୍ ପ୍ରଶଂସା ହାସଲ କରିଛନ୍ତି। ନିଜର ସଫଳତା ପାଇଁ ଅସଂଖ୍ୟ ଦର୍ଶକ ମାନଙ୍କ ଭଲପାଇବା ସାଉଁଟି ପାରିଛନ୍ତି ଏହି ୟୁଟ୍ୟୁବର ଜଣକ। ୟୁଟ୍ୟୁବରେ ମିଷ୍ଟର ଗୁଲୁଆଙ୍କ ଭିଡିଓ ଅପଲୋଡ଼ ହେବା ପରେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଦେଖିଥାନ୍ତି।
ଚଳଚ୍ଚିତ୍ର ପାଇଁ ଚେଷ୍ଟା କରୁଥିବା ଆଶିଷ କୁମାର ଦାସଙ୍କୁ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବାକୁ ପାଇଁ କିଛି ବିଶେଷ ସୁଯୋଗ ମିଳିନଥିଲା। ତେବେ ହାର ମାନିନଥିଲେ ଆଶିଷ ନିଜ ମୋବାଇଲ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ଏହାପରେ ସେ ତାଙ୍କର ଏକ ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ଯାହାର ନାମ ରଖିଥିଲେ ମିଷ୍ଟର ଗୁଲୁଆ। ତାପରେ ସେ ମିଷ୍ଟର ଗୁଲୁଆ ନାମରେ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି।
ସବୁ ସମୟରେ କମେଡି କରୁଥିବା ମିଷ୍ଟର ଗୁଲୁଆ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ତାଙ୍କର ଏ ସଫଳତା ପଛରେ ରହିଛି ବହୁତ ପରିଶ୍ରମ। ସେଥିପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ସେ ପୂର୍ବରୁ ମିଷ୍ଟର ଗୁଲୁଆ ମୁଁ ଗାନ୍ଧୀ ନୁହେଁ ଓ ଲେଖୁ ଲେଖୁ ଲେଖିଦେଲି କଥାଚିତ୍ରରେ ଏକ ଛୋଟିଆ ଚରିତ୍ରରେ ନଜର ଆସିଥିଲେ।
ତେବେ ବର୍ତ୍ତମାନର ଖବର ଅନୁଯାୟୀ ମିଷ୍ଟର ଗୁଲୁଆ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଯାଉଛନ୍ତି। ନିକଟରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ମିଷ୍ଟର ଗୁଲୁଆଙ୍କ ରିଙ୍ଗ ସେରେମୋନୀରେ ବହୁ ଅତିଥି ମାନଙ୍କୁ ଦେଖିବାକୁ ମିଳିଥିଲା।
ଅଭିନେତ୍ରୀ ରାନୀ ପଣ୍ଡା ମିଷ୍ଟର ଗୁଲୁଆଙ୍କ ରିଙ୍ଗ ସେରେମୋନୀରେ ଲାଇଭ ଆସି ଦର୍ଶକ ମାନଙ୍କୁ ମିଷ୍ଟର ଗୁଲୁଆଙ୍କ ରିଙ୍ଗ ସେରେମୋନୀ ବିଷୟରେ ଜଣାଇ ଥିଲେ। ଯାହାକୁ ଦେଖି ଲାଇଭରେ ଥିବା ଦର୍ଶକ ମାନେ ଗୁଲୁଆଙ୍କୁ ବହୁତ ଶୁଭେଚ୍ଛା ଜଣାଇ ଥିଲେ।
ତେବେ ମିଷ୍ଟର ଗୁଲୁଆଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି ତାଙ୍କର ଫ୍ରେଣ୍ଡସ ମାନେ। ଗୁଲୁଆଙ୍କ ନିର୍ବନ୍ଧରେ ୟୁଟ୍ୟୁବରେ କାଳିଆ ଷଣ୍ଢ, ଟୁକୁନା, ମୁକେଶ, ରାନୀ ପଣ୍ଡା ସମେତ ବହୁ ଲୋକପ୍ରିୟ କଳାକାର ମାନେ ଯୋଗ ଦେଇଥିଲା।
ତେବେ ମିଷ୍ଟର୍ ଗୁଲୁଆଙ୍କ ବିବାହକୁ ଚାହିଁ ରହିଛନ୍ତି ତାଙ୍କ ଫ୍ରେଣ୍ଡସ ମାନେ।ତେବେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆଙ୍କ ବିବାହ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଥରେ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆଙ୍କ ବିବାହକୁ ନେଇ ଜୋର ସୋର ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।