Exclusive video – ୭ ବର୍ଷର ଝିଆରି ଦେଖିଛି ଖୁଡୀର ହତ୍ୟା,ପିଟି ପିଟି ମାରିଦେଲେ ମୋ ମଝିଆ ମା’କୁ, ମୁଁ ଦେଖିଛି,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଛଣପୁର ଗ୍ରାମରେ ବଧୂ ହତ୍ୟା ମାମଲାର ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି।ବାଲିଆପାଳ ବ୍ଲକ ସିଂଲା ଥାନା ଅଧୀନରେ ଥିବା ବୋଳଂ ଗ୍ରାମର ଗଙ୍ଗାଧର ବେହେରାଙ୍କ ଝିଅ ମିନାକ୍ଷୀ ବେହେରା ଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି।

ତେବେ ୨୦୨୧ ଜୁନ୍ ୬ ତାରିଖରେ ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ସୂତେଇ ପଞ୍ଚାୟତ ଛଣପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ କାଶୀନାଥ ବେହେରାଙ୍କ ସହିତ ଗଙ୍ଗାଧର ବେହେରାଙ୍କ ଝିଅ ମିନାକ୍ଷୀ ବେହେରାଙ୍କ ବିବାହ ରୀତି ନୀତି ଅନୁସାରେ ହୋଇଥିଲା।

 ତେବେ ଶାଶୁ ଘର ଲୋକଙ୍କ ଡିମାଣ୍ଡ ଅନୁସାରେ ଗଙ୍ଗାଧର ଯୌତୁକ ଦେଇ ପାରି ନଥିବାରୁ କାଶୀନାଥଙ୍କ ଘର ଲୋକେ ମିଶି ମିନାକ୍ଷୀଙ୍କୁ ପିଟି ପିଟି ହତ୍ୟା କରିଥିବାର ମିନାକ୍ଷୀଙ୍କ ବାପା ଗଙ୍ଗାଧର ବେହେରା ଥାନାରେ ଅଭିଯୋଗ କରିଥିଲେ।

ତେବେ ବୋହୂକୁ ପ୍ରତିଦିନ ନିର୍ଯାତନା ଦେଉଥିଲେ ଶାଶୁ। ପ୍ରତିଦିନ ଶାଶୁ ମାଡ ମାରୁଥିଲେ। କାହା ସହ ବି କଥା ହେବା ପାଇଁ ଅନୁମତି ନଥିଲା। ଏପରିକି ଗେଟରେ ତାଲା ମଧ୍ୟ ପକାଇ ଦେଉଥିଲେ। ଆଉ ଶେଷରେ ଜୀବନରୁ ମାରିଦେଲେ। ଯାହା ମୃତ ମହିଳାଙ୍କ ସାଇପଡିଶା ଲୋକେ ମାନେ କହୁଛନ୍ତି।

ସାଇ ପଡ଼ିଶା ଲୋକଙ୍କ କହିବା ଅନୁଯାୟୀ ଶାଶୁ ଏତେ ଟରର୍ଚର୍ କରୁଥିଲେ ଯେ ତାହା ଖୁବ୍ କଷ୍ଟ ଦାୟକ ଏମିତିକି ଶାଶୁ ତାଙ୍କୁ ଖାଇବାକୁ ମଧ୍ୟ ଦେଉ ନଥିଲେ। ସାଇ ପଡ଼ିଶା ଲୋକଙ୍କ ଠୁ ମାଗି ଖାଉଥିଲେ ମିନାକ୍ଷୀ। ଘରେ ଗ୍ୟାସ ରହିଥିଲେ ମଧ୍ୟ

ତେବେ ମିନାକ୍ଷୀଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ତଥ୍ୟ। ତେବେ ତାଙ୍କୁ କିପରି ନିର୍ଯାତନା ଦିଆ ଯାଉଥିଲା ସେ ସବୁ ଦେଖିଥିଲେ ତାଙ୍କ ୭ ବର୍ଷର ଝିଆରି। ଆଉ ଯିଏ ଏବେ ସବୁ ସତ ଉଗାଳୁଛି। ଗୋଟି ଗୋଟି କରି ସବୁ ସତ ବାଖାଣି ଚାଲିଛି ଏହି କୁନି ଝିଅଟି।

କହୁଛି ପିଟି ପିଟି ମାରିଦେଲେ ମୋ ମଝିଆ ମାକୁ, ମୁଁ ଦେଖିଛି।ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ କୁନି ଝିଅଟି କଣ ସବୁ କହି ଯାଉଛି। କହୁଛି ସମସ୍ତେ ମିଶି ମୋ ମଝିଆ ମାକୁ ଖୁବ୍ ମାଡ ମାରିଥିଲେ। ମୋ ଜେଜେ ବାପାଙ୍କୁ ଛାଡି ସେଠାରେ ଆଉ ସମସ୍ତେ ଉପସ୍ଥିତ ଥିଲେ।

ସମସ୍ତେ ଥିଲେ ଜେଜେମା ମାଡ ମାରି ଚାଲିଥିଲେ ରକ୍ତ ମଧ୍ୟ ବାହାରୁ ଥିଲା କିନ୍ତୁ କେହି ଜଣେ ନା ବୋଲି କହୁ ନଥିଲେ।ତାପରେ ମୋ ମଝିଆ ମା ରାଗରେ ଘର ଭିତରେ କବାଟ ଦେଇ ଦେଇଥିଲେ ଏହାପରେ ଟେବୁଲ୍ ଉପରେ ଗୋଟିଏ ଚିଠି ରଖି କେତେବେଳେ ଫାଶୀ ଟାଙ୍ଗୀ ଦେଇଛନ୍ତି କେହି ଜାଣି ନାହାନ୍ତି। ତେବେ ଏହି କୁନି ଝିଅର କଥାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ଶାଶୁ ଘର ଲୋକେ ଦେଉଥିବା ନିର୍ଯାତନା ପାଇଁ ତାଙ୍କର ମୃତ୍ୟୁ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।