breaking news – ଗ୍ରାହକଙ୍କ ପାଇଁ ବଡ ଖୁସି ଖବର,ଏଣିକି ପୁଣି ଏତିକି କମିଲା ପେଟ୍ରୋଲ ଓ ଡିଜେଲ୍ ଦର,ଜଲ୍ଦି ଦେଖନ୍ତୁ….
ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ୍ ବଡ ଖୁସି ଖବର। ପୁଣି କମିପାରେ ତୈଳ ଦର। ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ହେବା ନେଇ ମିଳିଲା ସୂଚନା। ପେଟ୍ରୋଲ ଓ ଡିଜେଲ୍ ଦର ୧ ଟଙ୍କା କମିଲେ ମଧ୍ୟ ଗ୍ରାହକ ମାନଙ୍କ ପାଇଁ ଆଶ୍ୱସ୍ତି କର ତଥା ଖୁସି ଖବର ବୋଲି କୁହା ଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ଶସ୍ତା ହେବ ବୋଲି ଆଶା କରାଯାଉଛି।
ତୈଳ ରପ୍ତାନୀ କରୁଥିବା ଦେଶ ଗୁଡ଼ିକ ସଂଗଠନ ଋଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡ଼ିକ ଜୁଲାଇ ଅଗଷ୍ଟରୁ ଅଶୋଧିତ ତୈଳ ଆମଦାନୀ ଆହୁରି ବଢ଼ାଇବା ନେଇ ନେଇଛନ୍ତି ନିଷ୍ପତି। ଉତ୍ପାଦନ ବୃଦ୍ଧି ପାଇଲେ ତୈଳ ଦର ଆହୁରି ହ୍ରାସ ହେବ ବୋଲି ଆଶା କରାଯାଉଛି।
ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବା ସହ ପ୍ରତିଦିନ ୬.୪୮ ଲକ୍ଷ ବେରେଲ୍ ଉତ୍ପାଦନ କରିବା ପାଇଁ OPEC ଋଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି ।ଏହି ନିଷ୍ପତି ଯୋଗୁ ସାରା ଦୁନିଆରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବ ବୋଲି ଆଶା ରଖା ଯାଇଛି।
କରୋନା ମହାମାରୀ ସମୟରେ ଲକ୍ ଡାଉନ୍ ଯୋଗୁଁ ଅଶୋଧିତ ତୈଳର ବ୍ୟବହାର ହ୍ରାସ ପାଇଥିଲା। ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ରହିଥିଲା ଫଳରେ ଦର ମଧ୍ୟ ହ୍ରାସ ପାଇଥିଲା। ଏହାପରେ ତୈଳ ଉତ୍ପାଦନ କାରୀ ଦେଶ ଗୁଡ଼ିକ ଅଶୋଧିତ ତୈଳ ଉତ୍ପାଦନକୁ କମ୍ କରି ଦେଇଥିଲେ। ତେବେ ଏବେ କରୋନା ମହାମାରୀ ଧିରେ ଧିରେ ହ୍ରାସ ପାଉଥିବାରୁ ପୁଣି ଥରେ ତୈଳ ଉତ୍ପାଦନ କରୁଥିବା ଦେଶ ଗୁଡ଼ିକ ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି।
ବର୍ତ୍ତମାନ ଦିନକୁ ୪.୩୨ ଲକ୍ଷ ବେରେଲ୍ ଅଶୋଧିତ ତୈଳ ଉତ୍ପାଦନ କରା ଯାଉଛି। ଚଳିତ ବର୍ଷ ଫେବୃଆରୀ ଶେଷରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା। ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିବା କାରଣରୁ ଅଶୋଧିତ ତୈଳ ରପ୍ତାନୀରେ ବ୍ୟାଘାତ ସ୍ତୃଷ୍ଟି ହୋଇଥିଲା ଯାହା ଫଳରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଇଥିଲା। ଯାହା ସାଧାରଣ ଖାଉଟିଙ୍କ ନିଦ ହଜାଇ ଦେଇଥିଲା।
ସୂଚନା ଯୋଗ୍ୟ ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯.୫୦ ଟଙ୍କା କମାଇଥିବା ବେଳେ ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା ଶୁଳ୍କ ହ୍ରାସ କରିଥିଲେ। ଯାହା ଫଳରେ ପେଟ୍ରୋଲ ଓ ଡିଜେଲ ଦରଶସ୍ତା ହୋଇଥିଲା।
ଦୀର୍ଘଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିଲା। ଯାହାକୁ ନେଇ ବିଭିନ୍ନ ବର୍ଗର ଲୋକ ଅସୁବିଧାର ସମ୍ମୁଖିନ ମଧ୍ୟ ହେଉଥିଲେ। ତେବେ ପୁଣି ଥରେ ତୈଳ ଦର ହ୍ରାସ ପାଇବ ଖବର ପରେ ଆଶ୍ୱସ୍ତି ହୋଇଛନ୍ତି ଗ୍ରାହକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।