ଦାନ୍ତ ହେଉଛି ଆମର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଯାହାକି ଆମ ମୁଖ ମଣ୍ଡଳ ସୌନଦରଜୀ ଏବଂ ଆମ ଶରୀର ଗଠନ ପାଇଁ ଏକ ପ୍ରମୁଖ ଭୂମିକା ପରିବହନ କରିଥାଏ । ସୁନ୍ଦର ହସ ସୁନ୍ଦର ଦାନ୍ତ ଏକ ମଣିଷର ବ୍ୟକ୍ତିତ୍ଵକୁ ବଢାଇ ଥାଏ । ଆମର ସ୍ୱାସ୍ଥ୍ୟ ଅବସ୍ଥା ଆମ ହଜମ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ ଏବଂ ହଜମ ପ୍ରକ୍ରିୟାର ମୂଳ ଦ୍ଵାର ହେଉଛି ଆମ ପାଟି । ପାଟିରେ କେବଳ ଦାନ୍ତ ନୁହେଁ, ମାଢି ଓ କଳ ଓ ଜିଭ ଆଦି ସଫା କରିବା ଆମ ସମସ୍ତଙ୍କ ଦାୟିତ୍ଵ ।
ବର୍ତ୍ତମାନର ସମୟରେ ଅନେକ ଲୋକ ଦାନ୍ତ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକ ବାହାରେ ହେଉ ବା ଘରେ ଖାଦ୍ୟ ଖାଇବା ପରେ ପାଟି ଭଲ ଭାବରେ ଧୋଇ ନଥାନ୍ତି ଯାହା ଫଳରେ ସେମାନଙ୍କ ଦାନ୍ତରେ ଖାଦ୍ୟ ଅଂଶ ରହିଯାଇଥାଏ । ଅଧିକ ସମୟ ଖାଦ୍ୟ ଅଂଶ ଦାନ୍ତରେ ରହିବା ଦ୍ଵାରା ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ ଯାହା ଫଳରେ ଦାନ୍ତ ପୋକ!
ଖାଇଥାଏ । ଦାନ୍ତ ପୋକ ଖାଇବା ମାତ୍ରେ ଲୋକ ମାନଙ୍କୁ ବହୁତ ଯନ୍ତ୍ରଣା ହୁଏ ହେଲେ ଅନେକ ଲୋକ ସେହି ସମୟ ରେ ପେନ କିଲର ଖାଇ ନିଜ ଯନ୍ତ୍ରଣା କମାଇ ଥାନ୍ତି କିନ୍ତୁ ବନ୍ଧୁଗଣ ଏହା ଭୁଲ ଅଟେ । କାରଣ ଦାନ୍ତ ପୋକ ଖାଇବା ମାତ୍ରେ ଧୀରେ ଧୀରେ ତାହା ମାଢି ଆଡକୁ ଗତି କରେ ।
ଏହା ପରେ ମାଢିରେ ପୂଜା ହୋଇଥାଏ ଏହା ସହିତ ପାଖ ଦାନ୍ତ କୁ ମଧ୍ୟ ଏହି ଇନଫେକ୍ସନ ଚାଲିଯାଇଥାଏ । ଏହା ପରେ ଦାନ୍ତରେ ବହୁତ ବିନ୍ଧା ହୋଇଥାଏ । ଏହି ସମସ୍ୟା ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ହୋଇଥାଏ । ଆପଣ ମାନେ କେଉଁ ଭଳିଆ ଖାଦ୍ୟ ଖାଉଛୁ ଓ ତାକୁ କେଉଁ ଭଳି ଚୋବାଉଛୁ କେତେ ସମୟ ମଧ୍ୟରେ ଆମେ ଖାଉଛୁ ଆଦିର ପ୍ରଭାବ କେବଳ ଦାନ୍ତ ଉପରେ ନୁହେଁ ଆମ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ ।
ଆପଣ ମାନେ ସମସ୍ତେ ନିଜ ଦାନ୍ତ କୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ ୬ ମାସ ରେ ଡେଣ୍ଟାଲ ଚେକ ଅପ୍ କରେଇବା ନିହାତି ଆବଶ୍ୟକ । ଡେଣ୍ଟାଲ ଚେକ ଅପ୍ କରେଇବା ପରେ ଆପଣ ଜାଣି ପାରିବେ ଆପଣ ଙ୍କ ଦାନ୍ତ ଠିକ ଅଛି ନା ନାହିଁ । ଅନେକ ଲୋକ ଦାନ୍ତ ବିନ୍ଧା ହେଲେ ଦାନ୍ତ ଓପାଡିବା ପାଇଁ କହିଥାନ୍ତି ହେଲେ ଏହା ଭୁଲ ଅଟେ ।
ସବୁ ଠାରୁ ଭଲ ହେବ ଆପଣ ଡାକ୍ତର ଙ୍କ ପାଖକୁ ଯାନ୍ତୁ ଡାକ୍ତର ଆପଣ ଙ୍କ ଦାନ୍ତ ର ଏକ୍ସରେ କରିବେ ଏହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଦାନ୍ତ ଇନଫେକ୍ସନ କେତେ ମାତ୍ର ରେ ହୋଇଛି । ସେହି ଅନୁସାରେ ଡାକ୍ତର ଆପଣଙ୍କ ର ଚିକିତ୍ସା କରିବେ । ଅନେକ ଲୋକ ଘରୋଇ ଉପଚାର କରିଥାନ୍ତି ହେଲେ ବନ୍ଧୁଗଣ ଘରୋଇ ଉପଚାର ନକରି ଡାକ୍ତର ଙ୍କ ପରାମର୍ଶ ନେବା ଅଧିକ ଭଲ ହୁଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।