RIP- କାନ୍ଦୁଛି ମା’ଝୁରୁଛି ମାଟି,ମୁଣ୍ଡଳୀରେ ହାତୀ ଉଦ୍ଧାର କରିବାକୁ ଯାଇଥିବା ବୋଟ ଓଲଟି ପଡିବାରୁ ଅରିମନ୍ଦମଙ୍କ ପ୍ରାଣ ଚାଲି ଯାଇଥିଲା। ସେଦିନ ଏମିତି ଥିଲା ଦୃଶ୍ୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ଖବରଦାତାରୁ ଖବର ବନିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାଁ ମାଟିରେ ଶୋକାକୂଳ ପରିବେଶ ରେ ବୈତରଣୀ କୂଳ ରେ ଜଳିଛି ଜୁଇ । ଯେଉଁ ଜୀବିକା ତାଙ୍କୁ ପରିଚୟ ଦେଇଥିଲା, ସେହି ଜୀବିକା ହିଁ ତାଙ୍କ ଜୀବନ ନେବ, କେହି କେବେ ଭାବିନଥିଲେ । ଗାଁର ସାହସୀ ପୁଅ ସବୁ ଦିନ ପାଇଁ ଶୋଇଯିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

ଶୁକ୍ରବାର ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଥିବା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ତାଙ୍କ ଗାଁ ମାଟିରେ ଦିଆଯାଇଛି ଶେଷ ବିଦାୟ । ବୈତରଣୀ କୁଳରେ ପଞ୍ଚଭୂତ ରେ ଲୀନ ହୋଇଛନ୍ତି ଅରିନ୍ଦମ । କେନ୍ଦୁଝର ରାଜନଗର ପଞ୍ଚାୟତରେ ଥିବା ରାଇକଳା ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଭୋର ସମୟ ରେ ଅରିନ୍ଦମଙ୍କ ମରଶରୀର ତାଙ୍କ ଜନ୍ମମାଟି ରେ ପହଞ୍ଚିଥିଲା । ଯେଉଁ ଅଗଣାରେ ସେ ବଢିଥିଲେ, ସେଇ ଅଗଣାରେ ଥିଲା ତାଙ୍କ ପାର୍ଥିବ ଶରୀର । ସମସ୍ତ ଙ୍କ ଆଖିରୁ ଝରୁଥିଲା ଅଶ୍ରୁ । କେହି କେବେ କଳ୍ପନା ମଧ୍ୟ କରିନଥିବେ, ଯେଉଁ କାର୍ଯ୍ୟ ଜରିଆ ରେ ସେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ, ସେହି କାର୍ଯ୍ୟ ହିଁ ତାଙ୍କ ପାଇଁ ଘାତକ ସାଜିବ ।

ଅରିନ୍ଦମ ପରିବାର ର ଏକମାତ୍ର ପୁଅ ଥିଲେ । ଏବେ ଅରିନ୍ଦମ ଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଅରିନ୍ଦମ ଙ୍କ ଶେଷ ଦର୍ଶନ କରିବା ପାଇଁ ନେତା ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା । ଅରିନ୍ଦମଙ୍କ ଅକାଳ ବିୟୋଗ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।

 କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଅରିନ୍ଦମଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି ।

ମହାନଦୀରେ ହାତୀ ଫଶିଯିବା ଘଟଣାର ଖବର ସଂଗ୍ରହ କରିବାକୁ ଓଡ୍ରାଫ ବୋଟରେ ଯାଇଥିବା ବେଳେ ବୋଟ୍ ବୁଡି ଯାଇଥିଲା । ଏଥିରୁ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ଓଡ଼ିଶାର ଜଣେ ଦୁଃସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍‌ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ