Weight Gain – କ’ଣ ଖାଇଲେ ବଢ଼ିବ ଓଜନ ? ଜାଣନ୍ତୁ କଣ କଣ ଖାଇବେ…Dr.Sumita…..

ଓଜନ ବଢ଼ାଇବା ଓ ଓଜନ କୁ ଭଲ ଭାବରେ ବଢ଼ାଇବା ଦୁଇଟି ପୁରା ପୁରୀ ଅଲଗା ଅଟେ।ଯଦି ଆପଣ ଭାବୁଥିବେ ଆପଣ ଓଜନ ବଢ଼ାଇବା ପାଇଁ ଦିନ ସାରା ଖାଲି ଖଉଥିବେ ଓ ଯେତେ ଇଛା ମିଠା ଖାଇପାରୀବେ ତେବେ ଏହା ଭୁଲ।ଏପରି କଲେ ଆପଣ ମୋଟାପଣର ସିକାର ହେବେ।

ମୋଟା ହେଲେ ଧୀରେ ଧୀରେ ବହୁତ୍ ରୋଗ ହେବ। ଏଠାରେ ଏକ ଦିନ ସାରାର ଭଲ ଖାଦ୍ୟ ବିଷୟରେ ଜାଣିବା ଯାହା ଓଜନ ବଢ଼ାଇବାରେ ସହାୟକ ହେବ। ଯଦି ଏହାକୁ ଆପଣ ଠିକ ସେ ପାଳନ କରିବେ ତେବେ ଆପଣଙ୍କ ଓଜନ ବୃଦ୍ଧି ଘଟିବ।

ଆପଣ ମାନେ ସକାଳୁ ଗରମ୍ ପାଣି ପିଇବା ଏହା ପିଇବା ଦ୍ଵାରା ଆମ ଶରୀରରୁ ଟକ୍ସିନ ବାହାରକୁ ଆସେ।ଏହା ଆମ ମାଂସପେଶୀକୁ ମଧ୍ୟ ପ୍ରବାଭୀତ କରିଥାଏ ଓ ରକ୍ତ ସଞ୍ଚାଳନ ଠିକ୍ ସେ ହୋଇଥାଏ।ପାଣି ପିଇସାରିବା ପରେ କିଛି ବାଦାମ ଖାଆନ୍ତୁ।ଏହାକୁ ପାଣି ରେ ଭିଜେଇ ଖାଇଲେ ଏହା ହଜମ ସହଜରେ ହୋଇଥାଏ। ଏବଂ ଏହା ପରେ ଆପଣ ୧ ଘଣ୍ଟା ବ୍ୟାୟାମ କରନ୍ତୁ। ବ୍ୟାୟମ ଓଜନ ବଢ଼ାଇବା ଓ କମେଇବାରେ ସାହାଯ୍ୟ କରେ।
ଏହି ବ୍ୟାୟମ ରେ ଯୋଗ, ପହଁରିବା, ଦୌଡିବା ଇତ୍ୟାଦି ରହିବା ଆବଶ୍ୟକ। ବ୍ୟାୟାମରୁ ଆସିବା ପରେ ଏକ ଭଲ ଖାଦ୍ୟ ଖାଆନ୍ତୁ ଯେପରି କଦଳୀ ଓ କିଛି ଫଳ ଖାଇବେ କିମ୍ବା ଏହାକୁ ଯୁସ କରି ପିଇଲେ ଭଲ। ଏହାର ୧ ଘଣ୍ଟା ପରେ ଆପଣ ଜଳଖିଆ ଖାଇବା ଉଚିତ୍।

ଆପଣ ଯେତେ ବେସ୍ତ ଥିଲେ ବି ଆପଣଙ୍କ ଜଳଖିଆ ଖାଇବା ଭୂଲନ୍ତୁନି।ଏକ ଭଲ ଜଳଖିଆ ଖାଇଲେ ଆପଣ ପୁରା ଦିନ ମାନ ଫିଟ୍ ରହିବେ।ଆପଣ ଜଳଖିଆ ଚୁଡ଼ା, ରୁଟି ଏବଂ ଏଟିଲ ଇତ୍ୟାଦି ନେଇପାରିବ ଏହା ସହିତ ଗ୍ରୀନ ଟି ନେବା ଉଚିତ୍।
ଜଳଖିଆର ୨ ଘଣ୍ଟା ପରେ ଆପଣ କିଛି ଫଳ ଖାଇଲେ ଚଳିବ।ଫଳ ଖାଇବାର ୨ ଘଣ୍ଟା ପରେ ଆପଣ ଏଥର ମିଲ ଖାଇବେ।ଆପଣ ମିଲରେ ଗୋଟେ କପ୍ ଭାତ ଆଉ ଡାଲି, ତରକାରୀ ଓ ଦହି ଖାଇବା ଉଚିତ୍। ମିଲର ୩ ଘଣ୍ଟା ପରେ ଆପଣ କିଛି ଭଲ ଜଳଖିଆ ସହ ଟିକେ ଚା ନେଇପାରିବେ।ଓ ଏହାର ଠିକ୍ ୨,୩ ଘଣ୍ଟା ପରେ ଆସେ ରାତ୍ର ଭୋଜନ ସମୟ ରାତ୍ର ଭୋଜନ ସବୁଠାରୁ କମ୍ ହେବା ଉଚିତ୍।

ଏଥିରେ ଆପଣ ପ୍ରଥମେ ସାଲାଡ଼ ତାପରେ ରୁଟି ସହିତ ଡାଲି କିମ୍ବା ତରକରୀ ଖାଇବା ଭଲ।ଏହାର ୨ ଘଣ୍ଟା ଠିକ୍ ଶୋଇବାର ପୂର୍ବରୁ ଖିର ଗୋଟେ ଗ୍ଲାସ ପିଇବା ଭଲ ଏଥିରେ ମହୁ ମିଶେଇ ପିଇବା।ଯଦି ଏହାକୁ ୧ ରୁ ୨ ମାସ ପ୍ରତିଦିନ ଖାଇବେ ଆପଣ ୨ କିଲୋ ଓଜନ ବଢ଼ିବ। ଓଜନ ବୃଦ୍ଧି ପାଇଁ କ୍ଷୀର, ଅଣ୍ଡା ଓ ମାଂସ ନିହାତି ଖାଇବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।