Viral Video : ଭଉଣୀଙ୍କ ଗଞ୍ଜେଇ ମାଡ..ଆଃ କି ଆନନ୍ଦ..ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

ବୋଲ ବମ୍ ହର ହର ବମ୍ , ଭୋଳା ବାବା ପାର୍ କରେଗା, ଜଟିଆ ବାବା ପାର କରେଗା”। ଶିବ ନାମରେ ଚତୁର୍ଦିଗ ହୋଇଯାଇଛି ପ୍ରକମ୍ପିତ । ଆଜି ଶ୍ରାବଣ ମାସର ସୋମବାର ପ୍ରଭୁ ଶିବଙ୍କ ବାର । ମହାଦେବଙ୍କୁ ଏହି ଦିନରେ ଆରଧନା କରି ଜଳଲାଗି କରାଯାଇଥାଏ । ଚାରି ପାଳି ଧରି ଜଳାଭିଷେକ କରିବା ପାଇଁ ଥିବା କାଉଡିଆ ମାନେ ଯାଇଥାନ୍ତି ।

ଶିବ ଲିଙ୍ଗରେ ଜଳାଭିଷେକ କଲେ ମିଳେ କୋଟି ଜନ୍ମର କର୍ମଫଳ । ପୂର୍ଣ୍ଣ ହୁଏ ମନସ୍କାମନା । ଆଷାଢ ପୂର୍ଣ୍ଣିମା ଠାରୁ ଶ୍ରାବଣ ପୂର୍ଣ୍ଣିମା ଯାଏଁ ହେଉଛି ଶ୍ରାବଣମାସ । ଏହି ମାସ ରେ 4ଟି ସୋମବାର ପଡୁଥିବା ବେଳେ କାଉଡିଆ ମାନେ ଜଳାଭିଷେକ କରିଥାନ୍ତି ।

କୁହାଯାଏ ଶ୍ରାବଣ ସୋମବାର ରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ବଚନ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ । ଏନେଇ ସମଗ୍ର ଭାରତ ବର୍ଷ ର ବିଭିନ୍ନ ଶୈବ ପୀଠ ମାନଙ୍କରେ କାଉଡିଆ ଙ୍କ ଭିଡ ଲାଗିବ ।

ବେଲପତ୍ର, ଅରୁଆ ଚାଉଳ, ଦୁଦୁରା ଫୁଲ, ନଡିଆ ଲାଗି କରି ଭୋଲା ବାବାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ତେବେ କେବଳ ପୁରୁଷ ମାନେ ନୁହଁନ୍ତି, ଏହି ଶ୍ରାବଣ ଯାତ୍ରାରେ ସକଳ ମନୋସ୍କାମନା ପୂରଣ ନେଇ ମହିଳାମାନେ କାଉଡିଆ ସାଜି ପାଣିଭାର ଧରି ଧାର୍ମିକ ପଦଯାତ୍ରାରେ ନିଜକୁ ସାମିଲ କରୁଛନ୍ତି ।

 ତୁଣ୍ଡରେ ମହାଦେବଙ୍କ ନାମକୁ ଉଚ୍ଚାରଣ କରି ମାଇଲ ମାଇଲ ବାଟ ଚାଲି ଜଳ ଲାଗି କରିଥାନ୍ତି କାଉଡିଆ । ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ ଓ ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳା ଦ୍ବାରକୁ ।

କୁହାଯାଏ ଯେ, ଭଗବାନ ଙ୍କୁ ଫୁଲ, ଫଳ ଦେଇ ପୂଜା କଲେ ସେତିକି ସନ୍ତୁଷ୍ଟ ହୋଇ ନଥାନ୍ତି ଯେତିକି ଜଳା ଭିଷେକ ଦ୍ବାରା ହୋଇଥାନ୍ତି । କାଉଡିଆ ଯାତ୍ରା ର ଇତିହାସ ବହୁତ ପ୍ରାଚୀନ ହୋଇ ଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ରହିଛି ।

କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉ ଥିବା ବେଳେ କେଉଁଠି ରାବଣ ପ୍ରଥମେ ଏହି ବ୍ରତ କରିବା କଥା କୁହାଯାଇଥାଏ । ପୌରାଣିକ କଥାବସ୍ତୁ, ବିଶ୍ଳେଷଣକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠ ଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ ।

ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବ କ୍ଷେତ୍ର ରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଲା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନି ରେ ଗଗନ ପବନ ମୁଖରିତ ହୋଇଥାଏ । ଓ ଗଂଜେଇ ଟାଣିଥାନ୍ତି ଉଭୟ ନାରୀ ଓ ପୁରୁଷ ଶିବ ଲିଙ୍ଗ ରେ ପାଣି ଅଭିଷେକ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।