viral video-“ଯଦି ବାହାଘର ପରେ ଗୋଟେ ସ୍ତ୍ରୀ ତା ସ୍ୱାମୀକୁ ୮ ବର୍ଷ କାଳ ଛୁଇଁବାକୁ ଦେବନି, ଏଟା କେଉଁ ଅତ୍ୟାଚାର ରେ ଯିବ”ଦେଖନ୍ତୁ ମହିଳା ଜଣକ କଣ କହୁଛନ୍ତି….
ସେଲିବ୍ରେଟି ଦମ୍ପତ୍ତି ଅର୍ଥାତ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନ ପାରିବାରିକ ବିବାଦ ମାମଲା ଦୀର୍ଘ ଦୁଇ ବର୍ଷ ହେଲା ଖୁବ୍ ଚର୍ଚ୍ଚାରେ ରହିଥିବା ବେଳେ ଦିନକୁ ଦିନ ଏହି ଘଟଣାଟି ନୂଆ ମୋଡ ନେଉଛି। ଏବେ କଟକ ଏସଡିଜେମ କୋର୍ଟ ନିର୍ଦ୍ଦେଶ ଅନୁସାରେ ଅନୁଭବଙ୍କ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
ତେବେ ସାଂସଦ ଅନୁଭବ ମହାନ୍ତି ବାପା, ମା ଅସୁସ୍ଥ ଥିବାରୁ ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ ଆବେଦନ। ତେବେ ଅନୁଭବଙ୍କ ଆବେଦନକୁ ମଞ୍ଜୁରୀ ମିଳିଛି।ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଏପରିକି ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦେଶ ରହିଛି । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ଜୀବି ମୋନାଲିସା ଗନ୍ତାୟତ। ତେବେ ସେ କହିଛନ୍ତି ଅନୁଭବ ମହାନ୍ତିଙ୍କ ବହୁତ୍ ବଡ ବିଜୟ ହୋଇଛି। ସେଥିପାଇଁ ସେ ତାଙ୍କୁ ସ୍ବାଗତ କରିଛନ୍ତି। ଆଗକୁ ମଧ୍ୟ ତାଙ୍କର ବିଜୟ ହେବ। କାରଣ ଯିଏ ନିଜର ନ୍ୟାୟ ପାଇଁ ଉଚିତ୍ ସାକ୍ଷ୍ୟ ପ୍ରମାଣ କୋର୍ଟରେ ରଖି ପାରିଲା ଆଉ ଦେଖାଇ ପାରିଲା କି ସେ କୋଉ ପ୍ରକାର ପୀଡିତ ହୋଇଛି।
ସିଏ ନ୍ୟାୟ ପାଇବ କାହିଁକି ନା ନ୍ୟାୟ ପାଇବାର ଅଧିକାର ସମସ୍ତଙ୍କର ଅଛି। ନାରୀ ହେଉ କି ପୁରୁଷ ନ୍ୟାୟ ସମସ୍ତଂକ ପାଇଁ ସମାନ। ଆଇନ କେବେ ନାରୀ ଓ ପୁରୁଷ ମଧ୍ୟରେ ଭେଦଭାବ ଦେଖେ ନାହିଁ ଆଇନ ସମସ୍ତଂକ ପାଇଁ ସମାନ। ତେବେ ମୋନାଲିସା ଗନ୍ତାୟତ ସାରା ଓଡିଶା ବାସୀଙ୍କୁ ଅନୁଭବଙ୍କୁ ଫୁଲ୍ ସପୋର୍ଟ କରିବା ପାଇଁ କହିଛନ୍ତି।
ଏବଂ ମୋନାଲିସା ସବୁ ନାରୀ ମାନଙ୍କୁ ପ୍ରଶ୍ନ କରିଛନ୍ତି ଯଦି ବାହାଘର ପରେ ଗୋଟେ ସ୍ତ୍ରୀ ତା ସ୍ବାମୀଙ୍କୁ ୮ ବର୍ଷ କାଳ ଛୁଇଁବାକୁ ଦେବନି, ଏଇଟା କେଉଁ ଅତ୍ୟାଚାରରେ ଯିବ। ତେବେ ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କ ସ୍ଵାମୀ ଅନୁଭବଙ୍କୁ ତାଙ୍କୁ ଛୁଇଁବା ପାଇଁ ଅନୁମତି ଦେଇ ନ ଥିଲେ।
ଏହା ପରେ ଅନୁଭବ ମହାନ୍ତି ସବୁ ପ୍ରକାର ମେଡିକାଲ ଷ୍ଟେଟ ମଧ୍ୟ କରାଇ ଥିଲେ। କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଇଣ୍ଡ ସେଟ୍ କରି ପାରି ନଥିଲେ। ଯେଉଁଥିରେ ଅନୁଭବ ମହାନ୍ତି ଖୁବ୍ ସଫର୍ ହୋଇଥିଲେ। ତେବେ ବର୍ଷା ନିଜ ବୈବାହିକ ସମ୍ବନ୍ଧଙ୍କୁ ଠିକ୍ ଭାବରେ ତୁଲାଇ ନାହାଁନ୍ତି ତେଣୁ ସେ କୋର୍ଟରେ କେଉଁ ଯୁକ୍ତି ଦେଇ ଫାଇଟ କରିବେ ବୋଲି ଆଇନ ଜୀବି ମୋନାଲିସା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଶ୍ନ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।