🛑EXCLUSIVE : ଝିଅ ଚପଲରେ ମାରିଲା ବୋଲି..ମୁଁ ମା ଝିଅ ଉପରେ ଗାଡି ମଡ଼ାଇଦେଲି ! ଅପମାନର ବଦଲା ନେଲା ଟ୍ରକ ଡ୍ରାଇଭର I! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସାଧାରଣ ବଚାସା ରୁ ଟ୍ରକ ଚଢାଇ ମା ଓ ଝିଆ ଙ୍କୁ ହତ୍ୟା କଲା ଟ୍ରକ ଡ୍ରାଇଭର । ଏହାକୁ ଦୁର୍ଘଟଣା ର ରୂପ ଦେବା କୁ ଚେଷ୍ଟା ମଧ୍ୟ କରିଥିଲା । ମାଆ ଓ ଝିଅ ଙ୍କ ମୃତ୍ୟୁ ହୋଇ ନାହିଁ,ବରଂ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି । ବୁଧବାର ଅପରାହ୍ନ ରେ ୫୩ ନମ୍ୱର ଜାତୀୟ ରାଜପଥ (ଏନ୍‌ଏଚ୍‌) ରେ ଟ୍ରକ୍‌ ଧକ୍କା ରେ ମାଆ ଓ ଝିଅ ଙ୍କ ମୃତ୍ୟୁ ଘଟଣା ରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଶ୍ୱଶୁର ଙ୍କ ଶୁଦ୍ଧିକ୍ରିୟା କାମ ସାରି ଯାଜପୁର ଜିଲ୍ଲା ଜେନା ପୁର ଥାନା ଅନ୍ତର୍ଗତ ବରଡା ନିକଟ ରେ ସୁକିନ୍ଦା ଅଞ୍ଚଳ ର ଅଶୋକ ଚକ୍ରବର୍ତ୍ତୀ ଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) ବୁଧବାର ଅପରାହ୍ନରେ ସ୍କୁଟିରେ ଘରକୁ ଫେରୁଥିଲେ।

 ତେବେ ୫୩ ନମ୍ୱର ଜାତୀୟ ରାଜପଥ ରେ ଏକ ଦଶ ଚକିଆ ଟ୍ରକ୍‌ ସେମାନ ଙ୍କୁ ସାଇଡ୍‌ ମାରିଥିଲା। ଦୁର୍ଘଟଣା ରୁ ଅଳ୍ପ କେ ବର୍ତ୍ତି ଯାଇଥିଲେ ମାଆ ଓ ଝିଅ। ଏହା ପରେ ମାଆ ଓ ଝିଅ ଦ୍ରୁତ ଗତି ରେ ଆସି ଆରୁହା ଛକ ନିକଟ ରେ ଅଟକି ଥିଲେ।

ସେଠାରେ ସମ୍ପୃକ୍ତ ଟ୍ରକ୍‌ କୁ ଅଟକାଇ ଥିଲେ। ଏହା ପରେ ଟ୍ରକ୍‌ ଚାଳକ ଓ ମାଆ-ଝିଅ ଙ୍କ ମଧ୍ୟ ରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା। ଟ୍ରକ୍‌ ଚାଳକ କୁ ଝିଅ ଲିପିକା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗଣ୍ଡ ଗୋଳ ବଢ଼ୁ ଥିବା ଦେଖି ସ୍ଥାନୀୟ ଲୋକ ସେଠାକୁ ଆସିଥିଲେ। ବୁଝାସୁଝା କରିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ପଳାଇ ଯାଇଥିଲେ।


ପାଟି ତୁଣ୍ଡ ଘଟିଥିବା ସ୍ଥାନ ଠାରୁ ଅଳ୍ପ ପୂର ଅର୍ଥାତ ବରଡା ଛକ ନିକଟ ରେ ମାଆ ଓ ଝିଅ ଙ୍କ ଉପ ରେ ଟ୍ରକ୍‌ ଚଳାଇ ଦେଇଥିଲେ ଓ ଏହା କୁ ଓଲଟି ପଡ଼ିଥିଲା ବୋଲି ଟ୍ରକ୍ ଚାଳକ କହିଥିଲେ। ଯେଉଁ ଟ୍ରକ୍‌ ଡ୍ରାଇଭ ର ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା, ସେହି ଟ୍ରକ୍‌ଟି ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହା ଦୁର୍ଘଟଣା ନୁହେଁ, ଡାଇଭର ଜାଣି ଶୁଣି ମାଆ ଓ ଝିଅଙ୍କ ଉପ ରେ ଟ୍ରକ ମଡ଼ାଇ ଦେଇଛନ୍ତି। ଏନେଇ ପରିବାର ଲୋକ ଅଭିଯୋଗ କରି ନଥିଲେ ମଧ୍ୟ ପୁଲିସ୍‌ ନିଜ ଆଡୁ ହତ୍ୟା ମାମଲା ରୁଜୁ କରି ତୋଟାକଣ ଗାଁର ଟ୍ରକ ଡ୍ରାଇଭର ଅମର ସ୍ଵାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟ ପକ୍ଷ ରେ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ମୃତଦେହ ହସ୍ତାନ୍ତର କରିଛି। ପୋଲିସ୍ ତଦନ୍ତ ପରେ ଟ୍ରକ୍ ଡ୍ରାଇଭ ଟି ନିଜ ଦୋଷ କୁ ମାନି ନେଇଥିଲେ ଓ କହିଥିଲେ କି ସେ ମୋତେ ଚପଲ ଦେଖାଇଥିଲେ କିନ୍ତୁ ମୁଁ ତାଙ୍କୁ ସ୍ବର୍ଗ ଦେଖେଇଦେଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।