ଛିଃ…ଛିଃ…ଶ୍ୱଶୁର – ବହୁ ସମ୍ପର୍କ : ଗର୍ଭବତୀ ଥିଲି ଶଶୂର ମୋତେ କିଛି ନକହି ମେଡିସିନ ଦେଇଦେଲେ…ଏମିତି କହିଲେ ବହୁ ଦେଖନ୍ତୁ viral ଭିଡ଼ିଓ ଟିକୁ….

ନବବଧୂ କୁ ଶ୍ୱଶୁର ଘର ଲୋକ ଙ୍କ ନିର୍ଯାତନା ଶଶୁର ଘର ଆଗରେ ନବବଧୁ ଙ୍କ ଧାରଣା । ଥାନା ରେ ଅଭିଯୋଗ ଏଭଳି ଘଟଣା ଦେଖିବା କୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି (ମାଛୁଆତି) ଗ୍ରାମ ରେ । ନବବଧୁ ଜଣକ ହେଲେ ଡେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାର ର ସତ୍ୟ ନାରାୟଣ ମହାରଣା ଙ୍କ କନ୍ୟା ସସ୍ମିତା ମହାରଣା ।

ସସ୍ମିତା ମହାରଣା କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି (ମାଛୁଆତି) ଗ୍ରାମ ର ସନାତନ ମହାରଣା ଙ୍କ ପୁତ୍ର ସୁସେନ ମହାରଣା ଙ୍କୁ ବୈଦିକ ରୀତି ରେ ୨୦୨୦ ରେ ବିବାହ କରିଥିଲେ । ବିବାହ ସମୟ ରେ ବର ପକ୍ଷ ର ଦାବି ମୁତାବକ ଯୌତୁକ ଦେଇ ବିବାହ ହୋଇ ଥିଲା । ହେଲେ ଶଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ନବବଧୁ କୁ ନିର୍ଯାତନା ଦେଇ ଆସୁ ଥିଲେ ।

ବିବାହ ର ୩ ମାସ ପରେ ସସ୍ମିତା ଙ୍କୁ କୌଣସି କାରଣ ନ ଥାଇ ବାପ ଘର କୁ ସ୍ୱାମୀ ଶଶୁର କୁଆଁର ପୂର୍ଣ୍ଣିମା ରେ ପଠାଇ ଦେଇ ଥିଲେ । ପଠାଇବା ପରେ ଅଧିକ ଯୌତୁକ ଦାବି କରିବା ସହ ଆଉ ସସ୍ମିତା କୁ ଆଣିଲେ ନାହିଁ । ସ୍ୱାମୀ ର ପରକିୟା ପ୍ରୀତି ଅନ୍ୟ ମହିଳା ଙ୍କ ସହ ଥିବା ନେଇ ସସ୍ମିତା ମଧ୍ୟ ଅଭିଯୋଗ ଆଣିଛନ୍ତି।

ଏନେଇ ସସ୍ମିତା ସ୍ୱାମୀ ଶ୍ୱଶୁର କୁ ଆସିବା ପାଇଁ ବାରମ୍ବାର ଫୋନ କରିଥିଲେ ହେଲେ କୌଣସି ସୁଫଳ ମିଳିଲା ନାହିଁ । ଶଶୁର ଚାହୁଥିଲ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ହେଲେ ବୋହୁ ବାଧା ଦେଲେ ବୋଲି ଶଶୁର ଯୌତୁକ ଦାବି କରି ଘର ରୁ ବାହାର କରିଦେଲେ ।

ଶଶୁର ବୋହୂ କୁ ରେପ୍ କରିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ। ଏହି ସବୁ କଥା ତାଙ୍କ ସ୍ଵାମୀ ଙ୍କୁ କହିଥିଲେ ହେଲେ ସ୍ବାମୀ ତାଙ୍କୁ ବିଶ୍ୱାସ କରିଲେ ନାହିଁ ଓଲଟା ତାଙ୍କୁ ଅପବାଦ ଦେଇକି ଘର ବାହାର କରିଦେଲେ ।ବାପା ଓ ପୁଅ ମିଶି ଏହି ସବୁ ଚକ୍ରାନ୍ତ କରିଛନ୍ତି ବୋଲି କହିଥିଲେ ବୋହୂ ।ଏହି ଘଟଣା ପରେ ସେ ପୋଲିସ୍ ଥାନା ରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନାହାନ୍ତି।

ଏନେଇ ସସ୍ମିତା ସାଲେପୁର ଥାନା ଓ ଢେଙ୍କାନାଳ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନ୍ୟାୟ ଦେଇ ନ ପରିବା ରୁ ସସ୍ମିତା ଢେଙ୍କାନାଳ ରୁ ଆସି ସାଲେପୁର ଥାନା ବାଲିସାହି (ମାଛୁଆତି) ଶ୍ୱଶୁର ଆଗରେ ନ୍ୟାୟ ଦାବି ରେ ପରିବାର ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କ ସହ ଧାରଣା ବସି ରହିଛନ୍ତି ।

ନ୍ୟାୟ ନ ମିଳିବା ଯାଏ ଧାରଣା ରେ ବସିବା ସହ ଆତ୍ମାହୁତି ଦେବେ ବୋଲି କହିଛନ୍ତି । ଅନ୍ୟ ପଟେ ଶ୍ୱଶୁର ଘର ଲୋକେ ଘର ର କବାଟ ତାଲା ପକାଇ ଘରୁ ଫେରାର ହୋଇ ଯାଇ ଥିଲା ବେଳେ ସେମାନଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।