ଓଃ…କି….ଡାନ୍ସ …କ୍ଳାସରୁମରେ ପିଲାଙ୍କ ଜବରଦସ୍ତ ଡ୍ୟାନ୍ସ, ତାଳରେ ତାଳ ମିଶେଇଲେ ଶିକ୍ଷୟତ୍ରୀ; ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ୍ ଦେଖନ୍ତୁ ଭିଡ଼ିଓ….

ସାଧାରଣତଃ ଦେଖା ଯାଇଥାଏ ଯେ ନାଚ ଗୀତ କଥା ଶୁଣିବା ମାତ୍ରେ ଆମ ମନ ଉଲ୍ଲାସରେ ଭରି ଉଠିଥାଏ।ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜେ ଖୁସି ହେବା ସହିତ ଅନ୍ୟକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ।

ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ନିକଟରେ ଏମିତି ଏକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ୍ ଖୁସି ହେବେ।

 ଭିଡିଓରେ ଆପଣ ଦେଖିବାକୁ ପାଇବେ ସ୍କୁଲ ପିଲାଙ୍କ ଜବରଦସ୍ତ ଡାନ୍ସ ଆଉ ଯେଉଁଥିରେ ତାଳରେ ତାଳ ମିଶାଉଛନ୍ତି ଶିକ୍ଷୟତ୍ରୀ। ଏ ନଚାକୁ ଯିଏ ଦେଖୁଛି ତା ମୁହଁରେ ପ୍ରଶଂସା। ଭିଡିଓରେ ଦେଖିବାକୁ ମିଳୁଛି ବାଳିକା ମାନେ ଶ୍ରେଣୀ ଗୃହ ଭିତରେ ଡାନ୍ସ କରୁଛନ୍ତି। ଆଉ ଛାତ୍ରୀ ମାନଙ୍କ ସହିତ ତାଳରେ ତାଳ ମିଶାଉଛନ୍ତି ଶିକ୍ଷୟତ୍ରୀ।

ଏ ଦୃଶ୍ୟ ହେଉଛି ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟର। ଯେଉଁଠି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷୟତ୍ରୀ ମନୁ ଗୁଲାଟି। ଗ୍ରୀଷ୍ମ ସିବିରର ଶେଷ ଦିନରେ ଏହି ଭଳି କିଛି ନୃତ୍ୟ କରି ପିଲାଙ୍କ ସହ ସମୟ ଅତିବାହିତ କରିଛନ୍ତି ଏହି ଶିକ୍ଷୟତ୍ରୀ ଜଣକ।

 ପିଲାଙ୍କ ସମର କ୍ୟାମ୍ପକୁ ଆହୁରି ସୃତିମୟ କରିବା ପାଇଁ ପାଠ ପଢା ସହ କରିଛନ୍ତି ନାଚ ଗୀତ। ଶ୍ରେଣୀ ଗୃହ ପରିସରରେ ଏକ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତରେ ଛାତ୍ରୀ ମାନଙ୍କ ସହ ଏହି ଶିକ୍ଷୟତ୍ରୀ ଜଣକ ନାଚୁଥିବା ଦେଖିବାକୁ ମିଳୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆର ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଛୋଟ ଝିଅ ମାନେ ସ୍କୁଲ ୟୁନିଫର୍ମ ପରିଧାନ କରିଛନ୍ତି। ଏବଂ ଆଶା ବୋଶଲେ କଜାର ମହବତ ବାଲା ଗୀତରେ ସୁନ୍ଦର୍ ଭାବରେ ନାଚୁଛନ୍ତି। ଶିକ୍ଷୟତ୍ରୀ ମନୁ ମଧ୍ୟ ପିଲାଙ୍କ ସହିତ ତାଳରେ ତାଳ ମିଶାଇ ନାଚୁଛନ୍ତି।

ଭିଡିଓଟି ଟୁଇଟର ଆକାଉଣ୍ଟରେ ସେୟାର ହୋଇଛି ଆଉ କ୍ୟାପସନରେ ଲେଖା ଅଛି ଆମର ଏହି ନୃତ୍ୟ ଆମକୁ ଖୁସି ଦେବା ସହିତ ଆମ ସ୍ମୃତିକୁ ସ୍ମରଣୀୟ କରୁଛି। ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଥିବା ବେଳେ ଅନେକ ଲୋକେ ଏହି ନୃତ୍ୟର ପ୍ରଶଂସା କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।