Exclusive Video – ସ୍ୱର୍ଗଦ୍ୱାରରେ ରାଇମୋହନଙ୍କ ଶେଷକୃତ୍ୟ..ମୁଖାଗ୍ନି ଦେଲେ ଦୁଇ ଝିଅ,ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ…

ଅଫେରା ରାଇଜକୁ ଫେରିଗଲେ ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା।ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇ ଯାଇଛି। ତାଙ୍କର ଏ ଅକାଳ ବିୟୋଗକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି କଥାଟି ସତ।

ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରା ଯାଇଛି। ଅଭିନେତା ରାଇମୋହନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି।

ଭୁବନେଶ୍ବର ପ୍ରାଚୀ ବିହାରସ୍ଥିତ ତାଙ୍କ ବାସ ଭବନରୁ ରାଇମୋହନଙ୍କ ମୃତଦେହ ମିଳିବା ପରେ ତାଙ୍କ ମୃତ ଦେହକୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲକୁ ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ରାଇମୋହନଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏକ ଭିଡ଼ିଓ ମାଧ୍ୟମ ରେ ରାଇମୋହନ ପରିଡ଼ା ଙ୍କର ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ଦେଖିବା ପାଇଁ ମିଳିଛି | ତେବେ ତାଙ୍କର ମୁଖାଗ୍ନି ଦେବା ପାଇଁ ତାଙ୍କ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି | ତାଙ୍କ ଦୁଇ ଝିଅ ତାଙ୍କ ବାପା ରାଇମୋହନ ପରିଡ଼ା ଙ୍କୁ ମୁଖାଗ୍ନି ଦେଉ ଥିବାର ଦେଖିବା ପାଇଁ ମିଳିଛି | ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଦୁଃଖ ରେ ଏତେ ମାତ୍ରା ରେ ଭାଙ୍ଗି ପଡିଛନ୍ତି ଯେ ସେମାନେ କେହି ଠିଆ ମଧ୍ୟ ହୋଇ ପାରୁ ନଥିଲେ |


ତେବେ ରାଇମୋହନ ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ସିନେମାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ଆଉ ସେ ତାଙ୍କର ପ୍ରତିଭା ଦେଖାଇ ପାରିଥିଲେ।ମଞ୍ଚ, ନାଟକ ଜୀବନରୁ ଅଭିନୟ କ୍ୟାରିୟର କରିଥିବା ରାଇମୋହନ ୧୯୮୫ରେ ପ୍ରଥମଥର ଓଡ଼ିଆ ଫିଲ୍ମରେ ସୁଯୋଗ ପାଇଥିଲେ ।

ଏହାପରେ ରାଇମୋହନ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ। ଶତାଧିକ ଓଡ଼ିଆ ସିନେମା ଦମଦାର ଅଭିନୟ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ପରଦା ଉପରେ ତାଙ୍କର ଦମଦାର ଡ଼ାଇଲଗ ଲୋକମାନଙ୍କୁ ଭୟଭୀତ କରିଦିଏ । ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି।ସିନେମା ଜଗତରେ ପ୍ରାୟ ୩ ଦଶନ୍ଧି ଧରି ରାଜ୍ କରି ଆସୁଥିଲେ ରାଇମୋହନ।

ଦୁଃଖ ରେ ଭାଙ୍ଗି ପଡ଼ି ପରିବାର ଲୋକ ମନରେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି, କିନ୍ତୁ ଶେଷରେ ଦୁଇ ଝିଅ ତାଙ୍କ ବାପା ଙ୍କ ମୁହଁ ରେ ମୁଖାଗ୍ନି ଦେଇ ଥିଲେ | ତେବେ ଏତେ ସୁନ୍ଦର ସଂସାର ଏତେ ଭଲ ପାଇବା ପରିବାର ରେ ଏମିତି କେଉଁ ମାନସିକ ଚାପ ଯୋଗୁଁ ଆଜି ରାଇମୋହନ ପରିଡ଼ା ଏମିତି ଏକ ଘଟଣା ଘଟାଇ ଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ନାହିଁ | ସେ ଯାହା ବି ହେଉ କିନ୍ତୁ ତାଙ୍କ ଦେହାନ୍ତ ରେ ଆଜି ସାରା ଓଡ଼ିଶା ଯେମିତି ସ୍ତବ୍ଧ ପାଲଟି ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।