ସାରଥୀ ବାବାଙ୍କୁ ଝୁରୁଛନ୍ତି ସୁନ୍ଦରୀ ଭକ୍ତ, ଗୀତ ଗାଇ ଗାଇ ସାରଥୀଙ୍କୁ ପାଖକୁ ଡାକୁଛନ୍ତି ମହିଳା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ଭଗବାନ ସାରଥି ଓରଫ ସନ୍ତୋଷ ରାଉଳ। ଏଥର ସେ ନିଜେ ନୁହଁନ୍ତି ବରଂ ଜଣେ ଭକ୍ତଙ୍କ ସହିତ ଆସିଛନ୍ତି ଚର୍ଚ୍ଚାକୁ। ଏବେବି ଆତ୍ମଘୋଷିତ ଭଗବାନ ସାରଥି ଓରଫ ସନ୍ତୋଷ ରାଉଳ ଉପରେ ରହିଛି ଲୋକଙ୍କ ବିଶ୍ୱାସ । ଲୋକେ ପୂଜାର୍ଚ୍ଚନା କରୁଛନ୍ତି ଗୀତ ଗାଉଛନ୍ତି।

ଭଣ୍ଡ ବାବାଙ୍କ ଅସଲ ଚେହେରା ଲୋକ ଲୋଚନକୁ ଆସିଥିଲେ ବି ଆଜି ବି କିଛି ଲୋକେ ଏମିତି ରହିଛନ୍ତି କି ସାରଥୀଙ୍କୁ ଭଗବାନ ବୋଲି ମାନୁଛନ୍ତି। ଆଜି ବି ଅନେକ ଭକ୍ତ ତାଙ୍କୁ ଅନ୍ଧ ଭଳି ବିଶ୍ବାସ କରୁଛନ୍ତି । ସେମିତି ଏକ ଭକ୍ତ ଅର୍ଥାତ୍ ବାବା ସାରଥୀଙ୍କ ଭକ୍ତଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ ଭିଡିଓରେ ଜଣେ ସୁନ୍ଦରୀ ମହିଳା ସାରଥୀଙ୍କ ଫୋଟ ସାମ୍ନାରେ ବସିଛନ୍ତି। ତୁ କହ୍ନେଇ ତୁ ମୋ ଜଗା ଆ ମୋ କୋଳେ ଦେବି ଜାଗା ଏପରି ଲିପ୍ସିଂ କରିବା ସହ ସାରଥୀ ବାବାଙ୍କ ଫୋଟକୁ ଅନେଇ ବସିଛନ୍ତି ଭକ୍ତ ଜଣକ।

ସେ ନିଜକୁ ସାରଥୀଙ୍କ ବଡ ଭକ୍ତ ବୋଲି ଭାବୁଛନ୍ତି ଏବଂ ସାରଥୀଙ୍କୁ ଭଗବାନ୍ଭାବେ ସଜେଇ ରଖିଛନ୍ତି ନିଜ ଘରେ। ମହିଳା ଜଣଙ୍କ ପ୍ରତିଟି ଏକ୍ସପ୍ରେଶନ ରେ ଯେମିତି ଭରି ରହିଛି ଭକ୍ତି ଭାବ। ଏହି ଭକ୍ତ ଜଣକ ସୋସିଆଲ ମିଡିଆରେ ସାରଥୀଙ୍କୁ ସତେ ଯେପରି ଝୁରି ହେଉଛନ୍ତି।କେତେବେଳେ ଭିଡିଓ କରୁଛନ୍ତି ତ କେତେବେଳେ ଗୀତ ମଧ୍ୟ ଗାଉଛନ୍ତି। ଏଭଳି ଭାବେ ମହିଳା ଜଣକ କିଭଳି ଭକ୍ତି କରୁଛନ୍ତି ବାବା ସାରଥୀଙ୍କୁ ତାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।


ତେବେ ବାବା ସାରଥୀଙ୍କୁ ତ ଜାମିନ ମିଳିଛି ହେଲେ ସର୍ତ୍ତ ଅନୁସାରେ ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥି ନିଜର ପ୍ରଚାର ପ୍ରସାର କରିପାରିବେ ନାହିଁ ବୋଲି ସର୍ତ୍ତ ରଖା ଯାଇଛି ଅର୍ଥାତ୍ ପ୍ରବଚନ, ସତ୍‌ସଙ୍ଗ, ଭଜନ ଭଳି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେନି ଆତ୍ମ ଘୋଷିତ ବାବା ସାରଥୀ। ଯାହାର ଅର୍ଥ ବାବା ସାରଥୀ ଯେମିତି ନିଜକୁ ଭଗବାନ କହି ଯେମିତି ଆଉ କାହାକୁ ନ ଠକାନ୍ତି ସେଥିପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛି।

ତେବେ ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି କିଭଳି ଭାବରେ ଏହି ମହିଳା ଜଣକ ଭକ୍ତି ଭାବରେ ବୁଡ଼ି ଯାଉଛନ୍ତି। ପଛରେ ସାରଥୀ ବାବାଙ୍କ ଫୋଟ ଓ ସାମ୍ନାରେ ମହିଳା ବସି ରିଲସ୍ ପ୍ରସ୍ତୁତ କରିଛନ୍ତି।

ତେବେ ଭିଡିଓ ଦେଖିବା ପରେ କିଛି ୟୂଜର୍ସ ଯାହା କମେଣ୍ଟ ଦେଇଛନ୍ତି ତାହା ଆପଣ ଅନୁମାନ କରି ପାରୁଥିବେ ଯାହା ଭାଷାରେ ଲେଖିବା ସମ୍ଭବ ନୁହେଁ। ଆଉ କିଛି ୟୂଜର୍ସଙ୍କ ମତରେ ସମାଜରେ ଅନ୍ଧ ବିଶ୍ୱାସକୁ ପ୍ରସୟ ଦେବା ସହ ସମାଜରେ ଏହାର ଖରାପ୍ ପ୍ରଭାବ ମଧ୍ୟ ପଡୁଛି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।