Jyotish Shastra- ଆଜି ରାତିରେ ଏହି ୧୧ଟିମହା ମନ୍ତ୍ର ଶଦ୍ଦ ଭଗବାନଙ୍କୁ କହିଦିଅନ୍ତୁ,ନିଜେ ଭୋଳାନାଥ କରିବେ ଆପଣକୁ ମାଲାମାଲ
ମଣିଷ ଶରୀର ଦୁଇ ଭାଗରେ ବିଭକ୍ତ ହୋଇଛି ଜଡ଼ ଶରୀର, ଯାହାକି ବାହାରକୁ ଦୃଶ୍ୟମାନ ହୋଇଥାଏ ଏବଂ ଏହା ଦ୍ଵାରା ହିଁ ଆମେ ନିଜର ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଉ। ମାତ୍ର ଏହି ଜଡ଼ ଶରୀର ଭିତରେ ଆଉ ଏକ ରହିଥାନ୍ତି ଯାହା ସବୁବେଳେ ଜୀବିତ ରହିଥାନ୍ତି, ଯାହାକୁ ଆତ୍ମା କୁହାଯାଏ। ଆତ୍ମାର ସଂଯୋଗ ସବୁବେଳେ ପରମାତ୍ମାଙ୍କ ସହିତ ରହିଥାଏ। ଯେଉଁମାନେ ଆଧ୍ୟାତ୍ମିକ ବାଦୀ ସେମାନେ ଏହି କଥାକୁ ବିଶ୍ୱାସ କରିଥାନ୍ତି ଯେତେବେଳେ ଆମେ ରାତିରେ ଶୋଇବାକୁ ଯାଇଥାଉ ଆମର ବାହ୍ୟ ଶରୀର ନିଦ୍ରାକୁ ଯାଇଥାଏ। ଆଉ ଯେତେ ଆମେ ଆଗକୁ ଆଗକୁ ଯାଇଥାଉ ସେତେବେଳେ ଆମର ଅନ୍ତର ଆତ୍ମା ପରମାତ୍ମାଙ୍କ ସହ ମିଶିବା ପାଇଁ ଅଗ୍ରସର ହୋଇଥାଏ।
ଆପଣ ରାତିରେ ଶୋଇଲା ବେଳେ ଏହି କଥାକୁ ୧୧ ଥର ଜପ କରନ୍ତୁ ଓଠରେ ଉଚ୍ଚାରଣ ନକଲେ ବି ନିଜ ମନ ଭିତରେ ଏହି କଥାକୁ ଉଚ୍ଚାରଣ କରନ୍ତୁ। ତେବେ ଏହି ଜପ ମାଧ୍ୟମରେ ବହୁ ସାଧନାକୁ ଗ୍ରହଣ କରି ହୋଇଥାଏ। ଯେତେବେଳେ ଆମେ ପୃଥିବୀ ପୃଷ୍ଠକୁ ଆସିଥାଉ ସେତେବେଳେ ଆମର ନିଶ୍ବାସ ହିଁ ଭଗବାନ ଦେଇଥାନ୍ତି ଏବଂ ମୃତ୍ୟୁ ସମୟରେ ଆମର ଏହି ପ୍ରାଣ ବାୟୁ ଭଗବାନଙ୍କ ସହ ଯାଇ ମିଶି ଯାଇଥାଏ।ପ୍ରାଣ ବାୟୁ ଯିବା ସମୟରେ ଏହି ମନ୍ତ୍ରକୁ ୧୧ ଥର ଜପ କରିବା ଦ୍ଵାରା ଆପଣଙ୍କ ଆତ୍ମାକୁ ଅତ୍ୟନ୍ତ ସହଜରେ ପରମାତ୍ମାଙ୍କ ସହ ମିଶାଇବାରେ ସାହାଯ୍ୟ କରିଥାଏ।
ଯେତେବେଳେ ଆପଣ ଶୋଇବା ସମୟରେ ଆପଣଙ୍କ ମନ ଭିତରର କୌଣସି ଇଛା ଆପଣଙ୍କୁ ଆନ୍ଦୋଳିତ କରୁଛି ଆପଣଙ୍କ ମନର ଇଛା ପୂରଣ ହୋଇପାରୁ ନାହିଁ ସେହି ଇଛାକୁ ମନ ଭିତରେ ୧୧ ଥର ଭାବି ନିଅନ୍ତୁ ଏବଂ ଏହାର ପରେ ଆପଣଙ୍କ ଇଷ୍ଟ ଭଗବାନଙ୍କ ନାମଙ୍କୁ ସ୍ମରଣ କରନ୍ତୁ ନିଶ୍ବାସ ନେବା ସମୟରେ ଏବଂ ନିଶ୍ବାସ ଛାଡ଼ିବା ସମୟରେ ଆପଣ ନିଜ ମନ ଭିତରେ ଈଶ୍ବରଙ୍କ ନାମ ଉଚ୍ଚାରଣ କରନ୍ତୁ।ଆପଣ ଭଗବାନ ଶିବଙ୍କ ଭକ୍ତ ହୋଇଥିଲେ ନିଃଶ୍ୱାସ ନେବା ଓ ଛାଡ଼ିବା ସମୟରେ ପ୍ରଭୁ ଶିବ , ପ୍ରଭୁ ଶିବ ଉଚ୍ଚାରଣ କରନ୍ତୁ। ଆପଣ ଭଗବାନ ଶ୍ରୀରାମ ଭକ୍ତ ହୋଇଥିଲେ ମଧ୍ୟ ପ୍ରଭୁ ଶ୍ରୀରାମ, ପ୍ରଭୁ ଶ୍ରୀରାମ ଏପରି ଭାବରେ କରନ୍ତୁ।
ଏପରି କରି ଆପଣ ନିଦ୍ରା ଶକ୍ତ ଅବସ୍ଥାକୁ ଯାଆନ୍ତୁ। ଆପଣଙ୍କ ମନ ଯିଏ କି ପରମାତ୍ମାଙ୍କ ସହିତ ଜଡିତ ହୋଇଥାଏ ସେ ଆପଣଙ୍କ ମନର କାମନାକୁ ନେଇ ପରମାତ୍ମାଙ୍କ ସହ ସଂଯୋଗ କରିଥାଏ ଯାହା ଦ୍ଵାରା ପରମାତ୍ମାଙ୍କ କୃପା ଧାରା ଆପଣଙ୍କ ଉପରେ ପଡିବା ସହ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।ତେବେ ଆପଣ ଶୁଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ସମୟରେ ତାଙ୍କ ନାମକୁ ଏଗାର ଥର ଜପ କରି କୁହନ୍ତୁ ଯେ “ହେ ପ୍ରଭୁ ଇଚ୍ଛା ପୂରଣ କରନ୍ତୁ,ମତେ ଧର୍ମ ମାର୍ଗରେ ଚଲାନ୍ତୁ,ମୋ ଦ୍ଵାରା କୌଣସି ପାପ କେବେ ନହେଉ,ଆପଣ ସବୁବେଳେ ମୋର ସହାୟତା କରନ୍ତୁ,ଆପଣ ମୋର ମାର୍ଗଦର୍ଶକ ହୁଅନ୍ତୁ,ଆପଣ ହିଁ ମୋର ସବୁକିଛି,ଆପଣ ମୋର ସହାୟକ ଅଟନ୍ତି,ମୋର ସର୍ବଦା ଉନ୍ନତି କରନ୍ତୁ, ଆପଣ ମତେ ଆପଣଙ୍କ କୋଳରେ ଶୁଅନ୍ତୁ ଏବଂ ଗହୀର ନିଦ ଦିଅନ୍ତୁ, ଆପଣ ମୋର କଲ୍ୟାଣ କରନ୍ତୁ ଏବଂ ଶେଷରେ କୁହନ୍ତୁ ହେ ପରମାତ୍ମା ଆପଣଙ୍କ ହାତ ମୋ ମଥା ଉପରେ ସର୍ବଦା ରହିଥାଉ ।