ମଶା କାମୁଡିବା ଦ୍ଵାରା ଅନେକ ଥର ଜ୍ଵର ମଧ୍ୟ ଆସିଯାଇଥାଏ । ମାଛିମାନେ ଯଦି କୌଣସି ଖାଦ୍ୟ ଉପରେ ବସିଯାଇଥାନ୍ତି । ତେବେ ସେହି ଖାଦ୍ୟ ଖାଇବାକୁ ମନେ ହୋଇନଥାଏ । ସାଧାରଣତଃ ମଶାମାଛି ବହୁତ ହଇରାଣ କରିଥାନ୍ତି ।
ତେବେ ଏହି ସମସ୍ତ ସମସ୍ୟାକୁ ଆପଣ କିପରି ଦୂର କରିବ ଏହାଛଡା ଯଦି ଘରେ ମୂଷା, ଅସରପା, ପିମ୍ପୁଡି ଆଦି ଅଧିକା ହେଉଛନ୍ତି ତେବେ ଆପଣ ମାନେ ଜାଣନ୍ତୁ ଯେ ସେଥିପାଇଁ ଆପଣ କ’ଣ କରିବେ । ଦେଖନ୍ତୁ ଏହି ଘରୋଇ ଉପଚାର କୁ କିପରି ବ୍ୟବହର କରିବେ ।
ଆପଣଙ୍କୁ ସର୍ବପ୍ରଥମ ସାମଗ୍ରୀ ଯାହା ଆବଶ୍ୟକ ତାହା ହେଉଛି ତେଜପତ୍ର, ଯାହା ଆମ୍ଭେ ଖାଦ୍ୟ ବନାଇବା ନିମନ୍ତେ ବନାଇଥାଉ । ଦ୍ଵିତୀୟ ସାମଗ୍ରୀ ହେଉଛି ପୂଜାରେ ବ୍ୟବହାର ହେଉଥିବା କର୍ପୁର ଯାହା ଆମ୍ଭକୁ ଏଥିନିମନ୍ତେ ଆବଶ୍ୟକ ହୋଇଥାଏ । ତୃତୀୟ ସାମଗ୍ରୀ ହେଉଛି ନିମ୍ବତେଲ, ଏହି ତେଲ ଆପଣ ଘରେ ପ୍ରସ୍ତୁତ କରିପାରିବେ । ନଚେତ ଏହା ଆପଣଙ୍କୁ କୌଣସି ଦୋକାନରୁ ବହୁତ ସହଜରେ ମିଳିଯିବ ।
ପ୍ରଥମେ ଆପଣ କର୍ପୁରକୁ ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଏହି ଗୁଣ୍ଡକୁ ଆପଣ ତେଲରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ୩ ଟି ତେଜପତ୍ର ନିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡ କରି ଛିଡାଇ ଦିଅନ୍ତୁ । ତେବେ ପ୍ରତିଦିନ ସନ୍ଧ୍ୟାରେ ଯଦି ଆପଣ ଏହି କାର୍ଯ୍ୟ କରିବେ ଆପଣଙ୍କ ଘରେ ଗୋଟିଏ ମାତ୍ର ମଶା ଦେଖାଯିବେ ନାହିଁ । ତେଜପତ୍ର ପାତ୍ରରେ ପକାଇ ସାରିବା ପରେ ଆପଣ କର୍ପୁର ତେଲ ଏଥିରେ ପକାଇ ଦିଅନ୍ତୁ ।
ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଜଳାଇ ଦିଅନ୍ତୁ । କିଛି ସମୟ ପରେ ଆପଣ ଏହାକୁ ଲିଭାଇ ଦିଅନ୍ତୁ । ଯେମିତି ଏଥିରୁ ଧୂଆଁ ବାହାରିବ । ଏହାପରେ କୌଣସି ବନ୍ଦ ଘରେ ଆପଣ ଏହାକୁ ରଖି ଦିଅନ୍ତୁ । ଆପଣ ଏହାକୁ ରୋଷେଇ ଘରେ ଅଥବା ଶୋଇବା ଘରେ ରଖି କିଛି ସମୟ ପାଇଁ କବାଟ ବନ୍ଦ କରିଦିଅନ୍ତୁ ତେବେ ଆପଣ ଦେଖିବେ ଯେ ରାତିସାରା ଆପଣ ଆରାମରେ ଶୋଇପାରିବେ । ତଥା ଆପଣଙ୍କ ଘରେ ଗୋଟେ ମଧ୍ୟ ମଶା ଦେଖାଯିବେ ନାହିଁ । ତେବେ ଏହି ଛୋଟ ଉପାୟ ମାଧ୍ୟମରେ ଆପଣଙ୍କର ବଡ ଅସୁବିଧାର ସମାପ୍ତ ଘଟିବ ।
ପ୍ରତିଦିନ ସନ୍ଧ୍ୟାରେ ଆପଣ ଏହି ଉପାୟକୁ ପ୍ରୟୋଗ କରନ୍ତୁ । ଆପଣଙ୍କ ଘରକୁ ମଶାମାଛି ଆଦୌ ଆସିବେ ନାହିଁ । ଦ୍ଵିତୀୟ ରେମେଡି ଦ୍ଵାରା ଆପଣଙ୍କ ଘରୁ ମୂଷା ମାଛି ଆସିବ ନାହିଁ । ଏଥିନିମନ୍ତେ ଆପଣଙ୍କୁ ଏକ ବୋତଲର ଆବଶ୍ୟକତା ପଡିବ । ଆପଣ ଏକ ବୋତଲରେ ଅଧ ଗିଲାସ ପାଣି ଢାଳନ୍ତୁ । ଏହାପରେ ଏଥିରେ ଏକ ଛୋଟଚାମଚ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଅଳ୍ପ କର୍ପୁରକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ ।
ତୃତୀୟ ଜିନିଷ ଆପଣ ଏଥିରେ ଭିନେଗାରକୁ ମିଶାଇ ଦିଅନ୍ତୁ । ଆପଣ ୨ ରୁ ୩ ଚାମଚ ଭିନେଗାର ଏଥିରେ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ୧ ରୁ ୨ ଚାମଚ ଡେଟଲ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକ ତୁଳା ମାଧ୍ୟମରେ ଯେଉଁଠାରେ ମୂଷା ବାହାରୁଛି ସେହି ସ୍ଥାନରେ ରଖନ୍ତୁ । ଏହାର ଦୁର୍ଗନ୍ଧ ପାଇ ମୂଷା ଘର ବାହାରକୁ ତୁରନ୍ତ ପଳାଇବ । ଏହି ଘରୋଇ ଉପଚାର କୁ ଥରେ ମାତ୍ର ବ୍ୟବହାର କରନ୍ତୁ ଦେଖିବେ ମୂଷା, ମଶା ଓ ଅସରପା ରହିବନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।