ମହିଳା ମାନଙ୍କର ଏକ ବହୁତ ବଡ଼ ସମସ୍ୟା ହେଉଛି ଅନିୟମିତ ଋତୁସ୍ରାବ ,ଯଦି ଜଣେ ମହିଳାଙ୍କ ପିରିୟଡ଼ ଠିକ୍ ସମୟରେ ହେଉଛି ଅର୍ଥାତ୍ ୨୮ ଦିନରୁ ୩୦ ଦିନ ମଧ୍ୟରେ ହେଉଛି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ପିରିୟଡ଼ ୧୦-୧୫ ଦିନ ବିଳମ୍ବ ହେଉଛି ତେବେ ମହିଳା ମାନଙ୍କୁ ବହୁତ ଚିନ୍ତା ରେ ପକାଇଦିଏ ।
ଅନିୟମିତ ପିରିୟଡ଼ ହେବାର ଅନେକ ଗୁଡ଼ିଏ କାରଣ ରହିଛି ,ଯାହା ଦ୍ଵାରା ମହିଳା ମାନକର ଅନିୟମିତ ପିରିୟଡ଼ ହେଇଥାଏ । ତେବେ ଆପଣ ମାନେ ଜାଣନ୍ତୁ ଅନିୟମିତ ପିରିୟଡ଼ କାହିଁକି ହୁଏ ଓ କଣ କଲେ ମହିଳା ମାନଙ୍କ ପିରିୟଡ଼ ଠିକ୍ ସମୟରେ ହେବ ତାହା ବିଷୟରେ ଜାଣନ୍ତୁ ତେବେ ପିରିୟଡ଼ ଜଲଦି ଆଣିବା ପାଇଁ ଏକ ସହଜ ଓ ସରଳ ଘରୋଇ ଉପଚାର ବାବଦରେ ଜାଣନ୍ତୁ ।
ଠିକ୍ ସମୟରେ ପିରିୟଡ଼ ନ ହେବର କାରଣ:-
୧:- ଜଣେ ମହିଳା ଯଦି ପ୍ରେଗ୍ନେଟ ରହିଥାନ୍ତି ତେବେ ସେହି ସମୟରେ ମହିଳା ମାନଙ୍କର ପିରିୟଡ଼ ହେଇନଥାଏ । ତେବେ ଏଠାରେ ଚିନ୍ତା କରିବା କୌଣସି ଆବଶ୍ୟକତା ନାହିଁ ।
୨:- ଯଦି ମହିଳା ମାନେ ଅତ୍ୟଧିକ ଚିନ୍ତାରେ ରହିଥାନ୍ତି ତେବେ ମହିଳା ମାନଙ୍କ ଅନିୟମିତ ପିରିୟଡ଼ ଦେଖାଯାଇଥାଏ।
୩:- ଯଦି ମହିଳା ମାନେ କିଛି ବିଶେଷ ରୋଗରେ ପୀଡ଼ିତ ହୋଇଥାଆନ୍ତି ତେବେ ସେହି କ୍ଷେତ୍ରରେ ମଧ୍ୟ ଅନିୟମିତ ପିରିୟଡ଼ ଦେଖିବାକୁ ମିଳିଥାଏ।
୪:- ଅନ୍ୟ କାରଣ ହେଉଛି ଓଜନ କମାଇବା । ବହୁତ ମହିଳା ଓଜନ କମାଇବା ପାଇଁ ଡ଼ାଇଟିଂ କରିଥାନ୍ତି ସେହି କାରଣ ଯୋଗୁଁ ଅନିୟମିତ ପିରିୟଡ଼ ଦେଖିବାକୁ ମିଳିଥାଏ ।
ପିରିୟଡ଼ ଠିକ୍ ସମୟରେ କିପରି ହେବ ଏକ ଘରୋଇ ଉପଚାର ମାଧ୍ୟମ ରେ ଜାଣିବା:-
୧:- ପିରିୟଡ଼ ଠିକ୍ ସମୟରେ ହେବା ପାଇଁ କିଛି ଗରମ ଖାଦ୍ୟ ଖାଇବା ଆବଶ୍ୟକତା ରହିଛି । ଯେପରିକି ସପୁରୀ , ଖଜୁରୀ, ଗୁଡ଼ ଓ ଅମୃତଭଣ୍ଡା ଆଦି ର ସେବନ କରନ୍ତୁ ।
୨:- ୨ଇଞ୍ଚ ଅଦା କୁ ନେଇ ଏହାର ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ ଏବଂ ଏହାକୁ ଗୋଟିଏ ଗ୍ଲାସ୍ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ । ଏବେ ଏହାକୁ ଥଣ୍ଡା କରି ସେବନ କରନ୍ତୁ ।
୩:- ଜୁଆଣି ଏହା ମଧ୍ୟ ଶରୀର ପାଇଁ ଖୁବ୍ ଗରମ ଅଟେ । ତେବେ ଏକ ଗ୍ଲାସ୍ ପାଣିରେ ୧ ଚାମଚ ଜୁଆଣି ପକାଇ ଭଲ ଭାବରେ ରେ ଫୁଟନ୍ତୁ । ଏହାକୁ ଥଣ୍ଡା କରିବା ପରେ ଦିନ କୁ ଦୁଇ ଥର ଅଧା ଗ୍ଲାସ୍ ଲେଖାଏଁ ସେବନ କରନ୍ତୁ ।
ତେବେ ମନେ ରଖନ୍ତୁ ଏହି ଘରୋଇ ଉପଚାର କୁ ବ୍ୟବହାର କରିବା ପୂର୍ବ ରୁ ଆପଣ ଆପଣଙ୍କର ପ୍ରେଗ୍ନେଶି ଟେଷ୍ଟ କରିନିଆନ୍ତୁ ଏବଂ ଏହି ସବୁ ଉପଚାର କୁ ଏକା ସହିତ ବ୍ୟବହାର କରନ୍ତୁ ନାହିଁ । ଥରକ ରେ ମାତ୍ର ଗୋଟିଏ ଘରୋଇ ଉପଚାର ବ୍ୟବହାର କରିପାରିବେ ।
ନଚେତ୍ ଆପଣଙ୍କ ଶରୀର କୁ କ୍ଷତି ପହଞ୍ଚାଇ ପାରେ । ଏହି ଘରୋଇ ଉପଚାର କୁ ଥରେ ବ୍ୟବହାର କରନ୍ତୁ ଥର କରେ ଆପଣ ଙ୍କ ର ପିରିୟଡ଼ ଚାଲି ଆସିବ । ଯଦି ଏହି ଘରୋଇ ଉପଚାର କୁ ବ୍ୟବହାର କରିବା ପରେ ମଧ୍ୟ ପିରିୟଡ଼ ନ ଆସିଥାଏ। ତେବେ ଡାକ୍ତର ଙ୍କ ପାଖରେ ଯାଇ ପରାମର୍ଶ କରାନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।