jitu das amrutabani – ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କ ଆସିବାର ଶୁଭ ସଙ୍କେତ ଜାଣନ୍ତୁ ….

ପ୍ରତ୍ୟେକ ମନୁଷ୍ୟ ଜୀବନରେ ଧନର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି। ଏବଂ ଧନ ଆଗମନର କାମନା କରିଥାନ୍ତି। ତେବେ ମା ଲକ୍ଷ୍ମୀ ସହଜରେ କାହା ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। ମା ଲକ୍ଷ୍ମୀଙ୍କୁ ଖୁସି କରିବା ବଡ କଠିନ କାମ ଅଟେ। କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କ ଯେଉଁ ଘରେ ବାସ କରିଥାନ୍ତି ଓ ମା ଲକ୍ଷ୍ମୀଙ୍କ କୃପା ଯାହା ଉପରେ ରହିଥାଏ ତା ଜୀବନର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ଯାଇଥାଏ। ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ମିଳିଥାଏ ଏମିତି କିଛି ସଙ୍କେତ ଯେଉଁ ସଂକେତ ଆମକୁ ଜଣାଇ ଦେଇଥାଏ କି ମା ଲକ୍ଷ୍ମୀ ଆମ ଘରକୁ ନିବାସ କରିବା ପାଇଁ ଆସୁଛନ୍ତି। ତେବେ ଆସନ୍ତୁ ଜାଣିବା କଣ ସେହି ସଙ୍କେତ ଯାହା ମା ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମିଳିଥାଏ। କଳା ରଙ୍ଗର ପିମ୍ପୁଡ଼ି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ିକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ। ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରରେ ବୁଲୁଥିବାର ଦେଖନ୍ତି ତେବେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁଛନ୍ତି।ଝିଟିପିଟି:-ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନା ଯାଇଥାଏ। ଘରେ ଯଦି ଅଚାନକ ତିନୋଟି ଝିଟିପିଟି ଏକାଠି ଗୋଟିଏ ସ୍ଥାନରେ ଦେଖା ଯାଇଥାଏ ତେବେ ଏହାକୁ ଖୁବ୍ ଶୁଭ ବିବେଚନା କରା ଯାଇଥାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ।

ଚଢ଼େଇ ବସା:-ଯଦି ଆପଣଙ୍କ ଘରେ କୌଣସି ଚଢ଼େଇ ଆସି ବସା ବାନ୍ଧିଥାଏ ତେବେ ଏହା ବହୁତ୍ ଶୁଭ ସଙ୍କେତ ମାନା ଯାଇଥାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ। ଏଥି ପାଇଁ ଯଦି ଆପଣଙ୍କ ଘରେ କେଉଁ ବି ଚଢ଼େଇ ବସା ବାନ୍ଧିଥାଏ ତେବେ ତାକୁ ଭୁଲରେ ବି ଭାଙ୍ଗନ୍ତୁ ନାହିଁ। ଶଙ୍ଖର ଧ୍ଵନି:-ଯଦି ଆପଣଙ୍କୁ ଦିନର କୌଣସି ସମୟରେ କିମ୍ବା ମୁଖ୍ୟତଃ ସକାଳ ଓ ସନ୍ଧ୍ୟା ସମୟରେ ନିତି ଶଙ୍ଖର ଧ୍ଵନି ଶୁଣା ଯାଇଥାଏ ଏହା ମାନା ଯାଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁବ୍ ପ୍ରସନ୍ନ ରହିଛନ୍ତି ଏବଂ ଖୁବ୍ ଶୀଘ୍ର ଆପଣଙ୍କ ଘରେ ଓ ଜୀବନରେ ପ୍ରବେଶ କରିବା ପାଇଁ ଯାଉଛନ୍ତି।

 

ହାତ ପାପୁଲି:-ଯଦି ଆପଣଙ୍କ ଡାହାଣ ହାତର ପାପୁଲି ବାରମ୍ବାର କୁଣ୍ଡେଇ ହେବାକୁ ଲାଗେ ତେବେ ଏହା ମଧ୍ୟ ଧନ ପ୍ରାପ୍ତିର ଶୁଭ ସଙ୍କେତ ଅଟେ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ତେବେ ଆପଣ ଯଦି ସ୍ଵପ୍ନରେ ଝାଡୁ, ସାପ, ନେଉଳ ଏବଂ ନେଉଳ ଦେଖିଥାଉ ତେବେ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବେ ଧନ ପ୍ରାପ୍ତିର ଯୋଗ ରହିଅଛି। ଯଦି ଆପଣ ବାସ୍ତବରେ ନେଉଳକୁ ଦେଖୁଛନ୍ତି ଏବଂ ଘରୁ ବାହାରିବା ସମୟରେ ଆପଣ କହାକୁ ଝାଡୁ କରୁଥିବାର ବା ସଫା ସୁତୁରା କରୁଥିବାର ଦେଖିବାକୁ ପାଉଛନ୍ତି ତେବେ ଜାଣି ରଖନ୍ତୁ କି ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ହୋଇଥାଏ।