ଦେଖନ୍ତୁ କେତେକ ଦୁର୍ଭାଗ୍ୟଶାଳୀ ବ୍ୟକ୍ତି ଙ୍କର ହତାସିଆ ଭିଡିଓ….. ଏହି ଭାଇରଲ ଭିଡିଓ ଗୁଡିକ ଦେଖିବା ପରେ ଆପଣ ମଧ୍ୟ କହିବେ କି ଏହିଭଳି ଭାଗ୍ୟ କାହାକୁ ନମିଳୁ…….

ସମୟ ବଡ଼ ବଳବାନ , ଏହା କେତେବେଳେ କାହା ସହ କଣ କରିବ ତାହା କେହିବି ଜାଣିନଥାନ୍ତି। ତେଣୁ ମହାପୁରୁଷ ମାନେ ସବୁ ବେଳେ କହନ୍ତି କି, ଯେ କୌଣସି କାର୍ଯ୍ୟ କରିବା ସମୟ ରେ ସାବଧାନ ଓ ସତର୍କତା ର ସହ କରିବା ଉଚିତ। କାରଣ ଆମର ଟିକିଏ ଅସବଧାନତା ପାଇଁ କିଛି କ୍ଷଣ ମଧ୍ୟରେ କଣ ଯେ ହେବ ତାହା କେହି ବି ଜାଣିନଥାନ୍ତି।ଆଉ ମଣିଷ ହୋଇଥିବା ରୁ କାହା ସହ କଣ କେତେବେଳେ ଘଟିଯିବ ତାହା କାହାକୁ ବା ଜଣା। ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି କେତେକ ଭାଇରଲ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

୧.ବନ୍ଧୁଗଣ ଏମିତି ଏକ ଘଟଣା କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଆସିଥିଲା ଯାହା ଦେଖି ସବୁ ଚକିତ ହୋଇଯାଇଥିଲେ।ତେବେ ଭିଡିଓ ଟି କିଛି ଏହିପରି ଥିଲା କି ଏକ ଦମ୍ପତି ଗୋଟିଏ ବଡ଼ ଦୋକାନ କୁ ଯାଇଥିଲେ ଆଉ ଅନେକ ଜିନିଷ ପତ୍ର କିଣି ପକାଇଲେ ,ମାତ୍ର ସେଠାରୁ ଭାଗୀ ପଳେଇବା ସମୟରେ ଧରା ପଡିଯାଇଥିଲେ ।ତେବେ ଯୁବତୀ ଜଣଙ୍କ ସେଠାରୁ ଖସି ଯିବାକୁ ଛାତ୍ର ଉପରକୁ ଉଠିଗଲେ ,କିନ୍ତୁ ତାଙ୍କର ଭାଗ୍ୟ ଏହିପରି ଥିଲା କି ଛାତ ହିଁ ଭାଙ୍ଗି ପଡ଼ିଲା ଆଉ ଯୁବତୀ ଜଣଙ୍କୁ ପୋଲିସ ଧରି ଥାନା କୁ ନେଇ ଗଲେ।

୨.ସେହିପରି ଅନ୍ୟ ଏକ ଭିଡିଓ ରେ ଦେଖିବା କୁ ମିଳିଥିଲା କି ଜଣେ ଯୁବତୀ ନିଜ କାର ଧରି ଏକ ପେଟ୍ରୋଲ ପମ୍ପ ରେ ତେଲ ପକାଇବା କୁ ଆସିଥିଲେ। ତେବେ ସେ କାର ଟି ପାର୍କ କରିବା ପରେ ତେଲ ପକାଇବା ପାଇଁ ପ୍ରସ୍ତୁତି ନେଲା ବେଳେ ଦେଖିଲେ କି ତେଲ ଟାଙ୍କି ଟି କାର ର ଅନ୍ୟ ଦିଗ ରେ ରହିଛି। ତେଣୁ ସେ କାର କୁ ବୁଲାଇ ତେଲ ପକାଇବା କୁ ଚେଷ୍ଟା କଲେ। ମାତ୍ର ପୁଣି ଥରେ ଯୁବତୀ ଜଣଙ୍କ ସମାନ ଭୁଲ କଲେ, ତେବେ ଏହିପରି କେତେ ଥର ଚେଷ୍ଟା କଲା ପରେ ମଧ୍ୟ ସେ କାର ର ଟାଙ୍କି କୁ ତେଲ ଟାଙ୍କି ପାଖରେ ରଖିପାରିଲେ ନାହିଁ। ଆଉ ଶେଷ ରେ ତେଲ ନପକାଇ ସେଠାରୁ ଚାଲିଗଲେ।

୩.କୁହାଯାଏ କି ସୁନା କୁ ଦେଖିଲେ ସମସ୍ତ ଙ୍କର ଲୋଭ ହୋଇଥାଏ , ତେବେ ଦେଖାଯାଇ ଥିଲା କି ଜଣେ ଯୁବକ ଗୋଟିଏ ସୁନା ଦୋକାନ ମଧ୍ୟକୁ ପ୍ରବେଶ କରି କିଛି ଗହଣା ଦେଖିବା ର ବାହାନା କଲେ। ତେବେ ଦୋକାନୀ ଜଣଙ୍କ ଜାଣିପାରି ଥିଲେ କି ସେହି ଯୁବକ ଙ୍କ ପାଖରେ ଟଙ୍କା ନାହିଁ ସେ ଚୋରି କରିବାକୁ ଆସିଛି ବୋଲି। ତେବେ ଯୁବକ ଜଣଙ୍କ ହଠାତ ଗହଣା ଦେଖୁ ଦେଖୁ ଗୋଟିଏ ଦାମୀ ଗହଣା କୁ ନେଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୋକାନୀ ଜଣଙ୍କ ଏହା ଜାଣି ଦୋକାନ ର କବାଟ କୁ ଲକ କରିଦେଇଥିଲେ ।ଆଉ ତା ପରେ ଯୁବକ ଙ୍କ ସହ କଣ ହେଇଥିବ ଆପଣ ଜାଣିପାରୁ ଥିବେ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।