new twist-ସ୍ୱାମୀର ଶାରୀରିକ ସୁଖ ପାଇଁ ସ୍ତ୍ରୀ ବି ସାଜିଥିଲା ଭଉଣୀ ..ଦୁହେଁ ମିଶି ପ୍ରେମିକାଠୁ ଲୁଟୁଥିଲେ ଟଙ୍କା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସ୍ଵାମୀର ଶାରିରୀକ ସୁଖ ପାଇଁ ସ୍ତ୍ରୀ ସାଜିଥିଲା ଭଉଣୀ। ଆଜ୍ଞା ହଁ କଥାଟା ଶୁଣିବାକୁ ଅବାଗିୟା ଲାଗୁଥିଲା ବି କଥାଟା ପୁରା ସତ। ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ପ୍ରେମିକା ଠାରୁ ଲୁଟି ଚାଲିଥିଲେ ଟଙ୍କା। ପ୍ରେମ କରି ଚାଲିଥିଲେ ପ୍ରେମିକା ଆଗକୁ ଯାଇ ପ୍ରେମିକଙ୍କୁ ବାହା ହୋଇଥାନ୍ତେ। କିନ୍ତୁ ଏମିତି ଏକ ସତ ସାମ୍ନାକୁ ଆସିଗଲା ଯାହା ଶୁଣି ପ୍ରେମିକାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏତେ ବଡ ଧୋକା ହେଉଥିଲା ପ୍ରେମିକା ଜଣକ ସହ ଯାହା ଜାଣିପାରି ପ୍ରେମିକାର ଆଖି ଲୁହରେ ଛଳ ଛଳ ହୋଇ ଯାଇଥିଲା।

ପ୍ରେମିକା ଜଣକ ପ୍ରେମିକଙ୍କ ପ୍ରେମରେ ଯେତେବେଳେ ଉବୁଟୁବୁ ହେଉଥିଲେ ସେତେବେଳେ ପ୍ରେମିକା ଜାଣିବାକୁ ପାଇଥିଲେ ଯେ ସେ ଯାହାଙ୍କୁ ପ୍ରେମ କରୁଛନ୍ତି ସେ ୧୨ ବର୍ଷ ତଳୁ ବିବାହ କରି ସାରିଥିଲେ। ଏହା ପରେ ଯୁବତୀ ପ୍ରେମିକକୁ ପଚାରିଥିଲେ!

ତୁମେ କଣ ସତରେ ବାହା ହୋଇଛ ଆଉ ଏହାର ପ୍ରମାଣ ଖୋଜୁ ଖୋଜୁ ପଦାକୁ ଆସିଲା ଏକ ଆଶ୍ଚର୍ଯ୍ୟ କଲା ପରି ସତ କଥା ଯେ ପ୍ରେମିକ ଯାହାକୁ ଭଉଣୀ ଭଉଣୀ କହି ଆସୁଥିଲେ ସେ ଭଉଣୀ ନଥିଲା ସେ ପ୍ରକୃତରେ ପ୍ରେମିକଙ୍କ ବିବାହିତା ପତ୍ନୀ ଥିଲେ ଯାହାକୁ ପ୍ରେମିକ ୧୨ ବର୍ଷ ତଳୁ ବିବାହ କରି ସାରିଥିଲେ।

ତେବେ ଏଭଳି ଭାବେ ଯୁବତୀଙ୍କୁ ଠକି ଚାଲିଥିଲେ ଯୁବକ। ଲଗାତାର ଭାବେ ଠକିବା ସହିତ ପ୍ରେମିକାଙ୍କ ଠାରୁ ଟଙ୍କା ସୁନା ରୂପା ସବୁ ନେଉଥିଲେ। କିନ୍ତୁ ଘରେ ରହିଥିଲା ବିବାହିତା ସ୍ତ୍ରୀ। ତେବେ ଅଭିଯୋଗ ହୋଇଛି ଯେ ଦୁହେଁ ସ୍ୱାମୀ ସ୍ତ୍ରୀ ମିଶି ଏଭଳି ଠକି ଆସୁଥିଲେ। ଯାହାର ଶିକାର ହୋଇଛନ୍ତି ଏହି ଯୁବତୀ ଜଣକ। ଯିଏକି ଅଭିଯୋଗ ଆଣିଛନ୍ତି।


ତେବେ ଯୁବକ ଜଣକ ହେଉଛନ୍ତି ସଞ୍ଜୀବ କୁମାର୍ ମହାପାତ୍ର। ଯୁବକ ଜଣକ କିଛି କାମ ଧନ୍ଦା ମଧ୍ୟ କରନ୍ତି ନାହିଁ। କିନ୍ତୁ ପ୍ରେମିକାଙ୍କ ମନ ରଖିବା ପାଇଁ ବିଭିନ୍ନ ପ୍ରକାର ଆଳ ଦେଖାଇ ଆସୁଥିଲେ ସଞ୍ଜୀବ ଯେମିତିକି ସେ ସେଣ୍ଟ୍ରାଲ‌ ଗଭମେଣ୍ଟ ଜବ୍ କରିଛନ୍ତି।

ତେବେ ବିଭିନ୍ନ ସମୟରେ ସଞ୍ଜୀବ ଯୁବତୀଙ୍କୁ ଇମୋସନାଲ୍ ଡ଼ାଇଲଗ୍ କହି ପାରିବାରର ଆର୍ଥିକ ପରିସ୍ଥିତି ବିଷୟରେ କହି ଟଙ୍କା ନେଉଥିଲେ। ଏମିତିକି ଯୁବତୀଙ୍କ କହିବା ଅନୁଯାୟୀ ସଞ୍ଜୀବ ତାଙ୍କ ଘରୁ ୯୦ ହାଜର ଟଙ୍କା ଏବଂ ବାକି ଟଙ୍କା ତାଙ୍କ ଠାରୁ ନେଇଛନ୍ତି। ଏମିତିକି ପାଖପାଖି ୨ ଲକ୍ଷ ଟଙ୍କା ନେଇଥିବାର ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ତେବେ ୧୨ ବର୍ଷର ସ୍ତ୍ରୀ ଥାଇ ମଧ୍ୟ ସଞ୍ଜୀବ ଯୁବତୀଙ୍କୁ ଏଭଳି ଭାବେ ଠକି ଚାଲିଥିଲେ। ଆଉ ଯେତେବେଳେ ଯୁବତୀ ସତ ଜାଣିଲେ ସେ ଯୁବକଙ୍କୁ କହି ଥିଲେ ତୁମେ ଯଦି ବିବାହିତା ନୁହଁ ତାହାଲେ ମତେ ବାହା ହୁଅ। କିନ୍ତୁ ସଞ୍ଜୀବ ବାରମ୍ବାର ମନା କରୁଥିଲେ ଯାହାକୁ ନେଇ ଯୁବତୀ ଚନ୍ଦକା ଥାନାରେ ସଞ୍ଜୀବଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।