ଅନୁଭବଙ୍କ ଭିଡିଓ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଗତ ଦୁଇବର୍ଷ ଧରି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ସମୟରେ ଅନୁଭବ ମହାନ୍ତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି।
ଅନୁଭବ ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଟରେ ଏକ ଭିଡିଓ ମାଧ୍ୟମରେ ନିଜ ମନର କଥାକୁ କହିଛନ୍ତି ଯାହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେବାରେ ଲାଗିଛି। ଭିଡିଓରେ ଅନୁଭବ ମହାନ୍ତି ଭାବ ବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।
ସାଂସଦ ଅନୁଭବ ମହାନ୍ତି ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ଇସାରା କରି ଅନୁଭବ କହିଛନ୍ତି, ଭଲ ପାଇ ସେ ଭୁଲ କରି ଦେଇଛନ୍ତି। ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ । ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି। ହେଲେ ମୋ ଘରେ କେହିବି ରାଜି ନଥିଲେ। ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ। ତଥାପି ବାହା ହୋଇଥିଲେ। ଯାହା ତାଙ୍କ ଜୀବନର ସବୁଠୁ ବଡ ଭୁଲ ନିଷ୍ପତି ଥିଲା।
ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି କହିବା ସହ ପ୍ରେମ କରି ଭୁଲ କରିଥିବା କହିଥିଲେ ଅନୁଭବ । ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିବା ଠାରୁ ଆଜି ପର୍ଯ୍ୟନ୍ତ ସେ କେଉଁ ଭଳି ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ତାହା ମଧ୍ୟ କହିଥିଲେ
।ଯାହା ତାଙ୍କ ଜୀବନର ବହୁତ୍ ବଡ ଭୁଲ ହୋଇଯାଇଛି ବୋଲି ସେ କହିଛନ୍ତି। ତେବେ ଅନୁଭବ ଏ କଥା ମଧ୍ୟ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁକୁ ବାଛିନେବା ଭଲ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଅନୁଭବଙ୍କ ଭିଡିଓ ପ୍ରସଙ୍ଗକୁ ନେଇ ବିଭିନ୍ନ ମତ ଆସୁଥିବାର ଦେଖିବାକୁ ମିଳୁଛି। ତେବେ ଅନୁଭବଙ୍କ ଭିଡିଓ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଭଲ ପାଇବା କେବେବି ଭୁଲ ହୁଏନି ହୁଏତ ଏଇଟା ଭୁଲ୍ ବୁଝାମଣା ହୋଇପାରେ।
କିନ୍ତୁ ଭଲ ପାଇବାଟା ଭୁଲ୍ ନୁହେଁ। ଆମେ ସମସ୍ତେ ତ ବାନ୍ଧି ହୋଇ ରହିଛୁ ଭଲ ପାଇବାରେ। ଯିଏ ଯାହା ସହିତ ବାନ୍ଧି ହୋଇଛି ସିଏ ଭଲ ପାଇବାରେ ହିଁ ବାନ୍ଧି ହୋଇଛି।ତେବେ ବର୍ଷା ଓ ଅନୁଭବଙ୍କ କ୍ଷେତ୍ରରେ ହୁଏତ କିଛି ବୁଝାମଣାର ଅଭାବ ରହିଛି।
ଯଦି ବି କିଛି ହୋଇଛି ସେମିତି ସେମାନଙ୍କ ଭିତରେ ତା ମୁଁ ଜାଣିନାହିଁ। ତେବେ ସାନ ଭାଇ ହିସାବରେ ସିଦ୍ଧାନ୍ତ ମହାପାତ୍ର ଅନୁଭବଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିଛନ୍ତି। ଯାହାବି କିଛି ସମସ୍ୟା ହେଉଛି ତାହା ସ୍ଲୋଭ ହୋଇଯିବ ବୋଲି ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।