viral video – ଅଭିନେତା Anubhav Mohanty ଙ୍କ Live ଭିଡ଼ିଓ କୁ ନେଇ ଏମିତି କହିଲେ ସୁର… ଦେଖନ୍ତୁ video

ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ଦୀର୍ଘ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି। ତେବେ ପୁଣି ଥରେ ଏକ ଭିଡିଓକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଏହି ଭିଡିଓରେ ଅନୁଭବ ତାଙ୍କର ମନର କଥା କହିଛନ୍ତି।

ଭିଡିଓରେ ଅନୁଭବଙ୍କୁ ଭାବ ବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।ସେ କହିଛନ୍ତି ସେ ଭଲପାଇ ବହୁତ୍ ବଡ ଭୁଲ୍ କରିଛନ୍ତି। ଜୀବନ ସାଥୀ ବାଛିବାରେ ତାଙ୍କର ବହୁତ୍ ବଡ ଭୁଲ୍ ହୋଇଗଲା। ଉଭୟଙ୍କ ପରିବାର ରାଜି ନଥିଲେ। ତଥାପି ବାହା ହୋଇଥିଲେ।

ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି କହିବା ସହ ପ୍ରେମ କରି ଭୁଲ କରିଥିବା କହିଥିଲେ ଅନୁଭବ । ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିବା ଠାରୁ ଆଜିଯାଏ ସେ କେଉଁଭଳି ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ତାହା ମଧ୍ୟ କହିଥିଲେ ।

ଯାହା ତାଙ୍କ ଜୀବନର ବହୁତ୍ ବଡ ଭୁଲ ହୋଇଯାଇଛି ବୋଲି ସେ କହିଛନ୍ତି। ତେବେ ଅନୁଭବ ଏକଥା ମଧ୍ୟ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁକୁ ବାଛିନେବା ଭଲ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନୁଭବଙ୍କ ଏପରି ବୟାନକୁ ନେଇ ମୁଁହ ଖୋଲିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତଥା ସୁର ରାଉତରାୟ। ଯିଏକି ନିଜର ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ସର୍ବଦା ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାନ୍ତି। ସେ ଅନୁଭବ ଏଭଳି କଥାକୁ ବିରୋଧ କରିଛନ୍ତି।

ଅନୁଭବ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବା କଥାକୁ ନେଇ ସୁର ରାଉତରାୟ ଛି ଛି ବୋଲି କହିଛନ୍ତି। ସେ କହିଛନ୍ତି ହେ ଅନୁଭବ ତୁ କାହିଁକି ଏମିତି ମାଇଚିଆ ପରି ହେଉଛୁ। ତୁ କାହିଁକି ମରିଯିବୁ କହୁଛୁ ତୋର ଏମିତି କଣ ହୋଇଛି କି। ଏଡେ ବଡ ଟୋକା ଆମ ହିରୋ ଓଡିଶାର ତୁ ଗର୍ବ ତୁ ଆତ୍ମହତ୍ୟା କରିବି କହୁଛୁ।

ଛି ଛି ତୁ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବୁ କହୁଛୁ। ଏତେ ସୁନ୍ଦର ଟୋକାତୁ ଓଡିଶାର ହିରୋ ଓଡିଶାର ଗର୍ବ ତୋ ପଛରେ ବହୁତ୍ ଲୋକେ ଗୁଡ଼ାଉଛନ୍ତି, ସେମାନଙ୍କ ଭିତରୁ ଜଣକୁ ଦେଖେ ଏମିତି କିଛି କହିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ।

ଏକଥା ମଧ୍ୟ କହିଛନ୍ତି ଯାହା ହେବ ହବ। ସୁର ରାଉତରାୟ କହିଛନ୍ତି ମୁଁ ମରିବାକୁ ପସନ୍ଦ କରେ ନାହିଁ। ଯିଏ ମରିବା ବୋଲି କୁହେ ସିଏ ହେଉଛି କାପୁରୁଷ। ସୁର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ କହିଛନ୍ତି ବର୍ଷା ବହୁତ୍ ଉଠିଲାଣି।

ନବୀନ ପଟ୍ଟନାୟକ ତାଙ୍କୁ ଉଠେଇଲେଣି। ସେ ଆଗକୁ ଗଲାଣି। ତେବେ ଅନୁଭବ ପରି ଜଣେ ହିରୋ ଓଡିଶାର ଗର୍ବ ସିଏ କହୁଛି ମରିବ। ତାଙ୍କ ଠାରୁ ଏକଥା ଆଶା କରା ଯାଉନାହିଁ। ସୁର ଅନୁଭବଙ୍କୁ କହିଛନ୍ତି ଓଡ଼ିଆ ପୁଅ ତୁ ଷ୍ଟ୍ରଙ୍ଗ ହେବାପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।