Exclusive Video – ରାଇମୋହନଙ୍କ ଝିଅର ଆଖିରୁ ଶୁଖୁନି ଲୁହ, ବାପାଙ୍କ ମର ଶରୀରକୁ ଛାଡ଼ିବାକୁ ନାରାଜ,ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ..
ଅଫେରା ରାଇଜକୁ ଫେରିଗଲେ ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା।ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇ ଯାଇଛି। ତାଙ୍କର ଏ ଅକାଳ ବିୟୋଗକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି କଥାଟି ସତ।
ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରା ଯାଇଛି। ଅଭିନେତା ରାଇମୋହନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ବର ପ୍ରାଚୀ ବିହାରସ୍ଥିତ ତାଙ୍କ ବାସ ଭବନରୁ ରାଇମୋହନଙ୍କ ମୃତଦେହ ମିଳିବା ପରେ ତାଙ୍କ ମୃତ ଦେହକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ରାଇମୋହନଙ୍କୁ ମୃତ ଘୋଷଣା କରିଥିଲେ।ରାଇମୋହନ ପରିଡ଼ାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଯିବା ପରେ କ୍ୟାପିଟାଲ ହସ୍ପିଟାଲରୁ ଏକ ଶୋଭା ଯାତ୍ରାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆ ଯାଇଥିଲା।
ସେଠାରେ ରାଇମୋହନଙ୍କ ମର ଶରୀରକୁ ପାଛୋଟି ନେବା ପାଇଁ ଛାତ୍ର ଛାତ୍ରୀ ମାନେ ଆଗେଇ ଆସିଥିଲେ। ପୂର୍ବତନ ଛାତ୍ର ଛାତ୍ରୀ ଶିକ୍ଷକ ଓ କିଛି ବରିଷ୍ଠ କର୍ମଚାରୀ ମାନେ ଆସି ସେଠାରେ ଉପସ୍ଥିତ ହୋଇଥିଲେ। ସମସ୍ତଂକ ମୁହଁରେ କେବଳ ଗୋଟିଏ କଥା ରାଇଭାଇ ଅମର ରହେ ରାଇ ଭାଇ ଜିନ୍ଦାବାଦ।
ତେବେ ରାଇମୋହନ ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ସିନେମାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ଆଉ ସେ ତାଙ୍କର ପ୍ରତିଭା ଦେଖାଇ ପାରିଥିଲେ।ମଞ୍ଚ, ନାଟକ ଜୀବନରୁ ଅଭିନୟ କ୍ୟାରିୟର କରିଥିବା ରାଇମୋହନ ୧୯୮୫ରେ ପ୍ରଥମଥର ଓଡ଼ିଆ ଫିଲ୍ମରେ ସୁଯୋଗ ପାଇଥିଲେ ।
ଏହାପରେ ରାଇମୋହନ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ। ଶତାଧିକ ଓଡ଼ିଆ ସିନେମା ଦମଦାର ଅଭିନୟ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ପରଦା ଉପରେ ତାଙ୍କର ଦମଦାର ଡ଼ାଇଲଗ ଲୋକମାନଙ୍କୁ ଭୟଭୀତ କରିଦିଏ । ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି।ସିନେମା ଜଗତରେ ପ୍ରାୟ ୩ ଦଶନ୍ଧି ଧରି ରାଜ୍ କରି ଆସୁଥିଲେ ରାଇମୋହନ।
କେବଳ ଓଡ଼ିଆ ସିନେମା ନୁହେଁ ବେଙ୍ଗଲୀ ସିନେମାରେ ମଧ୍ୟ ରାଇ ମୋହନଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ୧୫ଟି ବେଙ୍ଗଲୀ ସିନେମାରେ ନଜର ଆସିଛନ୍ତି ରାଇମୋହନ। ତେବେ କେବଳ ସିନେମା ନୁହେଁ ଯାତ୍ରା ଜଗତ ରେ ମଧ୍ୟ ରାଜ କରିଛନ୍ତି ଏହି ଅଭିନେତା ଜଣକ।ତେବେ ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।ଏପଟେ ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ଓଲିଉଡ, ଜଲିଉଡ ସହ ସାରା ଓଡ଼ିଶା। ନିଜ ପ୍ରିୟ କଳାକାରକୁ ହରାଇଛି ସିନେଜଗତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।