breacking news – କମିଲା ପେଟ୍ରୋଲ ଓ ଡିଜେଲ ଦର,ଜାଣନ୍ତୁ ଲିଟର ପିଛା କେତା ହ୍ରାସ ପାଇଲା ଜଲ୍ଦି ଦେଖନ୍ତୁ…..

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଭାରତରେ ସାଧାରଣ ଜନତା ଚିନ୍ତାରେ ରହୁଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆସିଲା ଆଶ୍ୱସ୍ଥି।ଦରଦାମ ବୃଦ୍ଦି ଦ୍ୱାରା ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଥିଲେ। ତେବେ କେନ୍ଦ୍ର ସରକାରଙ୍କ ଦ୍ଵାରା ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ କରିବାର ନିଷ୍ପତି ନିଆଯାଇଛି।କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ କରିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଉତ୍ପାଦ ଶୁଳ୍କ କମାଇବାରୁ ପେଟ୍ରୋଲ ଦର ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ। ତେବେ ରବିବାର ସକାଳ ୬ ଟାରୁ ଏହି ନୂଆ ଦର ଲାଗୁ ହେବ ବୋଲି କୁହାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଦୀର୍ଘଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିଲା। ଯାହାକୁ ନେଇ ବିଭିନ୍ନ ବର୍ଗର ଲୋକ ଅସୁବିଧାର ସମ୍ମୁଖିନ ମଧ୍ୟ ହେଉଥିଲେ। ଯାହା ପାଇଁ ସାଧାରଣରେ ବହୁତ୍ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ଏ ସମସ୍ତ କଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ନିଷ୍ପତି ନେଇଛନ୍ତି ଉଭୟ ପେଟ୍ରୋଲ ଓ ଡିଜେଲ୍ ଉପରୁ ଦର ବୃଦ୍ଧିକୁ ହ୍ରାସ କରାଯିବ।

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ତେବେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍ ଦର କମିଛି ଯାହା ସାରା ଭାରତ ବର୍ଷର ଲୋକଙ୍କୁ ଏକ ପ୍ରକାର ଆଶ୍ୱସ୍ତି ଦେଇଛି।

 ତେବେ ଦୀର୍ଘଦିନ ଧରି ଦେଶରେ ଯେଉଁ ଭଳି ତୈଳ ଦର ବଢ଼ି ଚାଲିଥିଲା ତାକୁ ନେଇ ଚିନ୍ତାରେ ରହିଥିଲେ ସାଧାରଣ ଖାଉଟି।ତେବେ ପେଟ୍ରୋଲ ଓ ଡିଜେଲ୍ ଦର କେବେ କମିବ ତା ଉପରେ ସମସ୍ତଙ୍କ ନଜର ରହିଥିଲା।

କିନ୍ତୁ ଯେଉଁଭଳି ଭାବରେ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଯେ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ହ୍ରାସ ପାଇବ ଏବଂ ଡିଜେଲ୍ ଉପରେ ୭ ଟଙ୍କା ଶୁଳ୍କ ହ୍ରାସ ପାଇବ। ଏହା ସାଧାରଣ ଲୋକଙ୍କୁ ଏକ ପ୍ରକାର ଆଶ୍ଵସ୍ଥି ଆଣି ଦେଇଛି।

ସେହିପରି ଉଜ୍ବଳା ଯେଜନାରେ ଯୋଗାଇ ଦିଆ ଯାଉଥିବା ଗ୍ୟାସ ସିଲିଣ୍ଡର ଦର କମାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ଉପରେ ମଧ୍ୟ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ତେବେ ଉଜ୍ବଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ଦିଆଯିବ ଓ ବର୍ଷକୁ ୧୨ଟି ସିଲିଣ୍ଡର ଯାଏ ରିହାତି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥି ସହ ଷ୍ଟିଲ ସାମଗ୍ରୀ ଉପରେ ରପ୍ତାନି ଶୁଳ୍କ ମଧ୍ୟ ଲାଗିବ। ଷ୍ଟିଲ ସାମଗ୍ରୀରେ ବ୍ୟବହୃତ କଞ୍ଚାମାଲ ଉପରେ ଆମଦାନୀ ଶୁଳ୍କ କମିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।