sonam tips – (pregnancy)ଗର୍ଭବତୀ ନହବାକୁ କୋଉ ଦିନ ସମ୍ପର୍କ ରଖିବା ଉଚିତ୍,18 ରୁ 40 ବର୍ଷ ପୁଅ ଝିଅ ମାନେ ଜାଣିରଖନ୍ତୁ…..

ଗର୍ଭ ଧାରଣ କରିବା ଗୋଟେ ନାରୀ ପାଇଁ ଖୁବ୍ ସୌଭାଗ୍ୟ ନେଇ ଆସିଥାଏ।ପ୍ରତ୍ୟେକ ମହିଳା ବିବାହ ପରେ ମା ହେବା ପାଇଁ ଚାହିଁଥାନ୍ତି। କିଛି ମହିଳା ଅଛନ୍ତି ଯେଉଁମାନେ ବିବାହର ପରେ ପରେ ମା ହେବାକୁ ଚାହିଁଥାନ୍ତି ଆଉ କିଛି ମହିଳା ରହିଛନ୍ତି ଯେଉଁମାନେ କି କିଛି କାରଣ ବଶତ ଡେରିରେ ମା ହେବାକୁ ଚାହିଁଥାନ୍ତି।

ତେବେ ଯଦି ଆପଣ କୌଣସି କରଣରୁ ଏବେ ପ୍ରେଗ୍ନେଟ ହେବା ପାଇଁ ଚାହୁଁ ନାହାଁନ୍ତି ତେବେ ଆପଣଙ୍କ ମନରେ ପ୍ରଶ୍ନ ଥିବ ପିରିୟଡ଼ ସରିବାର କେତେଦିନ ପରେ ରିଲେସନ ରଖିବା ଦ୍ଵାରା ଆପଣ ପ୍ରେଗ୍ନେଟ୍ ହେବେ ନାହିଁ।ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ପିରିୟଡ଼ ସରିବାର କେତେଦିନ ବ୍ୟବଧାନରେ ସହବାସରେ ରହିବା ଦ୍ବାରା ଆପଣଙ୍କ ପ୍ରେଗ୍ନେସି ରହିବ ନାହିଁ।

କୋଉ ଦିନ ସମ୍ପର୍କ ରଖିଲେ ପିଗ୍ନେସି ରହିବନି ତାହା ଜାଣିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଓଭୁଲେଶନ ଡେ ବିଷୟରେ ଜାଣିବା ପାଇଁ ହେବ।ମହିଳା ମାନଙ୍କ ପିରିୟଡ଼ ସରିବା ପରେ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ଓଭୁଲେଶନ୍ ହୋଇଥାଏ।

ଆପଣ ଯଦି ସେହି ଓଭୁଲେଶନ ଡେକୁ ଜାଣି ପାରିବେ କେଉଁ ଦିନ ଆପଣଙ୍କର ପଡୁଛି ଯଦି ଆପଣ ବାହାରକରି ପାରିବେ ତେବେ ଆପଣ ଜାଣି ପାରିବେ କେଉଁ ଦିନ ସମ୍ପର୍କ ରଖିଲେ ପ୍ରେଗ୍ନେଟ ହେବେ ଆଉ କେଉଁଦିନ ସମ୍ପର୍କ ରଖିଲେ ଆପଣ ପ୍ରେଗ୍ନେଟ ହେବେ ନାହିଁ। ତେବେ ଏହି ଅଭୁଲେସନ୍ ଡେ ବିଷୟରେ ଜାଣିବା ନିହାତି ଜରୁରୀ।


ସାଧାରଣତଃ ଦେଖିବାକୁ ଗଲେ ଓଭୁଲେଶନ୍ ମହିଳା ମାନଙ୍କର ପିରିୟଡ଼ ଯେତେଦିନରେ ଆସୁଥିବ ସେହି ଦିନର ମଝି ଟାଇମରେ ପଡ଼ିଥାଏ। ଅର୍ଥାତ୍ ଯଦି ଜଣେ ମହିଳାଙ୍କ ପିରିୟଡ଼ ୨୮ ଦିନରେ ଥରେ ହେଉଥାଏ ତେବେ ତାଙ୍କର ଓଭୁଲେଶନ୍ ଡେ ୨୮ ଦିନର ମଝିଦିନ ମାନେ ୧୪ଦିନରେ ତାଙ୍କର ଓଭୁଲେଶନ ହେବ କିମ୍ବା ୨୪ ଘଣ୍ଟା ଏପଟ ସେପଟ ମଧ୍ୟ ହୋଇପାରେ। ଏହି ସମୟରେ ଯଦି ମହିଳା ରିଲେସନ ରଖିବେ ତାହାଲେ ପ୍ରେଗ୍ନେଟ ହେବାର ଚାନ୍ସ ଖୁବ୍ ଅଧିକ ରହିଥାଏ।

ତେବେ ଓଭୁଲେଶନ ଆପଣ ଆପଣଙ୍କର ଓଭୁଲେଶନ ଡେକୁ ବାହାର କରି ନିଅନ୍ତୁ ଏବଂ ସେହି ଦିନର ୭ ଦିନ ପୁର୍ବରୁ ଆପଣ ରିଲେଶନ ରଖନ୍ତୁ। ଯାହା ଫଳରେ ପ୍ରେଗ୍ନେଶି ରହିବାର ଚାନ୍ସ ବହୁ ମାତ୍ରାରେ କମି ଯାଇଥାଏ। ଠିକ୍ ସେହିପରି ଓଭୁଲେଶନ ଡେ ର ୭ ଦିନ ପରେ ଯଦି ଜଣେ ମହିଳା ସମ୍ପର୍କ ରଖୁଛନ୍ତି ତାହାଲେ ବି ସେହି କ୍ଷେତ୍ରରେ ପ୍ରେଗ୍ନେଟ୍ ହେବାର ସମ୍ଭାବନା ଖୁବ୍ କମ୍ ରହିଥାଏ।

ମୋଟାମୋଟି ଦେଖିବାକୁ ଗଲେ ଯଦି ଜଣେ ମହିଳାଙ୍କ ପିରିୟଡ଼ ୩୦ ଦିନରେ ପଡ଼ୁଛି ତାହାଲେ ପିରିୟଡ଼ ହେବାର ପ୍ରଥମ ଦିନରୁ ୧୦ ଦିନ ପର୍ଯ୍ୟନ୍ତ ଯଦି ଜଣେ ମହିଳା ରିଲେଶନ ରଖିବେ ତାହାଲେ ପ୍ରେଗ୍ନେଟ ହେବାର ସମ୍ଭାବନା କମି ଯାଇଥାଏ। ଏବଂ ୧୦ ରୁ ୨୦ ଦିନ ଭିତରେ ସମ୍ପର୍କ ରଖିଲେ ପ୍ରେଗ୍ନେଟ୍ ହେବାର ସମ୍ଭାବନା ଅଧିକ ରହିଥାଏ। ଏବଂ ଲାଷ୍ଟ ୧୦ ଦିନ ଅର୍ଥାତ୍ ୨୦ ରୁ ୩୦ ଦିନ ମଧ୍ୟରେ ସମ୍ପର୍କ ରଖିଲେ ପ୍ରେଗ୍ନେଟ ହେବାର ସମ୍ଭାବନା କମ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।