ରାତି ପିଛା ୧୦ହଜାର ଟଙ୍କା,ନିଶାରେ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ଅନ୍ୟ ଗ୍ରାହକଙ୍କ ସହ ରାତିକାଟିବାକୁ କୁହାଯାଉଥିଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବହୁ ଚର୍ଚ୍ଚିତ ଉତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟା ଦିନ କୁ ଦିନ ରହସ୍ୟମୟ ହେବାରେ ଲାଗିଛି । ମାମଲା ର ତଦନ୍ତ କରୁଥିବା ଏସଆଇଟି ହାତରେ କିଛି ଫୋନ ରେକର୍ଡିଂ ଲାଗିଛି । ଏଥିରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଓ ଅଙ୍କିତା ଙ୍କ ବନ୍ଧୁ ପୁଷ୍ପ ମଧ୍ୟରେ କଥାବାର୍ତା ହୋଇଥିବା ମିଡିଆ ରିପୋର୍ଟ ରେ ଜଣାପଡ଼ିଛି ।

ଉଭୟେ ଅଙ୍କିତାଙ୍କ ବିଷୟରେ କିଛି କଥା ହୋଇଥିଲେ । ପୁଷ୍ପ ଯେତେବେଳେ ଅଙ୍କିତା ଙ୍କ ବିଷୟ ରେ ପଚାରିଲେ, ପୁଲକିତ ଏହାକୁ ଏଡ଼ାଇ ଦେଇଥିଲେ । ଆଉ କହିଥିଲେ ଯେ ଅଙ୍କିତା ଆମ ସହ ବୁଲିବାକୁ ଯାଇଥିଲେ । ହେଲେ ଋଷିକେଶ ଦର୍ଶନ କରିବା ପରେ ସମସ୍ତେ ରିସର୍ଟ ଫେରି ଆସିଥିବା ପୁଲକିତ କହିଥିଲେ । ରିସର୍ଟ ଫେରି ଅଙ୍କିତା ତାଙ୍କ ରୁମକୁ ଚାଲିଯାଇଥିବା ପୁଲକିତ କହିଥିଲେ ।

ଉତ୍ତାରଖଣ୍ଡର ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ମାମଲା। ଅଙ୍କିତା ଙ୍କ ମୃତଦେହ ଋଷିକେଶର ଚିଲ୍ଲା କ୍ୟାନେଲ ବ୍ରିଜ ତଳୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଅଙ୍କିତା ଙ୍କ ବାପା ଭାଇ ରହି ମୃତଦେହ ଅଙ୍କିତା ର ବୋଲି ଚିହ୍ନଟ କରିଥିବା ପୋଲିସ ସୂଚନା ଦେଇଛି। ତେବେ ଘଟଣାରେ ସାମିଲ ଥିବା ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ।

ସେପଟେ ଅଙ୍କିତା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତଙ୍କ ରିସର୍ଟ କୁ ରାଜ୍ୟ ସରକାର ତରବରିଆ ଭାବେ ଭାଙ୍ଗିବା କୁ ନେଇ ବିଭିନ୍ନ ମହଲ ରେ ଉଠିଛି ପ୍ରଶ୍ନ । ଅଙ୍କିତା ଙ୍କ ବାପା ବୀରେନ୍ଦ୍ର ଭଣ୍ଡାରୀ ଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ସେଠାରେ କାମ କରୁଥିଲା ଏବଂ ସବୁ ପ୍ରମାଣ ସେଠାରେ ଥିଲା । ତେଣୁ ପ୍ରମାଣ ନଷ୍ଟ ପାଇଁ ଏହାକୁ ଭାଙ୍ଗି ଦିଆ ଯାଇଥିବା ସେ ଅଭିଯୋଗ ଆଣିଛନ୍।

ସେପଟେ ଅଙ୍କିତା ଙ୍କ ହତ୍ୟାକାଣ୍ଡ କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଉତରାଖଣ୍ଡ ରେ ବିରୋଧୀ ଏବେ ରାଜ୍ୟ ରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଧାମି ସରକାର କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ସିଧାସଳଖ ରାଜ୍ୟ ସରକାରଙ୍କ ଉପର କୁ ଅଙ୍ଗୁଳି ଉଠାଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଇନ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କହିଛନ୍ତି, କିଛି ଘଟଣା ରାଜ୍ୟର ଛବି ଖରାପ କରିଛି । ଆଗକୁ କିପରି ଏଭଳି ଘଟଣାର ପୁନରାବୃତି ନହୁଏ, ସେଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କଥା ଦୋହରାଇଛନ୍ତି ।

ଅଙ୍କିତା ହତ୍ୟାକାଣ୍ଡରେ ବିଜେପିର ପୂର୍ବତନ ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରି ୧୪ ଦିନିଆ ରିମାଣ୍ଡରେ ନିଆଯାଇଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରେ କିଛି କ୍ଷତ ଥିବା ମଧ୍ୟ ଜଣାପଡ଼ିଛି । ତେବେ ଜନତାଙ୍କ ଆକ୍ରୋଶ ଭିତରେ ଅଭିଯୁକ୍ତଙ୍କୁ କେତେ କଠୋର ଦଣ୍ଡ ମିଳୁଛି, ତାହା ଦେଖିବାକୁ ବାକି ରହିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ