viral video-ଫୁଲ ତୋଳିବା ପାଇଁ ଯାଇଥିଲେ ଯୁବତୀ,ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କଲେ ଯୁବକ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ରାଜ୍ୟରେ କମୁନି ନାବାଳିକା ଦୁଷ୍କର୍ମ। ଦିନକୁ ଦିନ ଏଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିବାରେ ଲାଗିଛି। ତେବେ ପୁଣି ଥରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରା ଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି।୧୪ ବର୍ଷର ନାବାଳିକାଙ୍କୁ ବଳପୂର୍ବକ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କରିଛନ୍ତି ଯୁବକ।

ସକାଳୁ ଫୁଲ ତୋଳିବା ପାଇଁ ଯାଇଥିଲେ ଯୁବତୀ ଆଉ ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଯୁବକ ଆଉ ସେଇଠି ଦୁଷ୍କର୍ମ କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି। ତେବେ ନାବାଳିକା ଜଣକ ବୟସ ହେଉଛି ୧୪ ବର୍ଷ। ନାବାଳିକା ସବୁଦିନ ସକାଳୁ ସକାଳୁ ଉଠି ଫୁଲ ତୋଳିବା ପାଇଁ ଯାଇଥାନ୍ତି।

 ସବୁଦିନ ପରି ନାବାଳିକା ଜଣକ ଆଜି ମଧ୍ୟ ଫୁଲ ତୋଳିବାକୁ ଯାଇଥିଲେ। ଆଉ ସେଠୁ ତାଙ୍କୁ ଜୋର ଜବରଦସ୍ତ କରି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ ଏକ ଯୁବକ। ଆଉ ସେଠାରେ ଯୁବକ ଜଣକ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।

ସେପଟେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ୍ ମଧ୍ୟ ଗିରଫ କରି ଥାନାରେ ଅଟକ ରଖିଛି। ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ନିମାପଡ଼ା ବ୍ଲକ ତେରାଣ୍ଡିଆ ଗ୍ରାମ ପଞ୍ଚାୟତରେ।

ସଂପୃକ୍ତ ୧୪ ବର୍ଷର ନାବାଳିକା ଜଣକ ବହୁ ସମୟରେ ଗ୍ରାମର ଶେଷ ରାସ୍ତା କଡ ଆଡକୁ ଫୁଲ ତୋଳିବା ପାଇଁ ଯାଇଥିଲେ ଆଉ ତାର ସୁଯୋଗ ନେଇ ସେହି ଗ୍ରାମର ସନ୍ତୋଷ ଭୋଇ ନାମକ ଜଣେ ଯୁବକ ପାଟି ତୁଣ୍ଡ ବନ୍ଦ କରି ନିକଟସ୍ଥ ଜଙ୍ଗଲ ଭିତରକୁ ନାବାଳିକାଙ୍କୁ ଟେକି ନେଇ ଯାଇଥିଲେ। ଆଉ ସେଠାରେ ଦୁଷ୍କର୍ମ କରିଥିଲେ।

ତେବେ ପୀଡିତା ଏ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ନିମାପଡ଼ା ଥାନାରେ ଆସି ଅଭିଯୋଗ କରିଥିଲେ ଏହାପରେ ପୋଲିସ ମାମଲା ରୁଜୁ କରିଥିଲା। ଏହା ପରେ ପୋଲିସ ଅନେକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ସନ୍ତୋଷ ଭୋଇକୁ ଗିରଫ କରିଛି।

ଆଉ ସେପଟେ ନାବାଳିକାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।ନାବାଳିକା ଦୁଷ୍କର୍ମ କାରିକୁ ଡାକ୍ତରୀ ମଇନା କରାଯାଇଥିବା ବେଳେ ଅଭିଯୁକ୍ତ ସନ୍ତୋଷକୁ ପୁରୀ ସ୍ଵତନ୍ତ୍ର କୋର୍ଟ କୁ ହାଜର କରା ଯାଇଥିଲା। ତେବେ ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ ପୁରୀ ଜିଲ୍ଲା ମୁଖ୍ୟ ବିଚାର ବିଭାଗ ହାଜତକୁ ପଠା ଯାଇଛି। ଏଥି ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ତେବେ ଏ ନେଇ ଅଭିଯୁକ୍ତଙ୍କ ପିତା କହୁଛନ୍ତି ତାଙ୍କ ପୁଅକୁ ମିଛରେ ଫଶାଇ ଦିଆ ଯାଇଛି। ପୀଡ଼ିତାଙ୍କ ପରିବାର ସହିତ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସହ ଜମିବାଡ଼ିକୁ ନେଇ ପୂର୍ବରୁ କେସ୍ ଲାଗି ରହିଥିଲା। ତେବେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ପୁଅକୁ ଫସାଇ ଦିଆ ଯାଇଛି ବୋଲି ଅଭିଯୁକ୍ତଙ୍କ ବାପା କହିଛନ୍ତି। ତେବେ ଘଟଣାର ସତ୍ୟତା ତଦନ୍ତ ପରେ ହିଁ ଜଣା ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।