Viral Video – ସଭ୍ୟ ସମାଜରେ ପୌରାଣିକ ଭାବନାକୁ କୁଠାରଘାତ ? ମର୍ଡନ ଗୀତରେ ଡାନ୍ସ କଲେ ରାମ-ସୀତା,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆଜି କାଲି ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ। ଏବଂ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।
ତେବେ ଓଡ଼ିଶାର କଳା, ସାହିତ୍ୟ ,ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। କିନ୍ତୁ ଦିନକୁ ଦିନ ଓଡ଼ିଆର ସଂସ୍କୃତି ଲୋପ ପାଇବାକୁ ବସିଲାଣି। ନିଜକୁ ଆଧୁନିକ ବୋଲାଉ ଥିବା ଆଜି ମଣିଷ ନିଜର ପୁରୁଣା କଳା, ସଂସ୍କୃତି ଭାସ୍କର୍ଯ୍ୟକୁ ଭୁଲିବାରେ ଲାଗିଛି ।
ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଆଧୁନିକ ମଣିଷ ଦିନକୁ ଦିନ ଏଭଳି କାମ କରି ବସୁୁଛନ୍ତି ଯାହା ସସ୍କୃତି ଉପରେ ପ୍ରଶ୍ନ ସୃଷ୍ଟି କରୁଛି।ବର୍ତ୍ତମାନର ଫେସନ୍ ଦୁନିଆରେ ଲୋକେ ଅଧିକ ଆଧୁନିକ ଚିନ୍ତା ଧାରାକୁ ଗୁରୁତ୍ବ ଦେଉଛନ୍ତି।
ତେବେ ବର୍ତ୍ତମାନ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମନରେ ମଧ୍ୟ ସେହି ପ୍ରଶ୍ନ ଆସିବ କୁଆଡେ଼ ଗଲା ସଂସ୍କୃତି, ସତରେ କଣ ଆଜିର ଦିନରେ ସଂସ୍କୃତି ବୋଲି ଆଉ କିଛି ନାହିଁ। ତେବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ନିଅନ୍ତୁ।
ଏଥିରେ ଜଣେ ଯୁବକ ଓ ଯୁବତୀ ପୌରାଣିକ ପୋଷାକ ପରିଧାନ। କରିଛନ୍ତି ଆଉ ସୁସୁନ୍ଦର୍ ଭାବରେ ନିଜକୁ ସୁସଜ୍ଜିତ କରିଛନ୍ତି। ତେବେ ଏଠାରେ ଆପଣ ଭାବୁଥିବେ ପୌରାଣିକ ପୋଷାକ ପରିଧାନ କରିବା ଟା କଣ ସଂସ୍କୃତି ବିରୋଧୀ କାମ। କିନ୍ତୁ ନା ଏମାନେ ଏଠାରେ ପୌରାଣିକ ପୋଷାକ ପରିଧାନ କରିଛନ୍ତି ସତ କିନ୍ତୁ ଏମାନେ ଯେଉଁଭଳି ଭାବରେ ଡାନ୍ସ କରଛନ୍ତି ତା ଉପରେ ଟିକେ ନଜର ପକାନ୍ତୁ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯୁବକ ଓ ଯୁବତୀ ଜଣକ ଏକ ଯାତ୍ରା ପେଣ୍ଡାଲ ଉପରେ ପାରମ୍ପରିକ ପୋଷାକ ପରିଧାନ କରି ଡାନ୍ସ କରୁଛନ୍ତି କିନ୍ତୁ ସେମାନେ ପାରମ୍ପରିକ ସଙ୍ଗୀତ ବଦଳରେ ମର୍ଡନ ଗୀତ ଲଗାଇ ନୃତ୍ୟ ପରିବେଷଣ କରୁଛନ୍ତି। ଓଡ଼ିଆ ରୋମାଣ୍ଟିକ ସଙ୍ଗ ‘ ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର’ ରେ ଯୁବକ ଓ ଯୁବତୀ ଆଧୁନିକ ଶୈଳୀରେ ନୃତ୍ୟ ପରିବେଷଣ କରୁଛନ୍ତି।
ତେବେ ଏହି ଡାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଓଡିଶାର କଳା ସଂସ୍କୃତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଧାର୍ମିକ ଭାବନା ଉପରେ ବ୍ୟାଘାତ ସୃଷ୍ଟି କରୁଛି।ତେବେ ଏଭଳି ଗୀତକୁ ଦେଖିଲା ପରେ ୟୁଜର୍ସ ମାନେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କିଛି ୟୁଜର୍ସ ମତ ରଖିଛନ୍ତି!
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।