ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦର୍ଶାଇଛି ଯେ, ଯଦି ଦେଶରେ ପିଲାଙ୍କୁ ମାଆ କ୍ଷୀର ଦେବାର ବ୍ୟବସ୍ଥା ହୋଇପାରିବ ତେବେ ଶିଶୁ ମୃତ୍ୟୁକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଏହାଦ୍ୱାରା ୫ବର୍ଷରୁ କମ୍ ବୟସର ୮ଲକ୍ଷ ଶିଶୁଙ୍କୁ ବଞ୍ଚାଯାଇପାରିବ।
ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସଂକ୍ରମିତ ସମସ୍ୟା ଯୋଗୁ ଶିଶୁ ମୃତ୍ୟୁର ଯେଉଁ ଆଶଙ୍କା ରହୁଛି ତାହା ମୁଖ୍ୟତଃ ମୋଟେ ମାଆ କ୍ଷୀର ପାଉ ନ ଥିବା ବା ଆଶିଂକ ଭାବେ ତାହା ପାଉଥିବା ଶିଶୁଙ୍କ କ୍ଷେତ୍ରରେ ଘଟୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ଦିନ ଛୁଟିଦେବା ଲାଗି ନେଇଥିବା ପଦକ୍ଷେପ ଆବଶ୍ୟକ ଥିଲା ବୋଲି କୁହାଯାଇପାରେ। ଅବଶ୍ୟ ତା’ସାଙ୍ଗକୁ ଆଧୁନିକ ସମାଜରେ ମାଆକ୍ଷୀର ଦେବା ପରମ୍ପରାକୁ ଅନେକ କ୍ଷେତ୍ରରେ ଯେପରି ନିରୁତ୍ସାହିତ କରାଯାଉଛି ତାହା ମଧ୍ୟ ବଦଳିବା ଦରକାର।
ମାଆମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। କେନ୍ଦ୍ର ସରକାର ମାଆମାନଙ୍କ ପାଇଁ ଅଧିକ ଦିନ ଛୁଟିର ବ୍ୟବସ୍ଥା କରିଥିବା ଶିଶୁକଲ୍ୟାଣ ଦୃଷ୍ଟିରୁ ଯେପରି ସ୍ବାଗତଯୋଗ୍ୟ ସେହି ବିଚାର ପିତୃତ୍ୱ ଲାଭ କରୁଥିବା ପୁରୁଷଙ୍କ ପାଇଁ ବି ଆବଶ୍ୟକ ହେଲାଣି।
ଆଧୁନିକ ସମାଜରେ ଏହାର ଯଥାର୍ଥତା ବେଶି। କିନ୍ତୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପିତୃତ୍ୱ ଛୁଟିର ସମୟ ୨ ସପ୍ତାହ। ଘରୋଇ ଉଦ୍ୟୋଗ ପାଇଁ ଏପରି ବ୍ୟବସ୍ଥା ନାହିଁ। ଅବଶ୍ୟ ଭାରତରେ ଅନେକ କମ୍ପାନୀ ପିତୃତ୍ୱ ଛୁଟି ଓ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛୁଟିର ବ୍ୟବସ୍ଥା କଲେଣି।
ମର୍କର ବିଶ୍ୱ ପିତୃତ୍ୱ ଛୁଟି ରିପୋର୍ଟ ୨୦୧୯ ଅନୁସାରେ ପୃଥିବୀରେ ୩୮ ପ୍ରତିଶତ କମ୍ପାନୀ ସର୍ବନିମ୍ନ ପିତୃତ୍ୱ ଛୁଟିସୀମାଠାରୁ ଅଧିକ ଛୁଟି ପିତାଙ୍କୁ ଦେଉଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏପରି ଛୁଟି ୪୧ % କମ୍ପାନୀ ଦେଉଛନ୍ତି।
ପିତୃତ୍ୱ ଛୁଟିକୁ ଗୁରୁତ୍ୱ ଦେଉଥିବା ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଭାରତ, ଯେଉଁଠାରେ ଗତ କିଛିବର୍ଷରେ କମ୍ପାନୀଗୁଡ଼ିକରେ ଏହି ଛୁଟିର ଗୁରୁତ୍ୱ ବଢ଼ିଛି। ଅବଶ୍ୟ ଏଥିପାଇଁ ବେଶିଦିନ ଛୁଟି ମିଳୁନାହିଁ। ଯୁକ୍ତି ହେଉଛି ମାତୃତ୍ୱ ଛୁଟି ସାଙ୍ଗକୁ ପିଲାର ବାପାଙ୍କୁ ବି ମାଆପରି ନ ହେଲେ ବି ଅଧିକ ଦିନ ଛୁଟି ଦିଆଯିବା ଉଚିତ।
ଅବଶ୍ୟ ଭାରତର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପଚରାଗଲାବେଳେ ସେ ଯୁକ୍ତି କରିଛନ୍ତି ଯେ ପିତୃତ୍ୱ ଛୁଟି ଦିଆଗଲେ ତା’ର ଦୁରୁପଯୋଗ ହେବ। ପୁରୁଷ ଲୋକେ କେବଳ ଦରମା ପାଇ ଛୁଟି କଟାଇବେ। କିନ୍ତୁ ସେ ବୁଝିବା ଉଚିତ ଭାରତୀୟ ସମାଜ ବ୍ୟବସ୍ଥାରେ ବେଶ୍ ପରିବର୍ତ୍ତନ ହେଲାଣି। ଯୌଥ ପରିବାର ବଦଳରେ ଏକକ ପରିବାରର ବ୍ୟବସ୍ଥା ବଢ଼ିଲାଣି।
ମାଆ ମାନଙ୍କ କ୍ଷୀର ହେଉନଥିଲେ କପା ପତ୍ର ଖାଇଲେକ୍ଷୀର ହୁଏ। ଓ ନାରୀ ମାନେ ଗାଧୋଇ ଆସିବା ପରେ ମଣ୍ଡରେ ସିନ୍ଦୂର ରୂପା କଣ୍ଟା ନେବା ଉଚିତ୍ ଓ ଝିଙ୍କ କାଠି ରେ ଲଗାଇଛନ୍ତି ଦେଲେ ସ୍ବାମୀ ର ଦିଘାୟୁ ହେଇଥାଏ। ସେ ପରି ଭାବରେ ପିଲା ମାନକ ବହି ପତ୍ର ସୋମ ବାର ଦିନୋ କିଣିଲେ ପିଲା ମାନକ ପାଠ ଭଲ ହେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।