Exclusive : ପୁଣି ଚିଲିକା ମଝିରେ ଅଟକିଲା ଭସାପୋଲ,ଭିତରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ !ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ରହି ଯାଇଛି ଭସାପୋଲ । ଫଳରେ ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି । ୫ଟି ଚାରି ଚକିଆ ଯାନ ଏବଂ ୨୦ରୁ ଅଧିକ ବାଇକ୍ ଏଥିରେ ରହିଛି । ସାତପଡ଼ା ଠାରୁ ୨ଟା ୧୫ଟା ସମୟରେ ଜହ୍ନିକୁଦା ଘାଟ ନିକଟ କୁ ଯାତ୍ରୀ ମାନଙ୍କୁ ନେଇ ବାହାରିଥିଲା ଭସାପୋଲ ।
କିଛି ସମୟ ପରେ ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ମଝି ଚିଲିକା ରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଖବରପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ ପହଁଚିଛନ୍ତି। ଏଥିସହ ଭସାପୋଲ ମରାମତି କାର୍ଯ୍ୟ ଚାଲିଛି ।
ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲ ରେ ଥିବା ୬୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥା ରେ ସମୟ କଟାଇଥିଲେ।
କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଠାରୁ ସାତପଡା ପର୍ଯ୍ୟନ୍ତ ଚିଲିକା!
ରେ ଯାତାୟାତ କରୁଛି ଯାତ୍ରୀବାହୀ ଭେସେଲ। ତୀର୍ଥକ୍ଷେତ୍ର ପୁରୀକୁ ଏହା ହେଉଛି ଏକ ପ୍ରମୁଖ ପଥ। ଏହି ପଥଦେଇ ପ୍ରତିଦିନ କୃଷ୍ଣପ୍ରସାଦ ବ୍ଲକ ସମେତ ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶା ର ପର୍ଯ୍ୟଟକ ଯାତାୟାତ କରିଥାନ୍ତି। ଭେସେଲ ରେ ଯାତ୍ରୀଙ୍କ ସହ ବଡ ବଡ ଯାନବାହନକୁ ମଧ୍ୟ ଲୋକେ ନେବାଆଣିବା କରନ୍ତି।
ଏହାବ୍ୟତୀତ ଶହ ଶହ ଯାତ୍ରୀ ଡଙ୍ଗାରେ ଯାତାୟାତ କରିଥାନ୍ତି। ତ୍ରୁଟି ଯୋଗୁଁ ଚିଲିକା ମଝିରେ ରହି ଯାଇଛି ଭସାପୋଲ । ଫଳରେ ଭସାbପୋଲରେ ୬୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି । ୫ଟି ଚାରି ଚକିଆ ଯାନ ଏବଂ ୨୦ରୁ ଅଧିକ ବାଇକ୍ ଏଥିରେ ରହିଛି । ସାତପଡ଼ା ଠାରୁ ୨ଟା ୧୫ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀମାନଙ୍କୁ ନେଇ ବାହାରିଥିଲା ଭସାପୋଲ । କିଛି ସମୟ ପରେ ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
ଫଳରେ ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଚିଲିକାର ଏକ ଢିପରେ ତାହା ଅଟକି ରହିଥିଲା। ଯାତ୍ରୀ ମାନେ ଝିପି ଝିପି ବର୍ଷା, କୋହଲା ପବନରେ ଥରି ଥରି ଆତଙ୍କିତ ଅବସ୍ଥାରେ ସମୟ କାଟିଥିଲେ।
ଏହିଭଳି ୨ ଘଣ୍ଟା ବିତିବା ପରେ ସାତପଡାଠାରୁ ଅନ୍ୟ ଏକ ଭସାପୋଲ ରେ ଡ୍ରୋଜର ଆସି ଅଟକି ଥିବା ଭେସେଲ କୁ ଟାଣି ବାହାର କରିଥିଲା। ପରେ ଭେସେଲଟି ଯାତ୍ରୀ ଙ୍କୁ ନେଇ ଅପରାହ୍ନ ଟା ପରିବର୍ତ୍ଟାରେ ସାତପଡାଠାରେ ପହଞ୍ଚତ୍ଥିଲା। ଭସାପୋଲ ଯାତାୟାତ କରୁଥିବା ଚିଲିକାର ଚ୍ୟାନେଲ କୁ ୧୦ ବର୍ଷ ଧରି ଖୋଳାଯାଇ ନାହିଁ।
ଏହି କାରଣରୁ ବିଭିନ୍ନ ସମୟରେ ଯାତ୍ରୀ ମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ପଚାରିବା ରୁ ସେ କହିଥିଲେ, ଚିଲିକା ର ଚ୍ୟାନେଲ ପୋତି ହେବା ରେ ଲାଗିଛି। ଏହାକୁ ଖୋଳିବା ପାଇଁ ଇନ୍ଲ୍ୟାଣ୍ଡ ଓ୍ବାଟର ବିଭାଗକୁ ଜଣାଇଛୁ। ସେମାନେ କେନ୍ଦ୍ର ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଛନ୍ତି। ସେଠାରୁ ଅନୁମତି ମିଳିଲେ ଖୋଳାଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।