ଛି..ଛି..ଏମିତି ମା କାହାକୁ ନାମିଳୁ ୫ ଟଙ୍କା ପାଇଁ ଛୁଆକୁ ଗରମ ପିଠା ଖଡିକାରେ ସେକିଲା ସାବତ ମା’ଭିଡ଼ିଓ ଦେଖିଲେ ଛାତି ଥରିଉଠିବ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ….

ନିଜ ପିଲାକୁ ମାର ସ୍ନେହ ଦେବା ପାଇଁ ବାପା ମାନେ ଦ୍ୱିତୀୟ ବିବାହ କରି ସମାଜ କୁହନ୍ତି ଦେଖ ମୋ ପିଲା ପାଇଁ ଏକ ମା ମିଳିଗଲା ତାର ଆଉ କିଛି ଅସୁବିଧା ହେବନି। କିନ୍ତୁ ସବୁ ସାବତ ମା କଣ ପ୍ରକୃତରେ ମାର ସ୍ନେହ ଦେଇପାରନ୍ତି ସବୁ ସାବତ ମା କଣ ଜଣେ ମାର କର୍ତ୍ତବ୍ୟ କରି ପାରନ୍ତି। ଆଜ୍ଞା ନା କିଛି ସାବତ ମା ଏପରି ରହିଛନ୍ତି ଯେଉଁମାନେ ନିଜ ସଉତୁଣୀର ସନ୍ତାନକୁ ନିଜର କରି ପାରନ୍ତି ନାହିଁ ଆଉ ହିଂସା ପରାୟଣ ହୋଇ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ନିର୍ଯାତନା ଦେଇଥାନ୍ତି।

ବର୍ତ୍ତମାନ ସମୟରେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଛାତି ଥରି ଉଠିବ।ମା ଆଉ ସାବତ ମା ଭିତରେ ବ୍ୟବଧାନ ଏତେ କଠୋର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଜଣେ ସାବତ ମା ର ହୃଦୟ କଣ ଏତେ କୋଠାର ହେଇପାରେ।

ଏଠାରେ ଦେଖିବାକୁ ମିଳିଛି ମା ଓ ସାବତ ମା ମଧ୍ୟରେ ଥିବା ପ୍ରଭେଦ।ସାମାନ୍ୟ ୫ ଟଙ୍କା ପାଇଁ ଘଟି ଯାଇଛି ଏପରି ଏକ ହୃଦୟ ବିଦାରକ ଘଟଣା। ସାବତ ମାକୁ ବିସ୍କୁଟ ଖାଇବା ପାଇଁ ନାବାଳିକା ଝିଅ ମାଗିବାରୁ ସାବତ ମାର ହିଂସାର ଶିକାର ହୋଇଛି ଜଣେ ନିରୀହ ନିସ୍ପାପ ଶିଶୁ କନ୍ୟା।

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିରେ ଶୁକ୍ରବାର ଘଟି ଯାଇଛିଏକ ଅଭାବନୀୟ ଘଟଣା। ଜଣେ ସାବତ ମା ତାର ଜଣେ ୮-୯ ବର୍ଷର କୋମଳମୋତି ଝିଅ।ବିସ୍କୁଟ୍ କିଣିବା ପାଇଁ ସାବତ ମା’କୁ ୫ ଟଙ୍କା ମାଗିବାରୁ ଏଥିରେ ହିଂସା ପରାୟଣ ହୋଇ ୮-୯ ବର୍ଷର ଭାରି ପଡ଼ିଛନ୍ତି ସାବତ ମା।

ପିଠା କରୁଥିବା ବେଳେ ସାବତ ମା’ ନିଜର ମାନବିକତା ଭୁଲିଯାଇ ଝିଅର ପିଠି ବେକ ଓ ଗାଲରେ ଗରମ ଚେଙ୍କ ମାରିଛନ୍ତି । ଏହି ଘଟଣା ଶୁକ୍ରବାର ଦିନ ଘଟିଥିଲେ ମଧ୍ୟ ରବିବାର ଲୋକଲୋଚନକୁ ଆସିଥିଲା। କାରଣ ଏହି ଘଟଣାକୁ ଚପାଇ ଦେବା ପାଇଁ ସାବତ ମା ଜାନକୀ ମହାରଣା ଧମକ ଦେଇ ପିଲାର ଟ୍ୟୁସନ ବନ୍ଦ କରିବା ସହିତ ତାକୁ ଘରୁ ବାହାରିବା ପାଇଁ ଦେଇ ନଥିଲା।

କିନ୍ତୁ ସତ କେତେଦିନ ପର୍ଯ୍ୟନ୍ତ ଲୁଚି ରହିଥାନ୍ତା। ଏ ବିଷୟରେ ଟ୍ୟୁସନ ସାରଙ୍କ ଠାରୁ ସାଇପଡିଶା ସମସ୍ତେ ଜାଣି ପାରି ଏହି ଘଟଣାକୁ ନିନ୍ଦା କରି ପୋଲିସକୁ ଜଣାଇ ଥିଲେ। ଖବର ପାଇ ବଡ଼ବଜାର ଥାନା ପୁଲିସ୍ ସେଠାରେ ପହଞ୍ଚି ଝିଅକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା ।

ଘଟଣା ଜଣାପଡ଼ିବା ପରେ ପୋଲିସ୍ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ତିନିଦିନ ଧରି ଶିଶୁକୁ ଚେଙ୍କ ଲଗାଇ ଘରେ ଲୁଚାଇ ରଖିଥିବା ବେଳେ ଶିଶୁଟିର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।