ଦେଖନ୍ତୁ ଭିଡିଓ – ଯେଉଁଠି ସୁଇପର ଥିଲେ ସେଇଠି ସବକଲେକ୍ଟର, ଶୁଣନ୍ତୁ ଝିଅ ମୁହଁରୁ କ’ଣ କହୁଛନ୍ତି ସଂଘର୍ଷର କାହାଣୀ….ଭିଡିଓ ଦେଖିଲେ କାନ୍ଦିପକେଇବେ

ମଣିଷର ଭାଗ୍ୟରେ କେତେ ବେଳେ କଣ ଅଛି ଏହା କେହି କହି ପାରିବେ ନାହିଁ। ଆଜି ଯିଏ ଫକୀର କାଲି ସିଏ ଧନୀ। ଆଜି ଯିଏ ଧନୀ ଅଛି କାଲି ସେ ଗରିବ। କିନ୍ତୁ କିଛି ମଣିଷ ଅଛନ୍ତି ଯେଉଁ ମାନେ କି ନିଜର ପରିଶ୍ରମ ବଳରେ ନିଜର ଭାଗ୍ୟ କୁ ବଦଳାଇ ଦେଇ ପାରି ଛନ୍ତି। ଆଜି ଆମେ ସେହି ପରି ଜଣେ ମହିଳା ଙ୍କ ବିଷୟ ରେ ଜାଣିବା ଯିଏ ଜଣେ ଝାଡୁଦାର ରୁ ସବ କଲେକ୍ଟର ପାଲୋଟି ଯାଇ ଛନ୍ତି।

ଘଟଣା ଟି ହେଉଛି ରାଜସ୍ଥାନ ର। ସେଠା କାର ଜଣେ ସଫେଇ କର୍ମ ଚାରି ଏହିପରି ଚମତ୍କାର ଦେଖାଇ ପାରି ଛନ୍ତି। ରାସ୍ତାରେ ଝାଡୁ ଧରି ଝାଡୁ ମାରୁ ଥିବା ସେହି ଝିଅ ଆଜି ସେହି ରାସ୍ତାରେ ନାଲି ବତି ଗାଡ଼ିରେ ଯାଉଛି। ତେବେ ଝିଅ ଟିର ଏପରି କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ପାଇଁ ଏହି ଘଟଣା ଟି ପ୍ରେରଣା ର ଉତ୍ସ ପାଲଟି ଯାଇଛି।

ସୂଚନା ଯୋଗ୍ୟ ଯେ ରାଜସ୍ଥାନ ରେ ଆଶା କାଣ୍ଡୁରା ନାମକ ଜଣେ ମହିଳା ଆଜି ଯିଏକି ଜୟପୁର ନଗର ନିଗମ ରେ ଝାଡୁ ଦାର ରୁପେ କାର୍ଯ୍ୟ କରୁ ଥିଲେ। ସେ ଆଜି ଏସ୍ଡ଼ିଏମ ହୋଇ ପାରିଛନ୍ତି। ସେ ନିଜର ପରିଶ୍ରମ ବଳରେ ଏଭଳି ଚମତ୍କାର କରି ପାରି ଥିବା କଥା କହିଛନ୍ତି। ତେବେ 2018 ରେ ଆଶା ରାଜସ୍ଥାନ ପ୍ରଶାସନିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ସଂର କ୍ଷିତ ବର୍ଗ ର ହୋଇ ଥିବା ରୁ ପରେ ସେ ଏସ୍ଡ଼ିଏମ ହୋଇ ଥିଲେ।


ତେବେ ଆଶା ଙ୍କୁ ଏପରି ଅସ ମ୍ଭବ କୁ କିପରି ସମ୍ଭବ କଲେ ପଚରା ଯିବାରୁ ସେ କହିଥିଲେ କି ବିବାହ ର 8 ବର୍ଷ ପରେ ତାଙ୍କର ବିଚ୍ଛେଦ ହେବା ପରେ 2 ଟି ପିଲା ର ଦାଇତ୍ୱ ତାଙ୍କ ଉପରେ ଥିଲା। ଏଥି ପାଇଁ ସେ ନଗର ନିଗମ ରେ ଝାଡୁ ଦାର ଭାବରେ କାର୍ଯ୍ୟ ରତ ଥିଲେ। ଏହା ପରେ ସେ ଏମିତି ବହି ପଢୁ ପଢୁ ବହି ପଢିବା ତାଙ୍କର ଅଭ୍ୟାସ ରେ ପରିଣତ ହୋଇ ଯାଇ ଥିଲା। ଏହା ପରେ ସେ ଅଫିସସ ହେବାକୁ ମନ ବଳାଇ ଥିଲେ।

ତାପରେ ସେ ଏଥି ପାଇଁ ସମୟ ବାହାର କରି ପଢି ବାକୁ ଲାଗିଲେ ଓ ପରୀକ୍ଷା ରେ ଉତ୍ତୀର୍ଣ୍ଣ ମଧ୍ୟ ହେଲେ। ତେବେ ଆଶା ଙ୍କର ଏହି ସଫଳତା ଅନେକ ଙ୍କ ପାଇଁ ଆଶା ଆଣି ଦେଇଛି। ଯେଉଁ ମାନେ ଅଭାବ ଅନାଟନା ଭିତରେ ରହୁ ଛନ୍ତି ସେମାନଙ୍କ ପାଇଁ ଏହା ଏକ ଉଦାହରଣ ପାଲ ଟିଛି। ନିଜର ଦୃଢ଼ ବିଶ୍ୱାସ ଓ କଠିନ ପରିଶ୍ରଣ ଫଳରେ ସବୁ କିଛି ସମ୍ଭବ ଏହା ଆଶା ନିଜେ ପ୍ରମାଣିତ କରି ଦେଖାଇ ଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।