viral video – ୨ ଥର ଶାରିରୀକ ସମ୍ପର୍କ ରଖ କିନ୍ତୁ ହାତରେ ଟଙ୍କା ଦିଅ…PhonePe ରେ ନେବି ନାହିଁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା । ସାମ୍ନାକୁ ଆସିଲା କିଛି ସାଙ୍ଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଯାଞ୍ଚ ପରେ ପୋଲିସକୁ ମିଳିଛି ଏପିରି କିଛି ତଥ୍ୟ । ଏବେ ସୁଧା ଅର୍ଚ୍ଚନାଙ୍କ ନାଁରେ ଦୁଇଟି ଏତଲା ଉପରେ ତଦନ୍ତ ଚାଲିଛି । କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏପିରି କିଛି ସୂଚନା ମିଳିଛି ।

ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା ରେ ଏସଏଫଏସଏଲ୍ ବା ଷ୍ଟେଟ ଫରେନସିକ୍ ସାଇନ୍ସ ଲାବରୋଟାରୀର ବିଶ୍ୱସନୀୟତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଅର୍ଚ୍ଚନାଙ୍କ ଘରୁ ୪ଟି ମୋବାଇଲ, ୨ଟି ଟାବଲେଟ୍, ପେନଡ୍ରାଇଭ୍, ଲାପଟପ୍ ଓ ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଛି ପୋଲିସ ।

 ସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଯାଞ୍ଚ କରାଯାଇ ସେଥିରେ ଥିବା ଅଶ୍ଳୀଳ ଓ ଗୁପ୍ତ ରହସ୍ୟ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି । ହେଲେ ଏହା ଏବେ ଏସଏଫଏସଏଲରେ ଥିବାରୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସେପଟେ ଅର୍ଚ୍ଚନାଙ୍କ ର ପୁଣି କିଛି ଚାଟିଂ ପଦାକୁ ଆସିଛି ।

ସେଥିରେ ଅର୍ଚ୍ଚନା ତାଙ୍କର ଜଣେ ମହିଳା ସାଙ୍ଗଙ୍କୁ କହିଛନ୍ତି । ଡିସିପି ଶତପଥୀ ସାର୍‌ ଦେଖା ହୋଇଥିଲେ । ଜନ୍ମଦିନକୁ ଆସି ନଥିଲେ ବି ସେ ଗୋଲ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି । ଏହାର ଉତ୍ତରରେ ଅର୍ଚ୍ଚନାଙ୍କ ସାଙ୍ଗ କହୁଛନ୍ତି, ଭଲ ଲାଗୁଛି । ତମ ସାରଙ୍କୁ କହୁନ …. ଆମକୁ ଗିଫ୍ଟ ଦେବେ… ।

ଏହି ଚାଟିଂ ପ୍ରମାଣ କରୁଛି କମିଶନରେଟ୍‌ ପୋଲିସରେ ପୂର୍ବରୁ ଥିବା ସେ ଶତପଥୀ ସାର୍‌ଙ୍କ ସହ ଅର୍ଚ୍ଚନାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ସେ ସାର୍‌ଙ୍କ ଜରିଆରେ ବିଭିନ୍ନ ନେତାଙ୍କ ସହ ମିଶୁଥିଲେ । ସେଥିପାଇଁ କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟରେ ମଧ୍ୟ ତାଙ୍କର ଅବାଧ ପ୍ରବେଶ ରହିଥିଲା । ଯାହର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଅର୍ଚ୍ଚନାଙ୍କ ଶାଶୂଘର ଜଳେଶ୍ବର ବ୍ଳକର ବାଉଁଶବଣି ଗାଁରେ ହୋଇଥିବାବେଳେ ତାଙ୍କ ଦେଢ଼ଶୁରଙ୍କ ସଂପର୍କରେ ମଧ୍ୟ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ଲାଗିଛି। ବିଶେଷକରି, ଅର୍ଚ୍ଚନାଙ୍କ କଳା କାରନାମା ପଦାକୁ ଆସିବା ପରେ ସାନଭାଇ ଜଗବନ୍ଧୁଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ବଡ଼ ଭାଇ ବୈକୁଣ୍ଠ ଚାନ୍ଦ।

ହେଲେ ସାନଭାଇ ଜଗବନ୍ଧୁଙ୍କ ଭୁବନେଶ୍ବର ସତ୍ୟବିହାରସ୍ଥିତ ଘରେ ସେ ଯେଉଁ ଫଟୋ ଉଠାଇଛନ୍ତି ତାକୁ ଦେଖି ତଦନ୍ତକାରୀ ଟିମ୍ ଚକିତ ହୋଇଛନ୍ତି। ଅର୍ଚ୍ଚନାଙ୍କ ନାମରେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ୨ଟି ମାମଲା ରହିଛି । ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି ଡିସିପି କହିଛନ୍ତି ।

ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନୁହଁ, ବରଂ ସେ ଲାଞ୍ଜିଗଡ଼ ବ୍ଲକ୍‌ କେନ୍ଦୁଗୁଡ଼ା ଗାଁର ମୂଳ ବାସିନ୍ଦା । ଛୋଟବେଳେ ସେ ଲାଞ୍ଜିଗଡ଼ ସ୍କୁଲରେ ପଢୁଥିଲେ ।ଫଟୋରେ ବୈକୁଣ୍ଠ ଦୁଇଟି ମୋଟା ଦାମୀ ଚେନ୍ ପରିଧାନ କରିଥିବାବେଳେ ସେ ମଧ୍ୟ ସାନଭାଇ ର କଳାସାମ୍ରଜ୍ୟ ରେ ସାମିଲ ଥିବା ସନ୍ଦେହ କରିଛି ପୁଲିସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।