ସଡକ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ହାଜର ହାଜର ଲୋକେ ପ୍ରାଣ ହରାଉଛନ୍ତି ଯାହା ଖୁବ୍ ଚିନ୍ତା ଜନକ ଅଟେ।ଦିନକୁ ଦିନ ଯେଉଁ ଭଳି ଭାବରେ ବଢି ବଢି ଚାଲିଛି ଦୁର୍ଘଟଣାର ହାର ସେଥିରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର।
ତେବେ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଚିତ୍ର ଦେଖାଇବୁ ତାହା ଅତି ଭୟଙ୍କର। ସଡ଼କ ଦୁର୍ଘଟଣାର ଏମିତି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ। ଦୁର୍ଘଟଣାର ଲାଇଭି ଦୃଶ୍ୟ ପୁରା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା।
ତେବେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ କେନ୍ଦୁଝର ଜିଲ୍ଲାର ଶାଳପଡ଼ା ଓଭରବ୍ରିଜ ତଳେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଉପରେ ଲୁହା ପଥର ବୋଝେଇ ଟ୍ରକ ଖସି ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବ୍ରିଜ ଉପରୁ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ହେଲେ ସୌଭାଗ୍ୟବଶଃତ ଅଟକି ଗଲା ।
ଅଳ୍ପକେ ରକ୍ଷା ପାଇଗଲେ ୫୦ରୁ ଅଧିକ ଯାତ୍ରୀ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍ ଉପରେ ଖସି ପଡ଼ିଥିଲା ଲୁହାପଥର ବୋଝେଇ ଟ୍ରକ୍ । ହେଲେ ଏହି ଦୁର୍ଘଟଣାରେ କାହାର ବି ମୃତ୍ୟୁ ହୋଇ ନାହିଁ । ଖବର ଅନୁସାରେ ପଦ୍ମାବତୀ ନାମକ ଘରୋଇ ବସ୍ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ।
ବସ୍ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ୨୦ ନମ୍ବର ଜାତୀୟ ରାଜପଥ ଦେଇ ଶାଳପଡ଼ା ଓଭର ବ୍ରିଜ୍ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ଯାଉଥିଲା । ହଠାତ୍ ଟ୍ରକ୍ଟି ଭାରସାମ୍ୟ ହରାଇ ବସ୍ ଉପରେ ଖସି ପଡୁଥିଲା।
ଟ୍ରକ୍ ଖସୁଥିବା ଦେଖି ପାରି ବସ ଚାଳକ ଗାଡ଼ିକୁ ତୁରନ୍ତ ଅଟକାଇ ଦେଇଥିଲେ। ଫଳରେ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଯାତ୍ରୀମାନେ ମୃତାହତ ହୋଇ ନଥିଲେ । ଏହା ପରେ ଯାତ୍ରୀମାନେ ବସର ଜରୁରୀକାଳୀନ ଫାଟକ ଦେଇ ବାହାରି ଆସିଥିଲେ।
ଏଥିରେ ବସର କଣ୍ଡକ୍ଟର୍ ଓ ଟ୍ରକ୍ ଡ୍ରାଇଭର୍ ଆହତ ହୋଇଥିବା ସୂଚନା ମିଳିଛି ବେଳେ ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।