ଯାତ୍ରା Best Scene of Piyush Bharati ! ଖୁମ୍ପିଦେଲୁ ଭଲ କଲୁ | ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ରଙ୍ଗ ମହଲ ର ଖରାପ ଝିଅ, ଏବେ ପାର୍ବତୀ ର ଅଲିଅଳି ଝିଅ ପାଲଟି ଯାଇଛନ୍ତି । ଆଉ ‘ଅଦିନ ଝଡ’ ପିୟୁଷଙ୍କ ପରିଚୟ ବଦଳାଇ ଦେଇଛି । ସେ ଖଳ ନାୟକ ରୁ ନାୟକ ବନି ଯାଇଛନ୍ତି।କହୁଛୁ ସେହି ରଙ୍ଗମଂଚର ନାମୀ ନାୟିକା ଭାରତୀ ଆଉ ଖଳ ନାୟକ ପିୟୁଷ ଙ୍କ କଥା । ପୀୟୁଷ ଭାରତୀ ଙ୍କ ପ୍ରେମ ସଂପର୍କ ପାଇଁ ତାଙ୍କୁ ରଙ୍ଗ ମହଲ ରୁ ବିଦା ହେବା କୁ ପଡି ଥିଲା । ଆଉ ରଙ୍ଗ ମହଲ ରୁ ବିଦା ହେବା ପରେ ଉଭୟ ପାର୍ବତୀ ଗଣନାଟ୍ୟ ରୁ ଡାକରା ପାଇ ଥିଲେ !
ରଙ୍ଗ ମହଲ ର ନାଟକ- ‘ଖରାପ ଝିଅର ଗପ’ ରେ ନାୟିକା ଭୂମିକା ରେ ଅଭିନୟ କରି ଦର୍ଶକ ଙ୍କ ମନ ଜିଣିଥିଲା ଭାରତୀ । ଆଉ ଏବେ ପାର୍ବତୀ ଗଣନାଟ୍ୟ ର ନାଟକ ‘ଅଲି ଅଳି ଝିଅ’ ରେ ଭାରତୀ ନାୟିକା ଭୂମିକା ରେ ଅଭିନୟ କରୁଛନ୍ତି ।
ସେହି ପରି ପିୟୁଷ ଖଳ ନାୟକ ରୁ ନାୟକ ପାଲଟି ଯାଇଛନ୍ତି । ନିଶ ଦାଢି କାଟି ଦେଇ ପୁରା ଚିକ୍କଣ ଟୋକା ହୋଇ ଯାଇଛନ୍ତି ପିୟୂଷ । ପାର୍ବତୀ ଗଣନାଟ୍ୟ ର ନାଟକ ‘ଅଦିନ ଝଡ’ରେ ସେ ନାୟକ ଭୂମିକା ରେ ଅଭିନୟ କରୁଥିବା ସେ କହିଛନ୍ତି। ଉଭୟ ପିୟୁଷ ଓ ଭାରତୀ ପାର୍ବତୀ ଗଣନାଟ୍ୟ ରେ ଅଭିନୟ ଜାରି ରଖିଛନ୍ତି ।
ରଂଗ ମହଲ ରେ ଖଳନାୟକ ଚରିତ୍ର ନିର୍ବାହ କରୁଥିବା ପିୟୂଷ ଏବଂ ନାୟିକା ଭୂମିକା ନିର୍ବାହ କରୁଥିବା ଭାରତୀ ଙ୍କ ମଧ୍ୟ ରେ ପରକୀୟା ପ୍ରେମ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ଭାରତୀ ଖୋଲା ଖୋଲି ଭାବେ ସମ୍ପର୍କ କୁ ନେଇ ସ୍ବୀ କାରୋକ୍ତି ପ୍ରକାଶ କରିଥିବା ବେଳେ ପିୟୂଷ କିଛି ଖୋଲା ଖୋଲି କହି ନ ଥିଲେ ।
ତେବେ ବିବାହିତା ଭାରତୀ ଙ୍କ ପାରିବାରିକ ଜୀବନ ରେ ଉଠି ଥିଲା ଝଡ । ରଂଗମହଲ ରେ ପାର୍ଶ୍ବ ଅଭିନେତା ଥିବା ସ୍ବାମୀ ନିରାକାର ଙ୍କଠୁ ଛାଡ ପତ୍ର ନେବା ପାଇଁ ସେ ଚାହିଁଥିବା ପ୍ରକାଶ କରିଥିଲେ ଭାରତୀ । ନିରାକାର ମଧ୍ୟ ଭାରତୀ ଙ୍କ କାର୍ଯ୍ୟ କଳା ପରେ ଅତିଷ୍ଠ ବୋଲି ପ୍ରକାଶ କରିଥିଲେ ।
ରଂଗ ମହଲର ପ୍ରଯୋଜକ ଅତ୍ୟନ୍ତ ସାଂଘାତିକ କଥା କହିଥିଲେ । ଭାରତୀ ଓ ପିୟୂଷ ରଂଗ ମହଲ ରୁ ଯିବା ପରେ ସେ ମଂଚ କୁ ଧୋଇଛନ୍ତି ବୋଲି କହିଥିଲେ । ସେ ସେ ଥିରେ ବହୁତ ଭଲ ଖଳ ନାୟକ ର ଅଭିନୟ କରିଥିଲେ ଗୋଟିଏ ଭଲ ଅକ୍ଟିଂ କରିଥିଲେ ତାଙ୍କର “ଖୁମ୍ପି ଦେଲୁ .. ଭଲ କଲୁ … ଏହି ଆକ୍ଟି ଟି ଥିଲା ରେପ୍ ସିନ୍ ପୀୟୂଷ ନକର ବହୁତ ଭଲ ରହିଥିଲା ।
ଭାରତୀ ଆଉ ପିୟୂଷ ରଂଗ ମହଲ ଛାଡିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଦୁଇ ଜଣ ଉଦୀୟ ମାନ କଳାକାର । ଖଳନାୟକ ଭୂମିକା ମଣ୍ଟୁ ନିର୍ବାହ କରୁଥିବା ବେଳେ ନାୟିକା ର ଶୂନ୍ୟ ସ୍ଥାନ ପୂରଣ କରିଛନ୍ତି ଜଣେ ଚୁଲବୁଲି ଅଭିନେତ୍ରୀ ଲିପିନା ପାଲ୍ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।