ଦେଖନ୍ତୁ ଟ୍ରେନ୍ ଦୁର୍ଘଟଣାର Live ଭିଡ଼ିଓ -ଉଦ୍ଧାର ବେଳର ଲୋମଟାଙ୍କୁରା ଦୃଶ୍ୟ ଭିଡିଓ ଦେଖିଲେ ଆପଣ ବି କାନ୍ଦିପକାଇବେ….Train Mishap
ଭାଇରାଲ ହେଉଥିବା ଅନେକ ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ । ଆଉ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଭାବିବେ କି କେତେବେଳେ ମୃତ୍ୟୁ ଆସିକି କାହା ସାମ୍ନାରେ ପହଂଚିଯିବ ସେ କଥା କିଏ ବା ଜାଣିଛି ଆଉ କାହାର ଜୀବନ ଚାଲିଯିବ ସେ କଥା କେହି କହି ପାରିବ ନାହିଁ ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି ସେହିଭଳି କିଛି ଘଟଣା ।ତେବେ ଯାଜପୁର ରେ ଘଟିଛି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ଯେଉଁଥିପାଇଁ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।
ତେବେ କିଭଳି ଭାବରେ ଯାଜପୁର କୋରେଇ ରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି ଏବଂ ସେହି ଦୃଶ୍ୟ ଦେଖିଲେ ଆପଣ ଅନୁମାନ କରି ପାରିବେ ସ୍ଥିତି କେମିତି ରହିଛି ଏବଂ କେତେ ଭୟଙ୍କର ରହିଛି। ତେବେ ମାଲବାହୀ ଟ୍ରେନ୍ ଟି କିପରି ଭାବରେ ପ୍ଲାଟଫର୍ମ ଉପରକୁ ଚଢ଼ି ଆସିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଯେଉଁ ଟ୍ରେନ୍ ଟି ପ୍ଲାଟଫର୍ମ ଉପରକୁ ଚଢ଼ି ଆସିଛି ଏବଂ ତା ତଳେ କେମିତି ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସମୟରେ ଜାରି ରହିଛି। ଆଉ ଟ୍ରେନ୍ ଟି ଲାଇନ୍ ଉପରେ ଭାଙ୍ଗି ଏଣେତେଣେ ପଡ଼ିଛି। ଆଉ ସେହି ଘଟଣାରେ ୭ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହି ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏ ସ୍ଥିତି ଦେଖିଲେ ଆପଣ ଅନୁମାନ କରି ପାରିବେ ସକାଳ ୬ ଟା ୪୪ ମିନିଟ୍ ରେ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିଲା ଏବଂ ଦୁର୍ଘଟଣା ଘଟିଥିଲା। ତେବେ ସେତେବେଳେର ସ୍ଥିତି କଣ ରହିଥିବ। ଆଉ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ କୁ ତ୍ୱରାନ୍ୱିତ କରୁଛନ୍ତି। ଆଉ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଆଉ ଘଟଣାସ୍ଥଳରେ ଯେଉଁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ସେମାନେ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହିତ କେମିତି ଲୋକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ତାହା ଚେଷ୍ଟା କରିଛନ୍ତି। ତେବେ ଟ୍ରେନ୍ ଟି ଲାଇନଚ୍ୟୁତ ହେବା ଫଳରେ ଟ୍ରେନ୍ ର ବଗି ଗୁଡ଼ିକ ଏଣେତେଣେ ପଡ଼ିଛି।
ଆଉ ସେଠାରେ ସମସ୍ତଙ୍କର ସହଯୋଗରେ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି। ତେବେ ଏମିତି ଦୁର୍ଘଟଣା କାହିଁକି ଘଟିଲା, ଏହା ପଛରେ କାରଣ କଣ ରହିଛି ତାହାର ତଦନ୍ତ ବର୍ତ୍ତମାନ ଚାଲିଛି। ଆଉ ତଦନ୍ତ ପରେ ପ୍ରକୃତ ସତ ଘଟଣା ସାମ୍ନାକୁ ଆସିବ। ଆଉ ଏହି ଦୁର୍ଘଟଣା ରେ ୪ ଜଣ ମୃତକଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଛି, ଆଉ ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ। ଆଉ ଏ ବାବଦରେ ପୋଲିସ୍ ତନାଘନା ଜାରି ରଖିଛନ୍ତି। ଆଉ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବହୁତ ଭିଡ଼ ମଧ୍ୟ ଲାଗି ରହିଛି। ଆଉ ସେଠାରେ କାନ୍ଦ ବୋବାଳି ରେ ଫାଟି ପଡ଼ୁଛି।