viral video – ଭାଉଜ ପ୍ରେମ କଲା,ପରେ ରାକ୍ଷୀ ବାନ୍ଧିବାକୁ କହିଲା..କଷ୍ଟ ନ ସମ୍ଭାଳି ପରି କିଛି ଏଭଳି କଲା ଦିଅର….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

ଭାଉଜକୁ ପ୍ରେମ କରି ଯୁବକଙ୍କ ଆତ୍ମହତ୍ୟା। ଭାଉଜଙ୍କୁ ପ୍ରେମ କରି ଯୁବକ ଜୀବନ ହାରିବା ପରେ ବାପା ଏବେ ଏସିପିଙ୍କୁ ଚିଠି ଲେଖିଛନ୍ତି। ଆଉ ଲେଖିଛନ୍ତି ଆମ ପୁଅ ଜୀବନ ହାରିବା ପଛରେ ରହିଛି ଭାଉଜଙ୍କ ହାତ। ଯାଜପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରଚଣା ଥାନା ଅନ୍ତର୍ଗତ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଏହି ଯୁବକ ଜଣକ।

ତେବେ ଏ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ବଡ ପୁଅର ବୋହୂ ନାରେ। ଅଭିଯୋଗ ହେଉଛି କି ଆମ ବଡ ପୁଅr ବୋହୂ ନାବାଳକ ସାନ ପୁଅକୁ ମାନସିକ ଚାପ ପକାଉ ଥିଲା ଏଥି ସହ ନିଜ ପ୍ରେମ ଜାଲରେ ଛନ୍ଦି ଆତ୍ମହତ୍ୟା କରିବା ପାଇଁ ମଜବୁର କରି ଦେଇଥିଲା।

ଏ ନେଇ ପରିବାର ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏହାକୁ କିଛି ଗୁରୁତ୍ଵ ନ ଦେଇ ଏ ଘଟଣାକୁ ଅପମୃତ୍ୟୁ ଭାବେ ଗ୍ରହଣ କରି ଉକ୍ତ କୁ ପଞ୍ଜିକୃତ ନ କରି ସେମିତି ରଖି ଦେଇଥିଲେ।ଯାହା ଫଳରେ ପୁଅର ବାପା ଦିଗମ୍ବର ଯାଜପୁର ଏସିପିଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ତେବେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ନିଜ ବଡ ଭାଇର ସ୍ତ୍ରୀ ସହ ସମ୍ପର୍କ ରଖିଥିଲା ନାବାଳକ ଦିଅର। ଆଉ ଭାଉଜ ବାରମ୍ବାର ଦିଅରକୁ କହୁଥିଲା କି ମତେ ଘରୁ ନେଇ ବାହାରେ ରଖ। କିନ୍ତୁ ନାବାଳକ ପାଠ ପଢ଼ୁ ଥିବାରୁ କେଉଁ ଆଡେ ନେଇ ଯାଇ ପାରୁ ନଥିଲା। ଏପଟେ ବାପା ମା ବଡ ଭାଇର ପରିବାରକୁ ତାଗିଦ୍ କରିଥିଲେ ବି କିଛି ସୁଧାର ଦେଖିବାକୁ ମିଳି ନଥିଲା। ଏପଟେ ଭାଉଜ ଦିଅରକୁ ରାକ୍ଷୀ ବାନ୍ଧି ସମ୍ପର୍କ ବଦଳାଇବାକୁ କହୁଥିଲା।


କିନ୍ତୁ ଏ ଭିତରେ ନାବାଳକ ଦିଅର ଜଣଙ୍କ ନିଜ ଘର ଭିତରେ ରସି ଲଗାଇ ଆତ୍ମହତ୍ୟା କରି ଦେଇଛି। ସାଙ୍ଗ ମାନଙ୍କ ହ୍ୱାଟସପ୍ ଗ୍ରୁପରେ ମୁଁ ସବୁଦିନ ପାଇଁ ଦୂରକୁ ଚାଲି ଯାଉଛି ଲେଖି ଗ୍ରୁପରୁ ଲେଫ୍ଟ ହୋଇ ଯାଇଥିଲେ। ଆଉ ତା ପରେ ଭାଉଜଙ୍କ ପାଖକୁ ଏକ ଚିଠି ଲେଖି ସବୁଦିନ ପାଇଁ ଆଖି ବୁଜିଥିଲେ ଏହି ନାବାଳକ ଦିଅର।

ଆଉ ଚିଠିରେ ଲେଖା ଥିଲା..ସରି ଭାଉଜ,ତମ ପାଇଁ ଆମ ଘରେ ସବୁବେଳେ ଅଶାନ୍ତି ପାଲା ଲାଗି ରହିଛି। କିନ୍ତୁ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ସେଥି ପାଇଁ ମୁଁ ସବୁଦିନ ପାଇଁ ବହୁ ଦୂରକୁ ଚାଲି ଯାଉଛି। ଯେଉଁ ଚିଠି ଏବେ ପୋଲିସ ଜବତ କରିଛି। ଏପଟେ ପରିବାର ଲୋକେ ଏସିପିଙ୍କୁ ଚିଠି ଲେଖି ଏହାର ସଠିକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।