କଲେଜ ବାହାନାରେ ପ୍ରେମିକ ସହ ରାସ୍ତା କଡ଼ରେ ଯୁବତୀ ପିଇଲେ ମଦ ଭିଡିଓ ହେଲା ଭାଇରାଲ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ସାମାଜିକ ଗଣ ମାଧ୍ୟମରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ ହୋଇଥାଏ। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି ଏବଂ କିଛି ଭିଡିଓ ଏମିତି ହେଇଥାଏ ଯାହାକୁ ଖୁବ୍ ନିନ୍ଦା ମଧ୍ୟ କରାଯାଏ।

ଆଜି କାଲିର ଉଦଣ୍ଡ ଯୁବକ ଯୁବତୀ ମାନେ ଯେଉଁ ଭଳି କାଣ୍ଡ କରି ବସିଛନ୍ତି ତାହା ଖୁବ୍ ଚିନ୍ତାର ବିଷୟ ପାଲଟିଛି। ବେଳେ ବେଳେ ଏମାନେ ଏମିତି କାଣ୍ଡ କରି ବସୁୁଛନ୍ତି ତାହା ଖୁବ୍ ଲଜ୍ୟାର ବିଷୟ ଅଟେ। ଆଜିର ଯୁବକ ଯୁବତୀମାନେ ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇଲା ଭଳି କିଛି ଏମିତି କାମ କରି ବସନ୍ତି ଏବଂ ଭାବନ୍ତି ସେମାନଙ୍କୁ କେହି ଦେଖୁ ନାହାନ୍ତି।

 ହେଲେ ଏ ଆଧୁନିକ ଟେକ୍ନୋଲୋଜି ଯୁଗରେ କେଉଁ କଥା କାହାକୁ ବା ଅଛପା। ସୋସିଆଲ ମିଡ଼ିଆରେ ପ୍ରତିଦିନ ଏଭଳି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତମାନ ସମୟରେ ସେହିଭଳି ଏକ ଲଜ୍ୟାକର ଭିଡିଓ ଭାଇରାଲ ହେଉଛି। ଯାହା ଆଗାମୀ ଦିନର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଘର ପଛପଟ ଏକ ରାସ୍ତା କଡ଼ରେ ତିନି ଜଣ ବସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଟିକେ ବୟସ୍କ ଅଟନ୍ତି ଓ ଜଣେ ଯୁବକ ଏବଂ ଆଉ ଜଣେ ଯୁବତୀ। ତେବେ ଏମାନେ ଖାଲି ବସି ନାହାଁନ୍ତି ବରଂ ବସି ଯାହା କରୁଛନ୍ତି ତାହା ଆପଣ ଆଖି ଉଠିଲା ପାଖରୁ ଦେଖିନଥିବେ।

ଏମାନେ ସର୍ବ ସାଧାରଣଙ୍କ ଆଗରେ ରାସ୍ତା କଡ଼ରେ ବସି ମଦ ପିଉଛନ୍ତି ତା ସହିତ ଚାଖଣା ବି ଖାଉଛନ୍ତି। ଏମାନେ ରାସ୍ତା କଡ଼ରେ ଲୁଚି ଲୁଚି ବସି ମଦ୍ୟ ପାନ କରୁଛନ୍ତି ଭାବୁଛନ୍ତି ଏମାନଙ୍କ ଉପରେ କାହାର ବି ନଜର ନାହିଁ। କିନ୍ତୁ କଥାରେ ଅଛି ନା କ୍ୟାମେରା ସବୁ ଦେଖୁଛି ଠିକ୍ ସେହିଭଳି ଏହି ଘଟଣା ମଧ୍ୟ କିଏ ଜଣେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ବିଭିନ୍ନ ସମୟରେ ଯୁବକ ମାନେ ମଦ ପିଉ ଥିବାର ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ଯୁବକ ମାନେ ମଦ ପିଇ ନିଜର ହିତାହିତ ଜ୍ଞାନ ଭୁଲି ବହୁତ କିଛି କାଣ୍ଡ କରି ପକେଇ ଥାନ୍ତି। କିନ୍ତୁ ଏବେ ଝିଅ ମାନେ ମଧ୍ୟ ମଦ ପିଇ ମାତାଲ୍ ହେବାରେ ଲାଗିଛନ୍ତି। ଯାହା ଏହି ଚିତ୍ର ସ୍ପଷ୍ଟ କରୁଛି।

ତେବେ ସୂଚନା ମୁତାବକ ଏପରି ଏକ ଲଜ୍ୟା ଜନକ ଭିଦିଓ ଭଦ୍ରକ ଜିଲ୍ଲାର ଧୁସୁରୀ ଥାନ ଅଧୀନ ବେତାଲି ଗାଁ ବଜାରରୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ଲୋକେ ଖୁବ୍ ନିନ୍ଦା କରିବା ସହ ଆଜିର ଯୁବପିଢିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।