viral video – ଛି..ଛି..ଦୁବାଇରେ ସ୍ୱାମୀ ଏଠି ଅନ୍ଧାର ଘରେ ପ୍ରେମିକସହ ସ୍ତ୍ରୀ କରୁଛି ରାସଲୀଳା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସ୍ତ୍ରୀର ପରକୀୟା ପ୍ରୀତିକୁ ସହି ନ ପାରି ସ୍ବାମୀ କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ। ସ୍ତ୍ରୀର ପ୍ରେମ ସମ୍ପର୍କକୁ ଜାଣି ସ୍ବାମୀ କରିଥିଲେ ଆତ୍ମହତ୍ୟା।

ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର କାମଦେବ ସେଣ୍ଢ।କାମଦେବ ଦୀର୍ଘ ଦେଢ଼ ବର୍ଷ ଧରି ଦୁବାଇରେ କାମ କରୁଥିଲେ ଆଉ ତାର ସୁଯୋଗ ନେଇ ସ୍ତ୍ରୀ ପର ପୁରୁଷ ସହ ଯୋଡ଼ି ଥିଲେ ସମ୍ପର୍କ। ସେହି ଗ୍ରାମର ମଦନ ସାହୁ ସହିତ କାମଦେବଙ୍କ ସ୍ତ୍ରୀ ରଖିଥିଲେ ପ୍ରେମ ସମ୍ପର୍କ ଓ ଶାରିରୀକ ସମ୍ପର୍କ।

 ଏହା ଜାଣିବା ପରେ ଅସହ୍ୟ ହୋଇ ପଡ଼ିଥିଲେ କାମଦେବ। ଏହା ପରେ ସେ ଆତ୍ମହତ୍ୟା ପରି ନିଷ୍ପତି ନେଇଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ କାମଦେବ ଏକ ଚିଠି ଲେଖି ଯାଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କାମଦେବ ଚିଠି ଲେଖିଥିଲେ, ମୋ ନାଁ କାମଦେବ ସେଣ୍ଢ। ମୋର ଲେଖିବାର କାରଣ ହେଉଛି ମୋ ସ୍ତ୍ରୀର ପରକୀୟା ପ୍ରୀତି। ମୋ ସ୍ତ୍ରୀ ସନ୍ଧ୍ୟା ରାଣୀ ଦାସ। ମୁଁ ଘରେ ନଥିବା ସମୟରେ ଆମ ଗ୍ରାମର ମଦନ ସାହୁଙ୍କ ସହିତ ଦୀର୍ଘ ୪ ବର୍ଷ ଧରି ହ୍ୱାଟସ୍ ଅଫ, ମେସେଞ୍ଜର ଆଉ ଭଏସ କଲ କରି ମୋ ସ୍ତ୍ରୀ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ। ଏବଂ ତାଙ୍କୁ ଘରକୁ ମଧ୍ୟ ଡାକି ମ୍ୟାଗି ଚାଉମିନ ଓ ସିମେଇ ଖାଇବାକୁ ଦେଉଥିଲେ। ଏବଂ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲା ମୋ ସ୍ତ୍ରୀ।

ଆମ ବାହାଘର ୧୨ ବର୍ଷ ହୋଇ ଗଲାଣି ଆମର ଦୁଇଟି ପିଲା ମଧ୍ୟ ରହିଛନ୍ତି। ମୁଁ ବାହାରେ କାମ କରୁଥିଲି ଆଉ ମୁଁ ଦୁବାଇ ଯିବା ପରେ ମୋ ସ୍ତ୍ରୀ ମୋ ସହ ସବୁବେଳେ କଳି ଝଗଡ଼ା କରୁଥିଲା। ଆଉ ଫୋନ କଲେ ବ୍ୟସ୍ତ ଅଛି କହି କଥାବାର୍ତ୍ତା ବହୁତ୍ କମ ହେଉଥିଲା। କିନ୍ତୁ ସେ ଅନ୍ୟ ସହ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ଦେଉଥିଲେ।

ତେବେ ଏ ସବୁ କାମଦେବଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ତା ପରଦିନ ସେ ଢେଙ୍କାନାଳ ଯାଇ ଏକ ମୋବାଇଲ ଦୋକାନରୁ ମୋବାଇଲ ନମ୍ବରକୁ ବାହାର କରିଥିଲେ। ଆଉ ସେ ଜାଣି ପାରିଥିଲେ ତାଙ୍କ ସ୍ତ୍ରୀ ମଦନ ସାହୁଙ୍କ ସହିତ କଥା ହେଉଥିଲେ।

ଏହା ପରେ ଘରକୁ ଆସି ସ୍ତ୍ରୀକୁ ଏକଥା ପଚାରି ଥିଲେ ଆଉ ସ୍ତ୍ରୀ ମାନିଥିଲେ କି ସେ ମଦନ ସାହୁଙ୍କ ସହିତ କଥା ହେଉଥିଲେ। ଏହାପରେ ସ୍ତ୍ରୀ ମଦନ ସାହୁଙ୍କ ନମ୍ବର ଓ ମେସେଜ ସବୁ ଡିଲିଟ୍ କରି ଦେଇଥିଲା। ଏହାପରେ ସ୍ତ୍ରୀ ଘର ଛାଡ଼ି ଚାଲି ଯାଇଥିଲେ। ଯାହାକୁ ସହି ନପାରି କାମଦେବ ଆତ୍ମହତ୍ୟା କରିଥିବାର ଚିଠିରେ ଲେଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।