viral ଭିଡ଼ିଓ – IPL ଖେଳ ମଝିରେ ଯୁବକଙ୍କୁ propose ମାରିଲେ ଯୁବତୀ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଆଜିର ଯୁଗରେ ସୋସିଆଲ ମିଡିଆ ଲୋକଙ୍କ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ହୋଇ ଯାଇଛି।ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ସମୟ ବାହାର କରି ଲୋକ ମାନେ ସୋସିଆଲ ମିଡିଆରେ ସମୟ କଟାଇବା ପାଇଁ ପସନ୍ଦ କରୁଛନ୍ତି। କାହିଁକି ନା ସୋସିଆଲ ମିଡିଆରେ ଏମିତି ଏକ ମାଧ୍ୟମ ଯାହା ମଧ୍ୟମରେ ଆମେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।
ଏବଂ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ସୋରରେ ଭାଇରାଲ ହେଉଛି ଲାଇଭ ମ୍ୟାଚ୍ ମଧ୍ୟରେ ଯୁବତୀଙ୍କ ପ୍ରେମ ପ୍ରସ୍ତାବର ଏକ ଭିଡିଓ। ଆଜ୍ଞା ହଁ କଥାଟି ପୁରା ସତ। ଆଇପିଏଲ ମହାସମରରେ ଅନେକ ରୋମାଞ୍ଚକର ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ। ଖେଳାଳି ମାନଙ୍କ ମଧ୍ୟରେ ବସିଥିବା ଦର୍ଶକ ମାନେ ମଧ୍ୟ ଏହି ଭଳି କିଛି କରିଥାନ୍ତି। ଯେଉଁଥି ପାଇଁ ସେମାନେ ଚର୍ଚ୍ଚାର ପରିସର ମଧ୍ୟକୁ ଚାଲି ଆସିଥାନ୍ତି।
ବର୍ତ୍ତମାନ ଏଭଳି ଏକ ଦୃଶ୍ୟ କ୍ୟାମେରାରେ କାଏଦ ହୋଇଛି। ଏଭଳି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗୁଛି। ବୁଧବାର ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚେଲେଞ୍ଜରସ ବାଙ୍ଗଲୋର ମଧ୍ୟରେ ଯେଉଁ ମ୍ୟାଚ୍ ଚାଲିଥିଲା।
ତେବେ ଏହି ଲାଇଭ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ଯୁବତୀ ତାଙ୍କ ପ୍ରେମିକକୁ ପ୍ରୋପଜ କରୁଥିବାର ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ ଆଇପିଏଲ ମହାସମରରେ ହାଜର ହାଜର ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ କରିଥିଲେ। ଏବଂ ପ୍ରେମିକଙ୍କ ଆଙ୍ଗୁଳିରେ ମୁଦି ମଧ୍ୟ ପିନ୍ଧାଇଥିଲେ। ପ୍ରେମିକ ମଧ୍ୟ ଯୁବତୀଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆଉ ଖୁସିରେ ପ୍ରେମିକାକୁ ଜାବୁଡ଼ି ଧରିଥିଲେ। ଏ ଦୁଇଜଣ ରୟାଲ ଚେଲେଞ୍ଜରସ୍ ବାଙ୍ଗଲୋରର ଫ୍ୟାନସ୍ ବୋଲି ପିନ୍ଧିଥିବା ଜର୍ସିରୁ ଜଣା ପଡିଛି।
ବର୍ତ୍ତମାନ ଏହି ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା। ଲୋକେ ଏହି ଭିଡିଓକୁ ପସନ୍ଦ କରିବା ସହିତ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଏହା କୈାଣସି ନୂଆ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଲାଇଭ ମ୍ୟାଚ୍ ମଧ୍ୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। କେବଳ ଦର୍ଶକ ନୁହେଁ ଖେଳାଳିମାନେ ମଧ୍ୟ ଲାଇଭ ମ୍ୟାଚ୍ ଚାଲିଥିବା ସମୟରେ ପ୍ରେମ ନିବେଦନ କରୁଥିବାର ନଜର ଆସୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।