health tips – ନାରୀ ଗର୍ଭରେ ରହିଥିବା ସନ୍ତାନ ପୁଅ ନା ଝିଅ, ଜାଣନ୍ତୁ ଏଥି ପାଇଁ କିଏ ଦାୟୀ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ମାତୃତ୍ଵ ଲାଭ ଜଣେ ମହିଳା ପାଇଁ ଅପୂର୍ବ ଆନନ୍ଦ ଆଣିଥାଏ। ବିବାହ ପରେ ପ୍ରତ୍ୟେକ ନାରୀ ପାଇଁ ମା ହେବାକୁ ଚାହିଁଥାନ୍ତି। ମା ହେବା ଠାରୁ ବଡ ସୌଭାଗ୍ୟ ଜଣେ ମହିଳା ପାଇଁ ଆଉ କିଛି ବି ନାହିଁ। ଜଣେ ନାରୀ ପାଇଁ ମା ହେବା ଦୁନିଆର ସବୁଠାରୁ ସୁନ୍ଦର୍ ଅନୁଭବ ହୋଇଥାଏ। ନାରୀଟିଏ ୯ ମାସ ଧରି ଗର୍ଭ ଯନ୍ତ୍ରଣା ସହ୍ୟ କରି ପିଲାକୁ ଜନ୍ମ ଦେଇଥାଏ।
ଗୋଟିଏ ମା ପାଇଁ କିଛି ମାନେ ନଥାଏ କି ଗର୍ଭରେ ବଢୁଥିବା ସନ୍ତାନ ପୁଅ କି ଝିଅ।ସନ୍ତାନ ତ ସମସ୍ତେ ଚାହିଁଥାନ୍ତି ହେଲେ ଆମ ସମାଜରେ ଏମିତି କିଛି ଲୋକ ରହିଛନ୍ତି ସେମାନେ କନ୍ୟା ସନ୍ତାନକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ସେମାନେ ସର୍ବଦା ପୁତ୍ର ସନ୍ତାନ ଚାହିଁ ଥାନ୍ତି।
ଏହି କ୍ଷେତ୍ରରେ ସେହି ନାରୀ ଯଦି କନ୍ୟା ସନ୍ତାନକୁ ଜନ୍ମ ଦେଇଥାଏ ତେବେ ସେହି କ୍ଷେତ୍ରରେ ସେହି ନାରୀକୁ ସେମାନେ ଦାୟୀ କରିଥାନ୍ତି। ବେଳେ ବେଳେ ଏଥି ନିମନ୍ତେ ସେହି ନାରୀକୁ ଖୁବ୍ ଅନ୍ୟାୟ ଅତ୍ୟାଚାର ସହ୍ୟ କରିବା ପାଇଁ ପଡ଼ିଥାଏ।
ତେବେ ନାରୀ ଗର୍ଭରେ ଥିବା ସନ୍ତାନ ପୁଅ କି ଝିଅ ସେଥି ପାଇଁ କିଛି ଲୋକେ ନାରୀମାନଙ୍କୁ ଦାୟୀ କରିଥାନ୍ତି। ସେମାନଙ୍କ ଧାରଣ ରହିଥାଏ କି ମହିଳାଟି ପୁଅ ଜନ୍ମ ନଦେବାର କାରଣ ସେହି ମହିଳା ପାଖରେ କିଛି ଅସୁବିଧା ରହିଛି। ତେବେ ଏଠାରେ ଆମେ କହି ରଖୁଛି କି ଏହି ଧାରଣା ରଖିଥିବା ବ୍ୟକ୍ତିବିଶେଷ ମାନେ ସମ୍ପୁର୍ଣ୍ଣ ରୂପେ ଭୁଲ ଅଟନ୍ତି। ନାରୀ ଗର୍ଭରେ ବଢୁଥିବା ସନ୍ତାନ ପୁଅ ହଉ କି ଝିଅ ସେଥି ପାଇଁ କେବଳ ପୁରୁଷ ହିଁ ଦାୟୀ ଅଟେ।
କାହିଁକି ନା ସନ୍ତାନ ଜନ୍ମ ଦେବା ପାଇଁ ଉଭୟ ମହିଳା ଓ ପୁରୁଷଙ୍କ ଗୁଣସୂତ୍ର ଉପରେ ନିର୍ଭର କରିଥାଏ। ଏହି କ୍ଷେତ୍ରରେ ଦେଖାଗଲେ ମହିଳା ଠାରେ ଯେଉଁ ଗୁଣ ସୂତ୍ର ରହିଛି ତାର ସଂକେତ ହେଉଛି XX ଏବଂ ଅନ୍ୟ ପକ୍ଷରେ ପୁରୁଷ ପାଖରେ ଯେଉଁ ଗୁଣସୂତ୍ର ରହିଛି ତାହା ହେଉଛି XY ଯାହା ଭିନ୍ନ ଅଟେ।
ଯେତେବଳେ ନାରୀ ଗର୍ଭ ଧାରଣ କରିଥାଏ ସେତେବେଳେ ମା ଓ ବାପା ଉଭୟଙ୍କ ସ୍ପର୍ମରୁ ଗୋଟିଏ ଲେଖାଏଁ ଯୋଗିକର ଆବଶ୍ୟକତା ରହିଥାଏ। ଯେହେତୁ ମହିଳା କ୍ଷେତ୍ରରେ ଦୁଇଟି ଯାକ ଯୋଗିକ XX ରହିଥାଏ ତେବେ ଏଥିରୁ ଗୋଟିଏ X ଆସିବା ସୁନିଶ୍ଚିତ। କିନ୍ତୁ ଯେହେତୁ ପୁରୁଷ ପାଖରେ ଭିନ୍ନ ଭିନ୍ନ ଯୋଗିକ ରହିଛି ହୁଏତ X ଆସିପାରେ ନତୁବା Y ଆସିପାରେ।
ଯେତେବଳେ ଉଭୟ ମହିଳା ଓ ପୁରୁଷଙ୍କ ମିଶ୍ରଣଟି XX ହୋଇଥାଏ ସେହି କ୍ଷେତ୍ରରେ ନାରୀଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥାଏ। କିନ୍ତୁ ଯଦି ମିଶ୍ରଣଟି XY ହୋଇଥାଏ ଏହି କ୍ଷେତ୍ରରେ ନାରୀ ପୁତ୍ର ସନ୍ତାନ ଜନ୍ମ ଦେଇଥାଏ ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଉଛି ଯେ ନାରୀ ଗର୍ଭରେ ଥିବା ସନ୍ତାନ ପୁଅ ହେଉକି ଝିଅ ଏଥି ପାଇଁ ପୁରୁଷ ଦାୟୀ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।