health tips – ଗର୍ଭାବସ୍ଥା ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ ,ଏହି ୮ ଟି ଜିନିଷ,ନଷ୍ଟ ହଇଯିବ ଗର୍ଭ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ଜଣେ ନାରୀ ପାଇଁ ଗର୍ଭ ଧାରଣ କରିବା ଅତ୍ୟନ୍ତ ସୈାଭାଗ୍ୟ ନେଇ ଆସିଥାଏ। ଏହି ସମୟରେ ଗର୍ଭବତୀ ମହିଳାକୁ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହି ସମୟରେ ନିଜର ଧ୍ୟାନ ରଖିବାର ଆବଶ୍ୟକତା ଖୁବ୍ ରହିଛି। ବିଶେଷ କରି ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଗର୍ଭାବସ୍ଥା ସମୟରେ ମହିଳା ଜଣକ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍।
କିନ୍ତୁ ବେଳେବେଳେ ଆମେ ଏମିତି କିଛି ଖାଦ୍ୟ ଖାଇଦେଇ ଥାଉ ଯାହା ଫଳରେ ଗର୍ଭ ନଷ୍ଟ ହେବାର ସମ୍ଭାବନା ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଗର୍ଭ ଧାରଣ ସମୟରେ କେଉଁ ଫଳ ଖାଇବା ଉଚିତ୍ ହୋଇ ନଥାଏ।
୧. ସପୁରୀ:-
ଗର୍ଭ ଧାରଣ କରିବାର ୩ ମାସ ପର୍ଯ୍ୟନ୍ତ ସପୁରୀ ଖାଇବା ଉଚିତ୍ ହୋଇ ନଥାଏ। କାରଣ ସପୁରୀରେ ବ୍ରୋମେଲାଇମ୍ ନାମକ ଏଞ୍ଜାଇମ୍ ରହିଥାଏ। ଯାହା ୟୁଟିରାଲିଜକୁ ସଂକୁଚିତ କରି ଦେଇଥାଏ। ଏଥି ପାଇଁ ମିସକେରେଜ୍ ହେବାର ଅଧିକ ଚାନ୍ସ ରହିଥାଏ।
୨. ଅଙ୍ଗୁର:-
ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଙ୍ଗୁର ଖାଇବା ଉଚିତ୍ ହୋଇ ନଥାଏ। ଏହା ଗର୍ଭରେ ଥିବା ଶିଶୁକୁ କ୍ଷତି ପହଞ୍ଚାଇ ଥାଏ। ଏହା ବ୍ୟତୀତ ଗର୍ଭ ଧାରଣ ସମୟରେ ହଜମ ପ୍ରକ୍ରିୟା ଦୁର୍ବଳ ରହିଥାଏ ତେଣୁ ଏହି ଅଙ୍ଗୁର ଚୋପା ସହଜରେ ହଜମ କରିହୁଏ ନାହିଁ।
୩. ତେନ୍ତୁଳି:-
ଗର୍ଭ ଧାରଣ ୩ ମାସ ପର୍ଯ୍ୟନ୍ତ ତେନ୍ତୁଳି ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-C ରହିଥାଏ। ଯାହା ମହିଳା ଶରୀରରେ କ୍ଷରଣ ହେଉଥିବା ହୋର୍ମନର ମାତ୍ରାକୁ କମ୍ କରିଥାଏ। ଏଭଳି କ୍ଷେତ୍ରରେ ମିସ୍କେରେଜ୍ ହେବାର ଆଶଙ୍କା ରହିଥାଏ।
୪. ଅମୃତଭଣ୍ଡା:-
ଯଦିଓ ଅମୃତଭଣ୍ଡା ପୋଷକତତ୍ତ୍ଵରେ ପରିପୂର୍ଣ୍ଣହୋଇ ରହିଥାଏ । କିନ୍ତୁ ଅମୃତଭଣ୍ଡା ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଠିକ୍ ହୋଇ ନଥାଏ। କାରଣ ଏହା ଶରୀରର ତାପମାତ୍ରକୁ ବଢ଼ାଇ ଦେଇଥାଏ। କଞ୍ଚା ଏବଂ ପାଚିଲା ଅମୃତଭଣ୍ଡା ଖାଇବା ଦ୍ବାରା ଶିଶୁର ବିକାଶରେ ପ୍ରତିବନ୍ଧକ ଆସିଥାଏ।
୫.କଦଳୀ:-
ଗର୍ଭବତୀ ମହିଳାଙ୍କ ପାଇଁ କଦଳୀ ଖାଇବା ଉଚିତ୍ ହୋଇଥାଏ। କିନ୍ତୁ ଯେଉଁ ମହିଳା ମାନଙ୍କୁ ଡାଇବେଟିସ ରହିଛି ସେମାନେ କଦଳୀ ଖାଆନ୍ତୁ ନାହିଁ।
୬. ଖଜୁରୀ:-
ଗର୍ଭାବସ୍ଥାରେ ଅଧିକ ଖଜୁରୀ ଖାଇବା ଉଚିତ୍ ହୋଇ ନଥାଏ। ଏହା ଶରୀରର ତାପମାତ୍ରାକୁ ବଢ଼ାଇ ଦେଇଥାଏ। ଯଦି ଆପଣ ଖଜୁରୀ ଖାଉଛନ୍ତି ତେବେ ପ୍ରତିଦିନ ୧-୨ ଟି ଖଜୁରୀ ଖାଇ ପାରିବେ।
୭. ଫ୍ରିଜରେ ଥିବା ଫଳ:-
ଗର୍ଭବତୀ ମହିଳା ମାନେ ଫ୍ରିଜ ଫଳକୁ ଏଭୋଏଡ କରନ୍ତୁ। ତେବେ ସର୍ବଦା ଫ୍ରେସ୍ ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ।
୮. ତରଭୁଜ:-
ତରଭୁଜ ଖାଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। କିନ୍ତୁ ଗର୍ଭଅବସ୍ଥାରେ ତରଭୁଜ ଖାଇବା ଦ୍ବାରା ଶରୀରରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଶିଶୁର ସଂସ୍ପର୍ଶରେ ଆସିଥାଏ। ଏବଂ ଏଥିରେ ୯୫ ଶତକଡା ପାଣି ରହିଥାଏ ଯାହା ଶରୀରକୁ ଅଧିକ ଥଣ୍ଡା ରଖିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ତରଭୁଜ ଖାଆନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।