ଦାମ୍ପତ୍ୟ ଜୀବନର ଦୁଃଖର କାରଣ ମଧ୍ୟରୁ ସବୁଠାରୁ ବଡ଼ ଦୁଃଖ ହେଉଛି ନିଶା ଆଉ ଏହି ନିଶା ମଧ୍ୟରୁ ମଦ ହେଉଛି ସବୁଠାରୁ ମାରାତ୍ମକ ନିଶା।ଏହି ମଦ ପରିବାରର ସବୁ ସୁଖ ଶାନ୍ତି କୁ ନଷ୍ଟ କରିଦେଇଥାଏ। ମଦ ପିଉଥିବା ବ୍ୟକ୍ତି ମାନଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରିଥାଏ।
ଦୈନଦିନ ମଦ୍ୟପାନ କରୁଥିବା ବ୍ୟକ୍ତିବଶେଷ ଧୀରେ ଧୀରେ ଅଭ୍ୟାସ ରେ ପଡିଯାନ୍ତି। ଯାହା ଦ୍ୱାରା ଜୀବନର ସବୁ ସୁଖ ଶାନ୍ତି ନଷ୍ଟ ହୋଇଯାଏ।ଏହି ମଦ୍ୟପାନ ଅଭ୍ୟସ୍ତ ଥିବା ବ୍ୟକ୍ତିବିଶେଷ ଯେତେ ଚେଷ୍ଟା କଲେ ମଧ୍ୟ ମଦ୍ୟପାନକୁ ଛାଡ଼ିପରାନ୍ତି ନାହିଁ।
ଯଦି ଆପଣ ବହୁତ ଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଅଛନ୍ତି ତେବେ ଘୋରଇ ଉପଚାର ମାଧ୍ୟମରେ ଏକ ପାନୀୟ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ମଦ ପିଇବା ଛାଡ଼ିପରିବେ।ତେବେ ଆସନ୍ତୁ ଜାଣିବା କିପରି ଭାବରେ ଘରେ ପାନୀୟ ପ୍ରସ୍ତୁତ କରିବା।ଯାହାକୁ ପ୍ରତିଦିନ ଦୁଇ ଥର ସେବନ କରିବା ଦ୍ୱାରା ମଦ୍ୟପାନ ଭଳି ଖରାପ ଅଭ୍ୟାସରୁ ଦୂରେଇ ଯିବେ।
ଆବଶ୍ୟକ ସାମଗ୍ରୀ:- ସୁଣ୍ଠି, ଜୁଆଣି
ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଏକ ଖଣ୍ଡ ସୁଣ୍ଠି କୁ ନେଇ ଗ୍ରାଇଣ୍ଡର ସାହାଯ୍ୟରେ ଗୁଣ୍ଡି କରିନିଅନ୍ତୁ।ଏହି ଗୁଣ୍ଡିକୁ ଚାଲୁଣି ସାହାଯ୍ୟରେ ଚଲେଇ ଏହାର ଖଦଡ଼ ଅଂଶକୁ ବାହାର କରି ଦିଅନ୍ତୁ।ଏବେ ଏକ ପାତ୍ରରେ ଏକ ଗ୍ଲାସ ପାଣି ଦେଇ ଗରମ କରନ୍ତୁ।ପାଣି ଟିକେ ଗରମ ହେବା ପରେ ଏଥିରେ ଏକ ଚାମଚ ସୁଣ୍ଠି ଗୁଣ୍ଡ ପକାନ୍ତୁ।ଏବେ ଏଥିରେ ଏକ ଚାମଚ ଜୁଆଣି କୁ ପକାଇ ଫୁଟାନ୍ତୁ।
ଏବେ ଏହି ପାଣିକୁ ଅଧ ଗ୍ଲାସ ପାଣି ହେବାଯାଏ ଫୁଟାନ୍ତୁ ଭଲ ଭାବରେ ଫୁଟିଲା ପରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।ପାଣି ଥଣ୍ଡା ହେବା ପରେ ଏହାକୁ ଅନ୍ୟ ଗ୍ଲାସକୁ ଛାଣି ରଖନ୍ତୁ। ଆପଣ ଏହି ପାନୀୟ କୁ ସକାଳେ ବନାନ୍ତୁ ଯାହା ଆପଣଙ୍କୁ ସନ୍ଧ୍ୟା ବେଳେ ସେବନ କରିବା ପାଇଁ ହେବ। ଏବଂ ରାତିରେ ଆଉ ଥରେ ପ୍ରସ୍ତୁତ କରନ୍ତୁ ଯାହା ଆପଣ ସକାଳେ ସେବନ କରିବେ।
ଉପକାର:- ଏହି ପାନୀୟ ସେବନ କରିବା ଦ୍ୱାରା ମଦ ଅଭ୍ୟାସ ଠାରୁ ଦୂରେଇ ଯିବେ। ଅଧିକ ମଦ ପିଇବା ଯୋଗୁଁ ଶରୀରରେ ସଲଫରର ମାତ୍ରା କମ ହୋଇଯାଏ। ଏହି ପାନୀୟରେ ଥିବା ସୁଣ୍ଠି ଗୁଣ୍ଡ ଏହାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ମଦ ଛାଡିବା ଦ୍ଵାରା ପେଟରେ ବହୁତ କଷ୍ଟ ଅନୁଭବ ହୋଇଥାଏ ସେତେବେଳେ ଜୁଆଣି ଏହାକୁ ଦୂର କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ।
ଏହି ପାନୀୟ ଦିନକୁ ଦୁଇ ଥର ସେବନ କରିବା ଦ୍ୱାରା କିଛି ଦିନ ମଧ୍ୟରେ ଆପଣ ସଂପୂର୍ଣ୍ଣ ରୂପେ ମଦ୍ୟପାନ୍ୟ ପରି ଖରାପ ଅଭ୍ୟାସ ଠାରୁ ଦୂରେଇ ଯିବେ ଯାହାର ଫଳସ୍ୱରୂପ ଅନ୍ଧାରକୁ ଯାଉଥିବା ଜୀବନ ସଜାଡି ଯାଇ ପାରିବ। ନଷ୍ଟ ହୋଇଯାଇଥିବା ପରିବାରରେ ପୁଣି ଥରେ ସୁଖ ଶାନ୍ତି ଲାଗି ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।